ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ

ଭଦ୍ରକ ଅଫିସ,୧।୯: ପୁଣି ନଦୀ ଗର୍ଭକୁ ଧସିଛି ଦୁର୍ବଳ ବନ୍ଧ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀରେ। ବନ୍ଧ ନଦୀ ଗର୍ଭକୁ ଧସିଯାଇ ମଳିକ ସାହି ନିକଟରେ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଉକ୍ତ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଂ ମଧ୍ୟ ଧସିଥିଲା । ପରେ ବନ୍ୟାଜଳ ଗେଙ୍ଗୁଟିରେ ପ୍ରବାହିତ ହେବା ବେଳେ ଫାଟର ଗଭୀରତା ବଢିଥିଲା। ତେବେ ନଦୀରେ ଜଳସ୍ଥର କମିବା ପରେ ପୁଣି ଧସିଯାଇଛି ନଦୀବନ୍ଧ।