ଯନ୍ତ୍ରୀଙ୍କ ଅଗୋଚରରେ ଚାଲିଛି ପୂର୍ତ୍ତ ବିଭାଗ କାର୍ଯ୍ୟ

ନାଉଗାଁ,୨୨।୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଦେଇ ବାଲି ଭଉଁରୀ-ଶିଖରଘାଟ, କୋକିଢ଼ିହ-ତେଲସରା ରାସ୍ତା ସଂଯୋଗ କରୁଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଜଗତ୍‌ସିଂହପୁର ଡିଭିଜନ ଅଧୀନରେ ରହିଛି। କୋକିଡିହ-ତେଲସରା ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯିବା ସହ ନିର୍ମାଣ ଓ ପୁନଃ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହି ନିର୍ମାଣ ପାଇଁ ୯ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟ ବରାଦ କରାଯାଇଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ କେତେଜଣ ଠିକାଦାର ଚିଠା ମାଧ୍ୟମରେ ଉକ୍ତ ରାସ୍ତାରେ ଗାର୍ଡ ଓ୍ବାଲ ନିର୍ମାଣ କରୁଛନ୍ତି। ସେହିପରି ବାଲିଭଉଁରୀ-ଶିଖରଘାଟ ରାସ୍ତାରେ ନାଉଗଁା ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇ ଗାର୍ଡ ଓ୍ବାଲ ନିର୍ମାଣ କରାଯାଉଛି। ମାତ୍ର ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ଜାଣିନାହାନ୍ତି। ସେହିପରି ଶିଖରଘାଟ ରାସ୍ତାର ବିନିଶିପୁର ନିକଟରେ କିଛି ଦିନ ତଳେ ୧ ଫୁଟ ବଦଳରେ ୩ ଇଞ୍ଚର ଢଳେଇ କାର୍ଯ୍ୟ କରାଯାଇଥିଲା। ଏବିଷୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଭିଷେକ ସେଠୀ ଜାଣିବା ପରେ କାର୍ଯ୍ୟସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ଏବେ ମାର୍ଚ୍ଚ ମାସ ଚାଲିଥିବାବେଳେ ଅନେକ ଠିକାଦାର ରାଜନେତାଙ୍କ ଚିଠାରେ ମନଇଚ୍ଛା କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ମାତ୍ର ଅଧିକାଂଶ କାର୍ଯ୍ୟ ଯନ୍ତ୍ରୀ କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହା ଜାଣିନାହାନ୍ତି। ଫଳରେ ଠିକାଦାରମାନେ ବ୍ୟବହାର କରୁଥିବା ସାମଗ୍ରୀ ସିମେଣ୍ଟ ,ବାଲି ,ମେଟାଲ ଭାଗ ମାପ ଠିକ୍‌ ରଖୁନାହାନ୍ତି। ଢଳେଇ କିମ୍ବା ଓ୍ବାଲ ନିର୍ମାଣ ବେଳେ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିବା କଥା। କିନ୍ତୁ କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହିବା ଯୋଗୁ ନିମ୍ନମାନର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଠା ଦ୍ୱାରା ଠିକାଦାରମାନେ ମନଇଚ୍ଛା କାର୍ଯ୍ୟ କରୁଥିବାରୁ କାର୍ଯ୍ୟର ଅଟକଳ ମୂଲ୍ୟ ସାଧାରଣ ଲୋକ ଜାଣିପାରୁ ନାହାନ୍ତି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟର ସବିଶେଷ ତଥ୍ୟ ପ୍ରଦାନ କରି ସୂଚନା ଫଳକ ଲଗାଇବାର ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ଠିକାଦାର ଏହା କରୁନାହାନ୍ତି। କାର୍ଯ୍ୟ ବିଷୟରେ ବିଭାଗ ଯନ୍ତ୍ରୀ ବଳରାମ ସ୍ବାଇଁଙ୍କୁ ପଚାରିବାରେ ସେ ଏବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଏନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri