ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି

ଗଞ୍ଜାମ,୮।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହାରାଙ୍କ ପାଇଁ ରାମଗଡ଼, ହୁମ୍ମା, ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମାରଥାନ ପ୍ରଚାର କରିଛନ୍ତି। ସେ ବିଭିନ୍ନ ପ୍ରଥପ୍ରାନ୍ତକ ସଭାରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାମ ଓ ତାଙ୍କ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଲୋଚନା କରିଥିଲେ। ଏହା ସହ ଜିଲାପରିଷଦ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ସେ ଜନସାଧାରଣଙ୍କୁ କହିଥିଲେ। ପ୍ରଚାରରେ ପୂର୍ବତନ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ,
ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, କୃଷକ ନେତା ବନାମ୍ବର ପଲେଇ ପ୍ରମୁଖ ସାମିଲ ଥିଲେ।