କିନ୍ନରଙ୍କୁ ପଟ୍ଟା ବଣ୍ଟନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ରହୁଥିବା ୧୭ ଜଣ କିନ୍ନରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଘରବାଡ଼ି ପଟ୍ଟା ପ୍ରଦାନ କରଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଛତ୍ରପୁରଠାରେ ଏହି ପଟ୍ଟା ବଣ୍ଟନ କରିଥିଲେ। ଏନେଇ ଜିଲାପ୍ରଶାସନକୁ କିନ୍ନରମାନଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ,ଏଡିଏମ ଲିନା କୁମାରୀ ଖେସ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ ଉପସ୍ଥିତ ଥିଲେ।