ବରଗଡ,୧୫।୫(ପ୍ରେମାନନ୍ଦ ଖମାରୀ): ସର୍ବଭାରତୀୟ ଏନଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦେଶବ୍ୟାପୀ ଏହାକୁ ନେଇ ବିରୋଧ, ପ୍ରତିବାଦ ତେଜି ଉଠିଛି । ବରଗଡ଼ ଜିଲା ଆମ ଆଦମୀ ପାର୍ଟି (ଏଏପି) ଏହାର ନ୍ୟାୟିକ ତଦନ୍ତ ଦାବି ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି। ସେହିପରି ସ୍ଥାନୀୟ ବରଗଡ଼ ଗାନ୍ଧୀଛକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛ। ଭାଜପା ଶାସନରେ ଛାତ୍ରୀଛାତ୍ର ଭବିଷ୍ୟତ ଏବେ ଅନ୍ଧକାରକୁ ଚାଲିଯାଇଛି ବୋଲି ଏଏପି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲା ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ବରୂପ ଭୋଇ, ଆଇନଜୀବୀ ରମେଶ ପତି, ମାରିୟମ ବାର୍ଲା, ଶାହରୁଖ ଲୋଧିଆ,ଅସିତ ସାହୁ, ମିଲୁ ନାଗ,ସରିତା ସୁନା, ଗୁରୁଦେବ ଶିକା, ପାଉଲିନା କୁଜୁର, ସିଲାସ ଲୁଗୁନ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।