Posted inଖେଳ

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍‌ ଖେଳିବେ ଏହି ୭ ଭାରତୀୟ କ୍ରିକେଟର୍‌

ଦୁବାଇ,୨୩।୧୦: ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ବିସିସିଆଇ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏହି ଦଳରେ ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଛନ୍ତି। ଏହି ଖେଳାଳିମାନେ ଘରୋଇ ସ୍ତରରେ ଏବଂ ଆଇପିଏଲରେ ବହୁତ କିଛି କରିଛନ୍ତି।

Suryakumar Yadav
ସୂର୍ଯ୍ୟକୁମାର ଯାଦବ
ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ। ଟି -୨୦ ବିଶ୍ୱକପ ଦଳରେ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ବ୍ୟାଟିଂ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପରେ ସୂର୍ଯ୍ୟକୁମାର ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ।

Axar Patel

ଅକ୍ଷର ପଟେଲ
ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ମଧ୍ୟ ଚୟନ କରାଯାଇଛି। ୟୁଏଇ ପିଚ ସ୍ପିନରଙ୍କ ପାଇଁ ସହାୟକ ହେବ, ତେଣୁ ପଟେଲଙ୍କୁ ଏକ ସୁଯୋଗ ଦିଆଯାଇଛି। ରିଜର୍ଭ ଅଲରାଉଣ୍ଡର ଭାବେ ଟି-୨୦ ବିଶ୍ୱକପ ପାଇଁ ପଟେଲ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି।

Ishan Kishan

ଇଶାନ କିଶାନ
ଟିମ ଇଣ୍ଡିଆର ଯୁବ ଖେଳାଳି ଇଶାନ କିଶନ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ସେ ପୂର୍ବରୁ ନିଜକୁ ପ୍ରମାଣିତ କରିଛନ୍ତି। ଇଶାନ କିଶନ ମଧ୍ୟ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ଜଣେ ଭଲ ଉଇକେଟ କିପର। ଆଇପିଏଲରେ ଇଶାନ କିଶନ ଅନେକ ଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମ୍ୟାଚ ଜିତିଛନ୍ତି ଏବଂ ଏବେ ସେ ଟି -୨୦ ବିଶ୍ୱକପ୍‌ରେ ଟିମ ଇଣ୍ଡିଆକୁ ମଧ୍ୟ ବିଜୟ ଦେବାକୁ ଚାହୁଁଛନ୍ତି।

Varun Chakravarthy

ବରୁଣ ଚକ୍ରବର୍ତ୍ତୀ
ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ଟି -୨୦ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ମିଷ୍ଟ୍ରି ସ୍ପିନର ଭାବେ ଜଣାଶୁଣା ବରୁଣ ସାତୋଟି ଉପାୟରେ ବୋଲିଂ କରିପାରିବେ। ଏଥିମଧ୍ୟରେ ଅଫବ୍ରେକ, ଲେଗବ୍ରକ, ଗୁଗଲି, କ୍ୟାରମ ବଲ, ଫ୍ଲିପର୍‌, ଟପ ସ୍ପିନ, ଆଙ୍ଗୁଠିରେ ୟକର୍ର୍‌ ଅନ୍ତର୍ଭୁକ୍ତ।

Rahul Chahar

 

ରାହୁଲ ଚହର
ଟିମ ଇଣ୍ଡିଆର ୨୧ ବର୍ଷୀୟ ଲେଗ ସ୍ପିନର ରାହୁଲ ଚହର ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ରାହୁଲ ଚହର କିଛି ସମୟ ପାଇଁ ଭଲ ଫର୍ମରେ ଅନ୍ତି। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ରାହୁଲ ଚହର ତାଙ୍କ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହା ବ୍ୟତୀତ ରାହୁଲ ଚହରଙ୍କର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଖେଳିବାର ଅନେକ ଅଭିଜ୍ଞତା ରହିଛି।

Rishabh Pant

 

ରିଷଭ ପନ୍ତ
ରିଷଭ ପନ୍ତ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପରେ ଖେଳିବେ। ବିସ୍ଫୋରକ ବ୍ୟାଟିଂରେ ପାରଦର୍ଶୀ ଥିବା ରିଷଭ ଶେଷ ଏକାଦଶ ଖେଳିବାରେ ସମ୍ଭାବନା ରହିଛି। ଏହା ସହିତ ରିଷଭ ମଧ୍ୟ ଉଇକେଟ ରକ୍ଷଣ ଦାୟିତ୍ୱ ଗ୍ରହଣ କରିବେ। ଏହା ପୂର୍ବରୁ ରିଷଭ ପନ୍ତଙ୍କର ୨୦୧୯ ବିଶ୍ୱକପ ଖେଳିବାର ଅଭିଜ୍ଞତା ଅଛି।

KL Rahul

 

କେ.ଏଲ ରାହୁଲ
କେଏଲ ରାହୁଲ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପରେ ଖେଳିବାର ସୁଯୋଗ ପାଇଛନ୍ତି। ଏହାପୂର୍ବରୁ ସେ ଭାରତ ପାଇଁ ୨୦୧୯ ବିଶ୍ୱକପ ମଧ୍ୟ ଖେଳିଛନ୍ତି। ରାହୁଲ ଟି -୨୦ ବିଶ୍ୱକପ ପାଇଁ ଓପନର୍‌ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ରାହୁଲଙ୍କୁ ଟି -୨୦ ବିଶ୍ୱକପ ଦଳରେ ସାମିଲ କରିବାକୁ ଶିଖର ଧାୱନଙ୍କୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri