ଜଙ୍ଗଲ ରାସ୍ତା ମରାମତି କଲେ ବନବାସୀ

କେନ୍ଦୁଝର,୨୩ା୧(ସ୍ବ.ପ୍ର.):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅନ୍ତର୍ଗତ କଅଁଳେଇବାଲିପାଳ (କେ.ବାଲିପାଳ) ପଞ୍ଚାୟତର କେ.ବାଲିପାଳ ଗ୍ରାମଠାରୁ ମୟୂରନଚା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତାରୁ ବନବାସୀ ମରାମତି କରିଛନ୍ତି। ଗତ ବର୍ଷ ବର୍ଷାରେ ରାସ୍ତାଟି ଧୋଇ ହୋଇଯିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ମରାମତି କରା ନ ଯିବାରୁ ସେମାନେ ନିଜେ ରାସ୍ତା ମରାମତି କାମ କରିଥିବା କହିଛନ୍ତି ା
ଘେରା ଉକ୍ତ ରାସ୍ତାଟି ଲୋକଙ୍କ ଜୀବନ ରେଖା ସଦୃଶ୍ୟ। ୨୦୧୬-୧୭ ରେ ବନ ବିଭାଗ ରାସ୍ତାରେ କିଛି ମାଟି ପକାଇ ଯାତାୟାତ ଉପଯୋଗୀ କରାଯାଇଥିଲା। ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏବଂ ବର୍ଷା ଯୋଗୁ ଧୋଇଯାଇଥିଲା ବୋଲି ସ୍ଥାନୀୟ ବୁଦ୍ଧିରାମ ପୂର୍ତ୍ତି କହିଛନ୍ତି। ଫଳରେ ବିନା ମଜୂରୀରେ ମାତୃ ସେବା ସଂଘ ଅଧୀନରେ ସ୍ଥାନୀୟ ଲୋକମାନେ ରବିବାର ରାସ୍ତା ମରାମତି କାମ କରିଥିବା କହିଛନ୍ତି। ରାସ୍ତା ମୟୂରଭଞ୍ଜ ଜିଲା ଶରତ ଗ୍ରାମରୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡକୁ ଯୋଡିଥାଏ। ଖରା ଦିନରେ ୨ ଓ ୪ ଚକିଆ ଯାନ ଯାତାୟାତ କରିଥାଏ। ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ଦିନରେ ଅବସ୍ଥା ଶୋଚନୀୟ ହୋଇପଡ଼େ। ଏପରିକି ଜରୁରିକାଳୀନ ଗାଡ଼ି ମଧ୍ୟ ଆସିପାରେନାହିଁ। ଏଣୁ ରାସ୍ତାର ଉନ୍ନତିକରଣ କଲେ ବହୁ ଲୋକ ଉପକୃତ ହେବେ ବୋଲି ସୁନାରାମ ପୂର୍ତ୍ତି, ଜୁରେ ପୂର୍ତ୍ତି, ରାମାଇ ପୂର୍ତ୍ତି, ରାଉତ ହୋ, ସାଉରୀ ପୂର୍ତ୍ତି ସମେତ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।