ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ

ଭୁବନେଶ୍ୱର,୩।୬(ବ୍ୟୁରୋ): ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ। ଯିଏ ଦାଦାବଟି ଦେଉ ନ ଥିଲେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ। ଏପରିକି ଖଣ୍ଡା ଭୁଜାଲି ଧରି ଏହାର ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ସେସବୁକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ରାଜଧାନୀରେ ଏଭଳି ଆତଙ୍କ ସୃଷ୍ଟି କରୁଥିବା ଏକ ଗ୍ୟାଙ୍ଗ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗର ୭ ଜଣଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସୁନ୍ଦରପଦା ଖଣ୍ଡୁଆଳ ସାହିର ରାଜେଶ ବେହେରା ଓରଫ ରାଜା, ବିରେନ୍‌ ରାଉତ ଓରଫ ବରୁ, ସୁନ୍ଦରପଦା ଢିପସାହିର ବୀରେନ୍ଦ୍ର ଭୋଇ ଓରଫ ପିଣ୍ଟୁନା, ପୋଖରୀପୁଟ ଦେବୀସାହିର ସୁନିଲ ସାମଲ ଓରଫ ସୋନୁ, ଅମର ସାମଲ ଓରଫ ବାବୁ, କପିଳପ୍ରସାଦ ଉପରସାହିର ମନୋଜ ଭୋଇ ଓରଫ ମନୁଆ ଓ ସୁନ୍ଦରପଦା ପାଟଣାସାହିର ଦେବରାଜ ବେହେରା ଓରଫ ଦେବ। ଏମାନଙ୍କଠାରୁ ଦୁଇଟି ଭୁଜାଲି ଜବତ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତରୁ ପଠାଇ ଦିଆଯାଇଛି। ଏମାନେ ଅନ୍ୟ କେଉଁ ଅପରାଧରେ ସମ୍ପୃକ୍ତ ଅଛନ୍ତି, କେତେଜଣଙ୍କଠାରୁ ଦାଦାବଟି ଆଣିଛନ୍ତି, ଗ୍ୟାଙ୍ଗରେ ଆଉ କେତେଜଣ ସଦସ୍ୟ ଅଛନ୍ତି, ସେସମ୍ପର୍କରେ ପୋଲିସ ଖୋଳତାଡ଼ କରୁଥିବାବେଳେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ୍‌ ଗଢ଼ି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଓ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିଲେ। ସୁନ୍ଦରପଦା ବୋତଣ୍ଡା ଛକରେ ଚା’ ଦୋକାନୀ ସିପୁ ବେହେରାଙ୍କୁ ଅଭିଯୁକ୍ତମାନେ ଦାଦାବଟି ମାଗିଥିଲେ। ମେ’ ୨୭ ରାତିରେ ସିପୁ ଦୋକାନ ବନ୍ଦ କରିବାକୁ ଯାଉଥିବାବେଳେ ଗ୍ୟାଙ୍ଗର ସଦସ୍ୟମାନେ ମୁହଁରେ ମୁଖା ଦେଇ ସ୍କୁଟି ଓ ଗୋଟିଏ ବାଇକ୍‌ରେ ଆସି ସେଠାରେ ପହଞ୍ଚତ୍ଥିଲେ। ହାତରେ ଧରିଥିଲେ ଦୁଇଟି ଭୁଜାଲି। ଅଭିଯୁକ୍ତମାନେ ତାଙ୍କୁ ଗାଳିଗୁଲଜ ସହ ଜାଣିଆଣ ଆକ୍ଷପ କରିବା ସହ ପୁଣିଥରେ ଦାଦାବଟି ମାଗିଥିଲେ। ହେଲେ ପୂର୍ବଭଳି ଦାଦାବଟି ଦେବାକୁ ସିପୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଭୁଜାଲିରେ ଗୋଡ଼ାଇ ଆକ୍ରମଣ କରିଥିଲେ। ସେମାନେ ସିପୁଙ୍କ ଦୁଇଟି ହାତକୁ କହୁଣିଠାରୁ ହାଣିଦେଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ୟିବାରୁ ସେମାନେ ଫେରାର ହୋଇଯାଇଥିଲେ। ସିପୁଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସିପୁଙ୍କ ଭାଇ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗତ ୨୮ ତାରିଖରେ ମାମଲା (ନଂ.୧୩୩/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri