![](https://www.dharitri.com/wp-content/uploads/2022/01/503-2.jpg)
ଢେଙ୍କାନାଳ ଅଫିସ, ୨୨।୧: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭାଜପା ନେତ୍ରୀ ଅଞ୍ଜଳି ବେହେରା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଗିରିଧାରୀପ୍ରସାଦ ପଞ୍ଚାୟତର ସମିତିସଭ୍ୟ ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ବ୍ଲକ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଏକଦା କ୍ୟାବିନେଟ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବା ଅଞ୍ଜଳି ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ପଦବୀ ଲାଗି ଆଶାୟୀ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ନିଜ ପ୍ରତିକ୍ରିୟାରେ ଅଞ୍ଜଳି କୁହନ୍ତି, ସେ ନିଜ ବ୍ୟକ୍ତିଗତ ପରିଚୟରେ ବଞ୍ଚତ୍ବା ଲାଗି ଚାହୁଁଛନ୍ତି। ତେଣୁ ସମିତିସଭ୍ୟ ପଦବୀ ମଧ୍ୟ ତାଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଏଥିରେ ବି ଲୋକଙ୍କର ସେବା କରିହେବ। ଜନତାଙ୍କ ସହିତ ରହିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।