ଦୋଷ ସ୍ବୀକାର କଲେ ପୂର୍ବତନ କିରାଣି

କୋଣାର୍କ, ୪।୬(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣି ଅଭିଯୋଗର ୪ସପ୍ତାହ ପରେ ଶନିବାର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ନିଜ ସପକ୍ଷରେ ଦୋଷକୁ ସ୍ବୀକାର କରିବା ସହ ସଫେଇ ଦେଇ କହିଥିଲେ, ଏସବୁ କେମିତି ହେଲା କିଛି ଜାଣିନି। ମୁଁ ଯଦି ଏକୁଟିଆ ଟଙ୍କା ନେଲି, ତେବେ ଆକାଉଣ୍ଟ ଅଧିକାରୀ କ’ଣ କରୁଥିଲେ? ଅନ୍ୟମାନେ ରସିଦ କାଟୁଥିଲେ। ହାୟର ଅଥରିଟି ଦସ୍ତଖତ କରିବା ପରେ ମୁଁ କିଛି ନ ଦେଖି ଦସ୍ତଖତ କରିଦେଉଥିଲି। ଏହି ଘଟଣାରେ ଅନ୍ୟମାନେ ମଧ୍ୟ ସମ୍ପୃକ୍ତ ଥିବା ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପୂର୍ବତନ କିରାଣି। ତେବେ ପୂର୍ବତନ କିରାଣିଙ୍କ ମତକୁ ନେଇ ଏବେ ସବୁଠି ନାନା ଚର୍ଚ୍ଚା ହେବାରେ ଲାଗିଛି।
ଉକ୍ତ ପୂର୍ବତନ କିରାଣି କାର୍ଯ୍ୟରତ ସମୟରେ ୨୦୧୭ରୁ ୨୦୨୨ ଡିସେମ୍ବର ମଧ୍ୟରେ ଜାଲ୍‌ ରସିଦ ବ୍ୟବହାର କରି ୨୨ଲକ୍ଷ ୮୭ହଜାର ୩୭୫ଟଙ୍କା ହଡ଼ପ କରିଥିବା ଆକାଉଣ୍ଟସ ଯାଞ୍ଚ କମିଟି କୋଣାର୍କ କଲେଜ ଅଧ୍ୟକ୍ଷଙ୍କୁ ଗତ ୨୮ତାରିଖରେ ରିପୋର୍ଟ ପ୍ରଦାନ କରିଥିଲା। କଲେଜ ଅଧ୍ୟକ୍ଷ ଅବତାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ୨୯ ତାରିଖରେ ପତ୍ର ଲେଖି ପୂର୍ବତନ କିରାଣିଙ୍କ ଏହି କାରନାମା ସମ୍ପର୍କରେ ଅବଗତ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଥିଲେ। ସମ୍ପ୍ରତି କଲେଜର ସଭାପତି ଦାୟିତ୍ୱରେ ଥିବା ପୁରୀ ଉପଜିଲାପାଳ ଭବତାରଣ ସାହୁ ଅର୍ଥ ତୋଶରପାତ ସମ୍ପର୍କରେ ତଦନ୍ତ କରିବା ପାଇଁ ଶୁକ୍ରବାର ପୂର୍ବତନ କିରାଣି ଓ କଲେଜ ଅଧ୍ୟକ୍ଷଙ୍କୁ ପୁରୀ ଡାକି ପଚାରିଥିଲେ। ଉତ୍ତରରେ ପୂର୍ବତନ କିରାଣି ଜଣକ ନିଜ ଦୋଷ ସ୍ବୀକାର କରିଥିଲେ ମଧ୍ୟ ଏତେ ଟଙ୍କା ହଡ଼ପ କରିନାହିଁ ବୋଲି କହିଥିଲେ। ନିଜର ପକ୍ଷ ରଖିବା ପାଇଁ ସେ ସମୟ ମାଗିବାରୁ ଉପଜିଲାପାଳ ୩ଦିନ ସମୟ ଦେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବତନ କିରାଣି ଶନିବାର ଉକ୍ତ କଲେଜ ପରିସରକୁ ଆସି ଆକାଉଣ୍ଟ କମିଟିର ଯାଞ୍ଚ ରିପୋର୍ଟକୁ ଦେଖିଛନ୍ତି। ସମ୍ପ୍ରତି ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ଅଶୋକ କୁମାର ସାହୁ ଆକାଉଣ୍ଟସ କମିଟିର ଯାଞ୍ଚ ରିପୋର୍ଟକୁ ତାଙ୍କୁ ଦେଖାଇଥିଲେ। ଏହି ସମୟରେ ପୂର୍ବତନ କିରାଣିଙ୍କ ସ୍ବାମୀ ସେଠାରେ ଉପସ୍ଥିତ ରହି ଗଣମାଧ୍ୟମକୁ କହିଥିଲେ, ଏହି ଘଟଣା ସହ ଅନ୍ୟ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଏଥିରୁ ସ୍ପଷ୍ଟ ଯେ, ଏହି ଆର୍ଥିକ ଅନିୟମିତତା ସହିତ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଆକାଉଣ୍ଟ ଅଧିକାରୀ ଦାୟିତ୍ୱରେ ଥିବା କେତେକ ଅଧ୍ୟାପକ ଓ କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ଅପରପକ୍ଷେ ଅର୍ଥ ହରିଲୁଟ କରି ଧରାପଡ଼ିବା ପରେ ନିଜର ଦୋଷ ସ୍ବୀକାର କରିଥିବା ପୂର୍ବତନ କିରାଣିଙ୍କ ବିରୋଧରେ ତୁରନ୍ତ ଆପରାଧିକ ମାମଲା ଦାଏର କରାଯିବା ସହିତ ଏହି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଧିବଦ୍ଧ ତଦନ୍ତ କରାଯିବାକୁ କଲେଜର ପୁରାତନ ଛାତ୍ର ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri