ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ବାହାଡା ଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ ଟାରେ ମୁଖ୍ୟମନ୍ତ୍ରୀ ବସ ସେବା(ଏମବିଏସ) ଯୋଜନାରେ ଚାଲୁଥିବା ଏକ ସରକାରୀ ଯାତ୍ରୀବାହୀ ବସ (ନଂ. ଓଡ଼ି୦୭ୟୁ – ୨୮୩୫) ର ସମ୍ମୁଖ ଭାଗ ଚକା ଛିଡ଼ିଯାଇଥିବା ଜଣାପଡ଼ିଛି। ବସ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ଭାବେ ଚକା ଛିଡ଼ିଯାଇଥିଲା। ବସଟି ନିୟନ୍ତ୍ରଣ ହରାଇଥିଲା। ବସରେ ଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଚାଳକଙ୍କ ଉପସ୍ଥିତ ବୁଦ୍ଧିରୁ ବସଟି କିଛି ଦୂର ଘୋଷାରି ହୋଇ ଆଗକୁ ଯିବାପରେ ରାସ୍ତା ଉପରେ ଅଟକିଥିଲା। ଯାତ୍ରୀମାନେ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।