ଅନାଥ ଶିଶୁଙ୍କ ଭବିଷ୍ୟତ

ଅଭିମନ୍ୟୁ ଧଳ

କୋଭିଡ୍‌ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କରାଯାଇଛି। ଯେଉଁ ସମୟରେ ସେମାନଙ୍କର ଖେଳ ଓ ପାଠରେ ସମୟ ବିତିବା କଥା, ସେହି ବୟସରେ ସେମାନେ ବଞ୍ଚତ୍ବା ପାଇଁ ସଂଘର୍ଷ ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ଭବିଷ୍ୟତ କ’ଣ ହେବ, ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର କହିଛନ୍ତି, ମହାମାରୀରେ ନିଜର ମା’ବାପାଙ୍କୁ ହରାଇଥିବା ପିଲାମାନଙ୍କର ଅଭିଭାବକ ହେବେ ଜିଲାପାଳ। ଅନ୍ୟପକ୍ଷରେ ଶିଶୁମାନଙ୍କର ପୁନର୍ବାସ ଉଚିତ ଢଙ୍ଗରେ ତଥା ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ କରିବେ। ଏଥିସହିତ ଜିଲାସ୍ତରରେ ବହୁ ବିଭାଗୀୟ ଟାସ୍କଫୋର୍ସ ଗଠନ ତଥା ଏସବୁ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର, ହସ୍ପିଟାଲ, ପଞ୍ଚାୟତିରାଜ ସଂସ୍ଥା ଓ ପୌରପାଳିକାଗୁଡ଼ିକ ପାଇଁ ଦାୟିତ୍ୱ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟିର ଯୋଗାଯୋଗ ନମ୍ବର ଓ ଚାଇଲ୍ଡ ହେଲ୍‌ପଲାଇନ୍‌ ନମ୍ବର ୧୦୯୮ କୁ ବ୍ୟାପକ ରୂପେ ପ୍ରଚାର କରାଯାଉ, ଶିଶୁମାନଙ୍କର ମନୋବୈଜ୍ଞାନିକ ସହାୟତା ପାଇଁ ସାଇକାଟ୍ରିଷ୍ଟଙ୍କ ସହିତ ପିଲାମାନଙ୍କର କଥାବାର୍ତ୍ତା କରାଇବାକୁ ପଡ଼ିବ।
ସରକାରଙ୍କ ନିୟମ ଅନେକ କ୍ଷେତ୍ରରେ କଚ୍ଛପ ଗତିରେ ଚାଲିଥାଏ। ଏପରି ହେଲେ ମା’ବାପାଙ୍କୁ ଶୈଶବରେ ହରାଇଥିବା ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ। କେତେକ କ୍ଷେତ୍ରରେ ଦେଖାଯାଏ, ଏହି ଅନାଥ ଶିଶୁଙ୍କ ସମ୍ପତ୍ତି ହାତେଇବା ପାଇଁ କେତେକ ନିକଟ ସମ୍ପର୍କୀୟ ପିଲାମାନଙ୍କ ଦାୟିତ୍ୱ ନେଇଥା’ନ୍ତି। ଏପରିକି ଏମାନଙ୍କୁ ଶିଶୁ ଶ୍ରମିକ କରାଇବାର ଅନେକ ଉଦାହରଣ ରହିଛି। ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ସିଡିପିଓଙ୍କୁ ସେ ଦାୟିତ୍ୱ ଦିଆଯାଇଛି। କୋଭିଡ୍‌ ଅନାଥଙ୍କୁ ବିକୁଛନ୍ତି ଦଲାଲ। ସୋସିଆଲ ମିଡିଆରେ ଏହି ର଼୍ୟାକେଟ୍‌ ସକ୍ରିୟ ହୋଇଛି। ନଗଦ ରାଶି ବଦଳରେ ସେମାନଙ୍କୁ ଚାଲାଣ କରିବା ଲାଗି ଏକ ବଡ଼ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଗତ କିଛି ଦିନ ହେବ ଜୋରସୋରରେ ପ୍ରୟାସ ମଧ୍ୟ ଆରମ୍ଭ ହୋଇଯାଇଛି। ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନୋବେଲ୍‌ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଏନ୍‌ଜିଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ସେନ୍‌ଗର କହିଛନ୍ତି, ବେଆଇନ ଭାବେ ପିଲାଙ୍କୁ ପୋଷ୍ୟ ରୂପେ ଗ୍ରହଣ କରାଯାଉଥିବା ବିଷୟରେ ଜାତୀୟ ମାନବାଧିକାର କମିଶନ, ଶିଶୁ ସୁରକ୍ଷା କମିଟି ଓ ତଦନ୍ତ ଏଜେନ୍ସି ଗୁଡ଼ିକୁ ସୂଚନା ଦିଆଯାଇଛି। ସଂଯୋଗ ନାମକ ଏକ ଏନ୍‌ଜିଓ ଅନୁସାରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ପିଲାଙ୍କୁ ଗୋତି ଶ୍ରମିକ ଓ କନ୍ୟା ସନ୍ତାନମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଉଛି। ପାଟ୍‌ନାର ଏକ ଏନ୍‌ଜିଓ ସେଣ୍ଟର ଡାଇରେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ କୁମାର କୁହନ୍ତି, ମହାମାରୀରେ ମାନବ ଚାଲାଣ ଏକ ସଂଗଠିତ, କିନ୍ତୁ ଲୁଚି ରହିଥିବା ଅପରାଧ। ଏହି ସଂସ୍ଥା ଜୟପୁରର ଏକ କାଚ କାରଖାନାରୁ ୫୦୦ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପିଲାଙ୍କ ମାତାପିତା କରୋନାରେ ପ୍ରାଣ ହରାଇଥିଲେ।
କରୋନାକୁ ବାଦ୍‌ଦେଇ ଜଟିଳ ରୋଗ, ଆକସ୍ମିକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମାତାପିତା କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କଲେ ଘରର ଦୁଃସ୍ଥିତି ନେଇ ଶିଶୁମାନେ ଏକପ୍ରକାର ବିକ୍ରି ହୋଇ ଯାଉଛନ୍ତି। ଅବାଞ୍ଛିତ ସନ୍ତାନ, ସନ୍ତତିଙ୍କୁ ରାସ୍ତାକଡ଼ର ଶୁଆଇଦେବା, ଡାକ୍ତରଖାନାରେ ଛାଡ଼ିଦେଇ ଆସିବା ଭଳି ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଯଦିଓ ଏମାନଙ୍କୁ ଚାଇଲ୍ଡଲାଇନ୍‌ ମାଧ୍ୟମରେ ବିଭିନ୍ନ ଅନାଥାଶ୍ରମରେ ରଖାଯାଉଛି। ଏହିଥିରୁ ପୋଷ୍ୟଭାବେ କେତେକ ଦମ୍ପତି ଗ୍ରହଣ କରୁଛନ୍ତି। ପରନ୍ତୁ ଯେଉଁମାନେ ରହିଗଲେ, ସେମାନଙ୍କ ବଞ୍ଚତ୍ବା ପାଇଁ ନିଯୁକ୍ତି ହେଉ ଅବା ଆତ୍ମନିଯୁକ୍ତି ହେଉ ବ୍ୟବସ୍ଥା କରିବା ଦରକାର। ୨୪ ବର୍ଷ ହେବ ରାଜ୍ୟରେ ଶିଶୁ ଶ୍ରମିକ ଗଣତି ହୋଇନାହିଁ। ୧୯୯୭ ସର୍ଭେରେ ୨.୫ ଲକ୍ଷ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ। ଏହାର ଠିକ୍‌ ତର୍ଜମା ହେଲେ ଶିଶୁ ଶ୍ରମିକଙ୍କ ମଧ୍ୟରେ କେତେ ଅନାଥ ଅଛନ୍ତି ଜଣାପଡ଼ିବ। ସେମାନଙ୍କ ମନରେ ସକାରାମତ୍କ ଭାବନା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇନେଲେ ସେମାନେ ମା’ବାପାଙ୍କ ଅନୁପସ୍ଥିତି କଷ୍ଟରୁ ରକ୍ଷାପାଇବେ। ଆଇନ ଅନୁସାରେ ଅନାଥ ଶିଶୁଙ୍କୁ କୋଳେଇନେବା ମହତ୍‌ କାର୍ଯ୍ୟ। ଏମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ଏନ୍‌ଜିଓ, ସମାଜସେବୀ ସର୍ବୋପରି ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମର ଠିକ୍‌ ରୂପାୟନ କଲେ ହଜିଯାଇଥିବା ଏମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ଉଠିବ।
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri