ବନ୍ଧା ହେଲେ ପୂର୍ବତନ ସରପଞ୍ଚ

ଭଦ୍ରକ ଅଫିସ, ୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ପୂର୍ତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି । ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ ଲକ୍ଷ ଟଙ୍କାର ସରକାରୀ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ପୋଖରୀ ପାର୍ଶ୍ୱ ରାସ୍ତାରୁ ଟ୍ରାକ୍ଟର ଲଗେଇ ପେଭର ବ୍ଲକ ଖୋଳି ନେଇଯାଇଥିଲେ। ସରପଞ୍ଚ ନମିତା ନାୟକଙ୍କ ଅଭିଯୋଗ କ୍ରମେ ସାବରଙ୍ଗ ପୋଲିସ ଶୁକ୍ରବାର ତାଙ୍କୁ କେନ୍ଦୁଝର ବଣାରୁ ଗିରଫ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ସ୍ତ୍ରୀ ସ୍ବାଧୀନ ପାର୍ଥୀ ନମିତା ନାୟକଙ୍କ ଠାରୁ ବହୁ ଭୋଟରେ ପରାଜିତ ହୋଇଥିଲେ। ପରାଜୟ ପରେ ସରପଞ୍ଚ ନମିତା ନାୟକଙ୍କ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଆକ୍ରୋଶ ମୂଳକଭାବେ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି।