Categories: ଖେଳ

ବିପଦରେ ଦିନିକିଆ କ୍ରିକେଟ୍‌ର ଭବିଷ୍ୟତ

ନୂଆଦିଲ୍ଲୀ,୧୩।୭: ୨୦୨୭ ଦିନିକିଆ ବିଶ୍ୱକପ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବନ୍ଦ କରାଯାଉ ବୋଲି ଏମ୍‌ସିସି ପରାମର୍ଶ ଦେଇଛି। ଅଷ୍ଟ୍ରେଲିଆ-ଇଂଲଣ୍ଡ ଲର୍ଡ ଟେଷ୍ଟ ସମୟରେ ଏମସିସି ଆଇସିସିକୁ କହିଛି। ସମଗ୍ର ବିଶ୍ୱରେ ଟି-୨୦ ଫର୍ମାଟ ଏବଂ ଫ୍ରାଞ୍ଚାଇଜ କ୍ରିକେଟ ପାଇଁ କ୍ରେଜ ବଢୁଥିବାରୁ ଦ୍ୱିପାକ୍ଷିକ ଦିନିକିଆ ସିରିଜକୁ ବନ୍ଦ କରାଯିବା ଉଚିତ ବୋଲି ଏମସିସି କହିଛି। ତେବେ ବିଶ୍ୱକପ ୨୦୨୩ରୁ ପରିସ୍ଥିତି ନିଶ୍ଚିତ ରୂପେ ବଦଳିଯିବ ବୋଲି ଏମସିସି ସଦସ୍ୟମାନେ ଆଶା କରିଛନ୍ତି।
ଏମସିସି କହିଛି ଯେ, ଟେଷ୍ଟ ଫର୍ମାଟର ନିଜସ୍ବ ଚ୍ୟାଲେଞ୍ଜ ଅଛି। ଟେଷ୍ଟ କ୍ରିକେଟକୁ ବଞ୍ଚାଇବା ପାଇଁ କ୍ରମାଗତ ଭାବେ ଦାବି ହୋଇଆସୁଛି। ଦୁନିଆରେ ଅନେକ ଦେଶ ଅଛନ୍ତି, ଯେଉଁମାନେ ୫ ଦିନିଆ ମ୍ୟାଚରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି। ଏଥିସହ ଟେଷ୍ଟ ମ୍ୟାଚ ପାଇଁ ଆଇସିସି ପୃଥକ ପାଣ୍ଠି ବ୍ୟବସ୍ଥା କରିବାକୁ ଏମ୍‌ସିସି ପରାମର୍ଶ ଦେଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆଇସିସି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦିନିକିଆଫର୍ମାଟ ଉପରେ ଏକ ବଡ ନିଷ୍ପତ୍ତି ସମ୍ଭବ।

Share