ଭିତ୍ତିଭୂମିକୁ ଗୁରୁତ୍ୱ ନାହିଁ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ରୋଗୀ ସେବାକୁ ନେଇ ଦିନେ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ସୁନାମ ଅର୍ଜନ କରିଥିଲା, ଦୀର୍ଘବର୍ଷ ହେଲା ତାହାକୁ ଅଣଦେଖା କରାଯାଉଛି। ଏପରି କି ଦୁର୍ବଳ ଭିତ୍ତିଭୂମିରେ ପରିବର୍ତ୍ତନ କରିବା ପ୍ରତି ସ୍ବାସ୍ଥ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ରୋଗୀଙ୍କୁ କିପରି ଉନ୍ନତ ଚିକିତ୍ସା ସେବା ମିଳିପାରିବ ସେଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ଡାକ୍ତର, କର୍ମଚାରୀ ଥାଇ ମଧ୍ୟ ଦୈନିକ ବହୁ ରୋଗୀଙ୍କୁ ଅନ୍ୟତ୍ର ରେଫର କରିବାକୁ ପଡ଼ୁଛି। ଏପରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି।
୧୯୮୦ ମସିହାରେ ସ୍ଥାପିତ ବାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅତୀତରେ ଭଲ ଚିକିତ୍ସା ସେବା ଯୋଗାଇ ଦେଉଥିଲା। ନୂଆକରି ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବାରୁ ଏଠାରେ ଡାକ୍ତର, କର୍ମଚାରୀଙ୍କ ଅଭାବ ନ ଥିଲା। ଡାକ୍ତରଖାନା ପରିଚାଳନା କମିଟି ସହାୟତାରେ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁଥିଲା। ୧୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ଉପରେ ୧୦ଟି ପଞ୍ଚାୟତର ୨୦୦ରୁ ୨୫୦ ରୋଗୀ ନିର୍ଭର କରୁଥିଲେ। ଦୈନିକ ଶତାଧିକ ରୋଗୀ ଏଠାକୁ ଆସି ଚିକିତ୍ସିତ ହେଉଥିଲେ। ହେଲେ ଗତ ୧୨ ବର୍ଷ ହେଲା ଏହି ପ୍ରାଥମିକ ଡାକ୍ତରଖାନା ଘୋର ଅବହେଳାର ଶିକାର ହୋଇଆସିଛି। ଡାକ୍ତର, କର୍ମଚାରୀ ନିଯୁକ୍ତି ପାଇଥିଲେ ବି ରୋଗୀ ଦେଖିବାକୁ ଆବଶ୍ୟକ ଭିତ୍ତିଭୂମି ପ୍ରତି ଅଣଦେଖା କରାଯାଇ ଆସୁଛି। ରୋଗୀ ଦେଖିବାକୁ ଗୃହ ନ ଥିବାରୁ ଗୋଟିଏ ସ୍ଥାନରେ ୩ ଡାକ୍ତର ଓ କର୍ମଚାରୀଙ୍କୁ ବସିବାକୁ ପଡ଼ୁଛି। ରୋଗୀମାନଙ୍କୁ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଗତ ୩ ବର୍ଷ ତଳେ ଜିଲା ଖଣିଜ ପାଣ୍ଠିରୁ ପ୍ରାୟ ୨୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ନିର୍ମାଣ କରାଯାଇଥିଲା। ୬ ମାସ ହେବ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ଆସୁଥିବା ରୋଗୀ, ଗର୍ଭବତୀ ଓ ପ୍ରସୂତିମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିତ୍ତିଭୂମି ନ ଥିବାରୁ ବହୁ ରୋଗୀଙ୍କ ଚିକିତ୍ସା ଏଠାରେ କରାଯାଇ ନ ପାରି ଅନ୍ୟତ୍ର ପଠାଇ ଦିଆଯାଉଛି। ଏଥିଯୋଗୁ ଗରିବ ରୋଗୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାର ସମାଧାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ପରିଚାଳନା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri