ଅନାଥ ଶିଶୁଙ୍କ ଭବିଷ୍ୟତ

ଅଭିମନ୍ୟୁ ଧଳ

କୋଭିଡ୍‌ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କରାଯାଇଛି। ଯେଉଁ ସମୟରେ ସେମାନଙ୍କର ଖେଳ ଓ ପାଠରେ ସମୟ ବିତିବା କଥା, ସେହି ବୟସରେ ସେମାନେ ବଞ୍ଚତ୍ବା ପାଇଁ ସଂଘର୍ଷ ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ଭବିଷ୍ୟତ କ’ଣ ହେବ, ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର କହିଛନ୍ତି, ମହାମାରୀରେ ନିଜର ମା’ବାପାଙ୍କୁ ହରାଇଥିବା ପିଲାମାନଙ୍କର ଅଭିଭାବକ ହେବେ ଜିଲାପାଳ। ଅନ୍ୟପକ୍ଷରେ ଶିଶୁମାନଙ୍କର ପୁନର୍ବାସ ଉଚିତ ଢଙ୍ଗରେ ତଥା ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ କରିବେ। ଏଥିସହିତ ଜିଲାସ୍ତରରେ ବହୁ ବିଭାଗୀୟ ଟାସ୍କଫୋର୍ସ ଗଠନ ତଥା ଏସବୁ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର, ହସ୍ପିଟାଲ, ପଞ୍ଚାୟତିରାଜ ସଂସ୍ଥା ଓ ପୌରପାଳିକାଗୁଡ଼ିକ ପାଇଁ ଦାୟିତ୍ୱ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟିର ଯୋଗାଯୋଗ ନମ୍ବର ଓ ଚାଇଲ୍ଡ ହେଲ୍‌ପଲାଇନ୍‌ ନମ୍ବର ୧୦୯୮ କୁ ବ୍ୟାପକ ରୂପେ ପ୍ରଚାର କରାଯାଉ, ଶିଶୁମାନଙ୍କର ମନୋବୈଜ୍ଞାନିକ ସହାୟତା ପାଇଁ ସାଇକାଟ୍ରିଷ୍ଟଙ୍କ ସହିତ ପିଲାମାନଙ୍କର କଥାବାର୍ତ୍ତା କରାଇବାକୁ ପଡ଼ିବ।
ସରକାରଙ୍କ ନିୟମ ଅନେକ କ୍ଷେତ୍ରରେ କଚ୍ଛପ ଗତିରେ ଚାଲିଥାଏ। ଏପରି ହେଲେ ମା’ବାପାଙ୍କୁ ଶୈଶବରେ ହରାଇଥିବା ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ। କେତେକ କ୍ଷେତ୍ରରେ ଦେଖାଯାଏ, ଏହି ଅନାଥ ଶିଶୁଙ୍କ ସମ୍ପତ୍ତି ହାତେଇବା ପାଇଁ କେତେକ ନିକଟ ସମ୍ପର୍କୀୟ ପିଲାମାନଙ୍କ ଦାୟିତ୍ୱ ନେଇଥା’ନ୍ତି। ଏପରିକି ଏମାନଙ୍କୁ ଶିଶୁ ଶ୍ରମିକ କରାଇବାର ଅନେକ ଉଦାହରଣ ରହିଛି। ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ସିଡିପିଓଙ୍କୁ ସେ ଦାୟିତ୍ୱ ଦିଆଯାଇଛି। କୋଭିଡ୍‌ ଅନାଥଙ୍କୁ ବିକୁଛନ୍ତି ଦଲାଲ। ସୋସିଆଲ ମିଡିଆରେ ଏହି ର଼୍ୟାକେଟ୍‌ ସକ୍ରିୟ ହୋଇଛି। ନଗଦ ରାଶି ବଦଳରେ ସେମାନଙ୍କୁ ଚାଲାଣ କରିବା ଲାଗି ଏକ ବଡ଼ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଗତ କିଛି ଦିନ ହେବ ଜୋରସୋରରେ ପ୍ରୟାସ ମଧ୍ୟ ଆରମ୍ଭ ହୋଇଯାଇଛି। ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନୋବେଲ୍‌ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଏନ୍‌ଜିଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ସେନ୍‌ଗର କହିଛନ୍ତି, ବେଆଇନ ଭାବେ ପିଲାଙ୍କୁ ପୋଷ୍ୟ ରୂପେ ଗ୍ରହଣ କରାଯାଉଥିବା ବିଷୟରେ ଜାତୀୟ ମାନବାଧିକାର କମିଶନ, ଶିଶୁ ସୁରକ୍ଷା କମିଟି ଓ ତଦନ୍ତ ଏଜେନ୍ସି ଗୁଡ଼ିକୁ ସୂଚନା ଦିଆଯାଇଛି। ସଂଯୋଗ ନାମକ ଏକ ଏନ୍‌ଜିଓ ଅନୁସାରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ପିଲାଙ୍କୁ ଗୋତି ଶ୍ରମିକ ଓ କନ୍ୟା ସନ୍ତାନମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଉଛି। ପାଟ୍‌ନାର ଏକ ଏନ୍‌ଜିଓ ସେଣ୍ଟର ଡାଇରେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ କୁମାର କୁହନ୍ତି, ମହାମାରୀରେ ମାନବ ଚାଲାଣ ଏକ ସଂଗଠିତ, କିନ୍ତୁ ଲୁଚି ରହିଥିବା ଅପରାଧ। ଏହି ସଂସ୍ଥା ଜୟପୁରର ଏକ କାଚ କାରଖାନାରୁ ୫୦୦ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପିଲାଙ୍କ ମାତାପିତା କରୋନାରେ ପ୍ରାଣ ହରାଇଥିଲେ।
କରୋନାକୁ ବାଦ୍‌ଦେଇ ଜଟିଳ ରୋଗ, ଆକସ୍ମିକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମାତାପିତା କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କଲେ ଘରର ଦୁଃସ୍ଥିତି ନେଇ ଶିଶୁମାନେ ଏକପ୍ରକାର ବିକ୍ରି ହୋଇ ଯାଉଛନ୍ତି। ଅବାଞ୍ଛିତ ସନ୍ତାନ, ସନ୍ତତିଙ୍କୁ ରାସ୍ତାକଡ଼ର ଶୁଆଇଦେବା, ଡାକ୍ତରଖାନାରେ ଛାଡ଼ିଦେଇ ଆସିବା ଭଳି ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଯଦିଓ ଏମାନଙ୍କୁ ଚାଇଲ୍ଡଲାଇନ୍‌ ମାଧ୍ୟମରେ ବିଭିନ୍ନ ଅନାଥାଶ୍ରମରେ ରଖାଯାଉଛି। ଏହିଥିରୁ ପୋଷ୍ୟଭାବେ କେତେକ ଦମ୍ପତି ଗ୍ରହଣ କରୁଛନ୍ତି। ପରନ୍ତୁ ଯେଉଁମାନେ ରହିଗଲେ, ସେମାନଙ୍କ ବଞ୍ଚତ୍ବା ପାଇଁ ନିଯୁକ୍ତି ହେଉ ଅବା ଆତ୍ମନିଯୁକ୍ତି ହେଉ ବ୍ୟବସ୍ଥା କରିବା ଦରକାର। ୨୪ ବର୍ଷ ହେବ ରାଜ୍ୟରେ ଶିଶୁ ଶ୍ରମିକ ଗଣତି ହୋଇନାହିଁ। ୧୯୯୭ ସର୍ଭେରେ ୨.୫ ଲକ୍ଷ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ। ଏହାର ଠିକ୍‌ ତର୍ଜମା ହେଲେ ଶିଶୁ ଶ୍ରମିକଙ୍କ ମଧ୍ୟରେ କେତେ ଅନାଥ ଅଛନ୍ତି ଜଣାପଡ଼ିବ। ସେମାନଙ୍କ ମନରେ ସକାରାମତ୍କ ଭାବନା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇନେଲେ ସେମାନେ ମା’ବାପାଙ୍କ ଅନୁପସ୍ଥିତି କଷ୍ଟରୁ ରକ୍ଷାପାଇବେ। ଆଇନ ଅନୁସାରେ ଅନାଥ ଶିଶୁଙ୍କୁ କୋଳେଇନେବା ମହତ୍‌ କାର୍ଯ୍ୟ। ଏମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ଏନ୍‌ଜିଓ, ସମାଜସେବୀ ସର୍ବୋପରି ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମର ଠିକ୍‌ ରୂପାୟନ କଲେ ହଜିଯାଇଥିବା ଏମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ଉଠିବ।
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri