ଫରାସୀ ପଣ୍ୟବାହୀ ଜାହାଜ ମୂକସାକ୍ଷୀ ମଙ୍ଗ ଦୃଶ୍ୟମାନ

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ବଙ୍ଗୋପସାଗର କୂଳ ମାଦଳି ମୁହାଣ ଅନତି ଦୂରରେ ୧୮୩୨ରେ ଫ୍ରାନ୍ସ ନିର୍ମିତ ବୃହତ୍‌ ପଣ୍ୟ ବୋଝେଇ ଫରାସୀ ଜାହାଜ ଭେଲଦା ସମୁଦ୍ରପଥ ଦେଇ କୋଲକାତାର ହଳଦିଆ ବନ୍ଦର ଅଭିମୁଖେ ଯାଉଥିଲା। ତେବେ ଏହି ଜାହାଜଟି ସମୁଦ୍ରର ପ୍ରତିକୂଳ ପାଗ ଯୋଗୁ ଦିଗହରା ଓ ବିଶାଳ ବାଲୁକା ଢିପରେ ଭାରସାମ୍ୟ ହରାଇ ଫସି ଯାଇଥିଲା। ପରେ ନାବିକମାନେ ଯେତେ ଚେଷ୍ଟା କଲେ ମଧ୍ୟ ଜାହାଜଟି ପାଣିରେ ବୁଡ଼ିବା ଆରମ୍ଭ କରିଥିଲା। ହେଲେ ଏବେ ବି ଉକ୍ତ ଦୁର୍ଘଟଣାଗ୍ରସ୍ତ ଭେଲଦା ନାମକ ଫରାସୀ ଜାହାଜର ମୂକସାକ୍ଷୀ ଭାବେ ଲୌହମଙ୍ଗ ସମୁଦ୍ରରେ ପାଣି ଖସିବା ବେଳେ ଦେଖିବାକୁ ମିଳୁଛି। ସମୁଦ୍ରରେ ଅଧିକ ଜୁଆର ସମୟରେ ଏହି ଲୌହମଙ୍ଗ ଦେଖାଯାଏ ନାହିଁ। ଅନେକ ସମୟରେ ସ୍ଥାନୀୟ ପାରମ୍ପରିକ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ବୋଟ୍‌ଗୁଡ଼ିକ ଦୁର୍ଘଟଣା ହେଉଥିବା ନଜିର ରହିଛି ବୋଲି ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀ ଶକ୍ତିପଦ ମିର୍ଦ୍ଧା, ଶଙ୍କର ମଣ୍ଡଳ, ଗୁରୁପଦ ମଣ୍ଡଳ, ଗୌରହରି ଦାସ, ଫନ୍ଦୀ ମଣ୍ଡଳ ପ୍ରମୁଖ କହିଛନ୍ତି। ଏହି ମାଦଳି ମୁହାଣ ଅଞ୍ଚଳଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ହୋଇଥିବାରୁ ସମୁଦ୍ର ପଥକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ଦ୍ୱାର ବୋଲି କୁହାଯାଇଛି। ତେବେ ୨୦୦୯ରେ ଜାତୀୟ ସାମୁଦ୍ରିକ ବୁଡାଳି ତଥା ସ୍କୁବା ଡାଇଭ୍‌ ସବୀର ବକ୍ସ ବନ ବିଭାଗର ବିନା ଅନୁମତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି ମୁହାଣ ପାଖରେ ବୁଡ଼ି ଯାଇଥିବା ଜାହାଜର ଅନୁସନ୍ଧାନ ପାଇଁ ବୁଡ଼ିଥିଲେ। ବେଆଇନ ଭାବେ ଉକ୍ତ ଅଞ୍ଚଳକୁ ପ୍ରବେଶକୁ ନେଇ ତତ୍‌କାଳୀନ ମହାକାଳପଡ଼ା ରେଞ୍ଜ ଅଧିକାରୀ ମିହିର କୁମାର ପଟ୍ଟନାୟକ ସାମୁଦ୍ରିକ ବୁଡାଳି ସବୀର ବକ୍ସଙ୍କ ନାମରେ ମାମଲା ରୁଜୁ କରିଥିଲେ।
ଫରାସୀ ଜାହାଜ ଏହି ସ୍ଥାନରେ କାହିଁକି ଦୁର୍ଘଟଣା ହେଲା ବ୍ରିଟିଶ ଶାସକମାନେ ଅନୁସନ୍ଧାନ କରିଥିଲେ। କିଛି ଦୂରରେ ଏକ ବିଶାଳ ବାଲୁକା ଆଇଲାଣ୍ଡ ଠାବ କରିଥିଲେ। ପରେ ଏହି ଆଇଲାଣ୍ଡ ଫଲ୍ସ ପଏଣ୍ଟରେ ବିଶାଳ ବାଲୁକା ପାହାଡ଼କୁ ଦେଖି ବତିଘର ବା ଲାଇଟ୍‌ ହାଉସ ନିର୍ମାଣ କରିଥିଲେ। ଏହି ବତିଘର ନିର୍ମାଣ ପରେ ବିଦେଶୀ ମାଲବାହୀ ଜାହାଜ ଓ ଦେଶୀୟ ଜାହାଜଗୁଡ଼ିକ ଲାଇଟ୍‌ ହାଉସ ବତି ଦେଖି ଦିଗ ନିର୍ଣ୍ଣୟ କରି ଯାତାୟାତ କରିଥିଲେ। ଲାଇଟ୍‌ ହାଉସ ନିର୍ମାଣ ପରେ ସମୁଦ୍ରରେ ଜାହାଜ ଦୁର୍ଘଟଣା କମିଯାଇଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅପରପକ୍ଷରେ ଏହି ଜାହାଜ ଦୁର୍ଘଟଣା ପରେ ଦେଶ ସ୍ବାଧୀନତା ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଦୁର୍ଘଟଣା ହୋଇଥିବା ସ୍ଥାନ ନିରୂପଣ ଉପରେ ଗୁରୁତ୍ୱ ଦେଲେ ନାହିଁ। ପରେ ଅସାଧୁ ବ୍ୟକ୍ତି ଓ ଜଳ ଦସ୍ୟୁମାନେ ଜାହଜର ମୂଲ୍ୟବାନ ଯନ୍ତ୍ରାଂଶ ଚୋରାଇ ନେଇଥିଲେ। ଏ ସଂକ୍ରାନ୍ତରେ ପରିବେଶବିତ୍‌ ସମରେନ୍ଦ୍ର ମାହଳିଙ୍କୁ ପଚାରିବାରେ, ଏହି ବିଦେଶୀ ପଣ୍ୟ ବୋଝେଇ ଜାହାଜ ଦୁର୍ଘଟଣା ଘଟଣା ବଙ୍ଗୋପସାଗର କୂଳ ମାଦଳି ମୁହାଣ ମୂକସାକ୍ଷୀ ପାଲଟିଛି। ୧୯୧୨ରେ ଆଣ୍ଟଲାଟିକ ମହାସାଗରରେ ଟାଇଟାନିକ ଜାହାଜ ଯେପରି ବୁଡ଼ିବାର କାରଣ କ’ଣ ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେଉଛି ସେହିପରି ଫରାସୀ ନିର୍ମିତ ଭେଲଦା ବୁଡ଼ିବାର କାରଣ ଖୋଜାଗଲେ ଅନେକ ଐତିହାସିକ ତଥ୍ୟ ପ୍ରକାଶ ପାଇପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri