ଭିତରକନିକା ବୁଲିଲେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି

ରାଜନଗର, ୩୦ା୧(ଡି.ଏନ.ଏ.):ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ରବିବାର ଦିନିକିଆ ଭିତରକନିକା ବୁଲି ଫେରି ଯାଇଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ କେନ୍ଦ୍ରାପଡ଼ାଠାରୁ ଏସ୍‌ପି ମଡକର ସମ୍ବିତ୍‌ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ସ୍ବାଗତ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଗୁପ୍ତି ଘାଟ ନିକଟରେ ସେ ପହଞ୍ଚତ୍ ଥିଲେ। ଗୁପ୍ତି ଘାଟ ନିକଟରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ଜଷ୍ଟସ୍‌ ବୋବ୍‌ଡେଙ୍କୁ ସ୍ବାଗତ କରିଥିଲେ। ସେଠାରୁ ବନ ବିଭାଗ ବୋଟରେ ଭିତରକନିକା ଜାତୀୟ ଉଦ୍ୟାନକୁ ଯାଇଥିଲେ। ଏହି ନୌବିହାର ସମୟରେ ଜଷ୍ଟସ୍‌ ବୋବ୍‌ଡେ ଭିତରକନିକା ନଦୀର ଉଭୟପାର୍ଶ୍ୱରେ ବଡ ବଡ ବଉଳା କୁମ୍ଭୀର, ହରିଣ ଓ ଅନ୍ୟ ଜୀବଜନ୍ତୁଙ୍କୁ ଦେଖି ବିମୋହିତ ହୋଇପଡିଥିଲେ। ଭିତରକନିକା ଜାତୀୟ ଉଦ୍ୟାନରେ ପାଦ ଥାପିବା ପରେ ଆବଦ୍ଧ ପୁଷ୍ପରିଣୀରେ ରଖା ଯାଇଥିବା ଧଳା କୁମ୍ଭୀର ଗୋରୀ, ମଲ୍ଲି, ଶ୍ୱେତା ସମେତ ବନ ବିଭାଗ ପକ୍ଷରୁ ଲାଳନ ପାଳନ କରାଯାଉଥିବା ଛୋଟ ଛୋଟ କୁମ୍ଭୀର ଶାବକଙ୍କୁ ମଧ୍ୟ ବୁଲି ଦେଖିଥିଲେ। ଗୋରୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ। ପରେ ଭିତରକନିକାରେ ଜୀବଜନ୍ତୁଙ୍କ ପାଇଁ ପ୍ରାଣବଳି ଦେଇଥିବା ବନ କର୍ମଚାରୀଙ୍କ ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚତ୍ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମ୍ୟୁଜିୟମରେ ଥିବା ବଉଳା କୁମ୍ଭୀରଙ୍କ କଙ୍କାଳ ସହ ସତୁରି ଦଶକରୁ ସଂଗ୍ରହ ହୋଇରହିଥିବା ବିଭିନ୍ନ ଜୀବଜନ୍ତୁଙ୍କର ଶରୀର ଏବଂ ରାସାୟନିକ ପ୍ରଲେପ ଦିଆଯାଇ ରଖାଯାଇଥିବା ଅଲିଭ୍‌ ରିଡ୍‌ଲେ କଇଁଛକୁ ମଧ୍ୟ ଦେଖିଥିଲେ। ତାଙ୍କର ଏହି ଦିନିକିଆ କାର୍ଯ୍ୟକ୍ରମରେ ଭିତରକନିକାର ବିଭବ, ଜୈବ ବିବିଧତା ଓ ଆର୍ଦ୍ରଭୂମିକୁ ମନ ଭରି ଉପଭୋଗ କରିଥିଲେ। ଜଷ୍ଟସ୍‌ ବୋବ୍‌ଡେଙ୍କ ସହ ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ୍‌ ସିଂ, ଡିଏଫ୍‌ଓ ଯାଦବ, ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟଁା, ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ରେଞ୍ଜ ଅଫିସର ମାନସ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।