ବଦନାମ କରୁଛି ବନ ବିଭାଗ

ଅନୁଗୋଳ ଅଫିସ, ୩୦।୬: ସାତକୋଶିଆରେ ବଢ଼ିପାରିଲାନି ବାଘ ସଂଖ୍ୟା। ମହାବଳ ମହାବୀରକୁ ଫାଶରେ ପକାଇ ସରକାରଙ୍କ ବ୍ୟାଘ୍ର ବଂଶବୃଦ୍ଧି ଯୋଜନାକୁ ଫେଲ୍‌ କରିଦେଲେ ଶିକାରୀ। ପାଣିରେ ପଡ଼ିଗଲା ବନ ବିଭାଗର ସମସ୍ତ ସୁରକ୍ଷା ପ୍ରସ୍ତୁତି। ମର୍ଯ୍ୟାଦା ହାନି ହେଲା ସାତକୋଶିଆର। ୨୦୧୮ ନଭେମ୍ବର ୧୪ର ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଜିଲିଣ୍ଡା ରେଞ୍ଜରେ ୨୦୨୧ ମେ’ରେ ଏକ ଦନ୍ତା ହାତୀକୁ ଶିକାର କରାଯିବା ସହ ଗାତ ଖୋଳି ପୋତି ଦିଆଯାଇଥିବା ଖବର ଗତ ୨୩ ତାରିଖରେ ପଦାକୁ ଆସିଛି। ୨ ଜଣ ଫରେଷ୍ଟର ଓ ଜଣେ ରେଞ୍ଜରଙ୍କ ଜାଣତରେ ଏହି ଘଟଣା ଘଟିଥିବାରୁ ବନ ବିଭାଗ ପାଇଁ ପୁଣି ବଦନାମ ହୋଇଛି ସାତକୋଶିଆ। ଅଭୟାରଣ୍ୟ ଗରିମାରେ ପୁନର୍ବାର ଆଞ୍ଚ ଆସିଛି। ସାତକୋଶିଆକୁ ଶିକାରୀ ଶୂନ୍ୟ କରିବା ପରିବର୍ତ୍ତେ କେତେଜଣ ଅଧିକାରୀଙ୍କ ଏପରି ସାଲିସ ମନୋବୃତ୍ତି ବାଘ ପରେ ଐତିହ୍ୟ ପ୍ରାଣୀ ହାତୀଙ୍କୁ ଅସୁରକ୍ଷିତ କରିଦେଇଥିବା କୁହାଯାଉଛି। ଏଥିସହ ଗୋଟିଏ ପରେ ଗୋଟିଏ ଅସୁସ୍ଥ ହାତୀ ପ୍ରାଣ ହରାଉଥିବାରୁ ଚିକିତ୍ସା ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ଜୈବ ବିବିଧତାରେ ପରିପୂର୍ଣ୍ଣ ଅନୁଗୋଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲାର ୭୯୫.୫୨ ବର୍ଗ କି.ମି. ଜଙ୍ଗଲାଞ୍ଚଳକୁ ୧୯୭୬ରେ ସାତକୋଶିଆ ଅଭୟାରଣ୍ୟର ମାନ୍ୟତା ଦିଆଯାଇଥିଲା। ୨୦୦୨ରେ ହସ୍ତୀ ପ୍ରକଳ୍ପ ଓ ୨୦୦୭ରେ ଏହାକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ବନ ବିଭାଗର ନିଷ୍କ୍ରିୟତା ଓ ଶିକାରୀଙ୍କ ସକ୍ରିୟତା କାରଣରୁ ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଏବେ ଅସୁରକ୍ଷିତ ହୋଇପଡ଼ିଥିବା କୁହାଯାଉଛି। ଏଠାରେ ଥିବା ଏକମାତ୍ର ବୁଢ଼ୀ ବାଘୁଣୀର ସନ୍ଧାନରେ ବନ ବିଭାଗ ଏଯାଏ ଲାଗିଥିବାବେଳେ ଶିକାର ହୋଇଥିବା ହାତୀ କଙ୍କାଳ ଉଦ୍ଧାର ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜୋର୍‌ ଧରିଛି। ୧୫ ବର୍ଷର ଦନ୍ତା ହାତୀକୁ କିପରି ଶିକାର କରାଗଲା ଓ ଦାନ୍ତ କିଏ କାଟି ନେଲା ସେ ନେଇ ଖୋଳତାଡ଼ ଚାଲିଛି। ୨ ଜଣ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଛି। ହାତୀ ସ୍କ୍ବାଡ୍‌ର ୩ କର୍ମଚାରୀଙ୍କୁ ଗିରଫ କରାଯାଇସାରିଛି। ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ସମ୍ପୃକ୍ତ ଅଧିକାରୀମାନଙ୍କୁ ଗିରଫ ଉଦ୍ୟମ ଜାରି ରହିଛି। ତେବେ କେବଳ ଶିକାର ନୁହେଁ, ଅଭୟାରଣ୍ୟରେ ଗତ କିଛିଦିନ ହେଲା ହାତୀ ମଡ଼କ ଦେଖାଦେଇଛି। ଗୋଟିଏ ପରେ ଗୋଟିଏ ହାତୀଙ୍କ ଅସୁସ୍ଥ ଖବର ଆସୁଥିବା ବେଳେ ଚିକିତ୍ସା ସତ୍ତ୍ୱେ ସେମାନଙ୍କ ଜୀବନହାନି ଘଟିବାରେ ଲାଗିଛି। ପମ୍ପାସର ରେଞ୍ଜ ଜୁକୁବ ଅଞ୍ଚଳରେ ଗତ ୯ ତାରିଖରେ ଏକ ଅସୁସ୍ଥ ହାତୀକୁ ଠାବ କରାଯିବା ପରେ ଚିକିତ୍ସା ଚାଲିଥିଲା। ପୋଚ ଖାଇ ହାତୀଟି ନିଶାଗ୍ରସ୍ତ ହୋଇଥିବା ବନ ବିଭାଗ ପକ୍ଷରୁ ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ସପ୍ତାହେ ଧରି ଚିକିତ୍ସା ସତ୍ତ୍ୱେ ବନ ବିଭାଗ ହାତୀର ଜୀବନ ରକ୍ଷା କରିପାରି ନ ଥିଲା। ଲିଭର ଖରାପ ଥିବା କାରଣରୁ ମୃତ୍ୟୁ ହୋଇଥିବା ୧୬ ତାରିଖରେ କୁହାଗଲା। ସେହିପରି ଗତ ୨୭ ତାରିଖରେ ଟିକରପଡ଼ା ରେଞ୍ଜ କୁଶଖଳି ଜଙ୍ଗଲର ସୁନା ଖଣିଆ ଗ୍ରାମ ନିକଟରୁ ଏକ ୫ ବର୍ଷୀୟ ଅଣ୍ଡିରା ହାତୀକୁ ଅସୁସ୍ଥ ଅବସ୍ଥାରେ ଠାବ କରାଯାଇଥିଲା। ରକ୍ତହୀନତାରେ ପୀଡ଼ତ ଥିବାରୁ ବନ ବିଭାଗ ପକ୍ଷରୁ ତାହାର ଚିକିତ୍ସା କରାଯାଉଥିଲା। କିନ୍ତୁ ୨୮ ତାରିଖ ସକାଳେ ହାତୀଟିର ମୃତ୍ୟୁ ହୋଇଯାଇଥିବା ସାତକୋଶିଆ ଡିଏଫଓ ଡ. ସରୋଜ ପଣ୍ଡା ସୂଚନା ଦେଇଥିଲେ। ଅସୁସ୍ଥ ହାତୀଙ୍କ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ବନ ବିଭାଗ ଖବର ପାଉଥିଲେ ମଧ୍ୟ ଜୀବନ ରକ୍ଷା କରିପାରୁ ନ ଥିବାକୁ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ କହିଛନ୍ତି, ସାତକୋଶିଆରେ ହାତୀମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ୨୦୦୦ ମସିହା ପରଠାରୁ ସାତକୋଶିଆରେ ଆଉ ବାଉଁଶ ଗଛ ରୋପଣ ହେଉନାହିଁ। କେବଳ ଶାଗୁଆନ ଗଛ ଲାଗୁଛି। ବନ୍ୟଜନ୍ତୁଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନାହିଁ। ହାତୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ବନ ଅଧିକାରୀମାନେ ଶିକାରୀଙ୍କୁ ସୁରକ୍ଷା ଦେଉଥିବା ବର୍ଷେ ପରେ ହାତୀ କଙ୍କାଳ ଉଦ୍ଧାର ଘଟଣାରୁ ଜଣାପଡ଼ୁଛି। ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ବେଳେ ଅଭୟାରଣ୍ୟରେ ଆହୁରି ୩ଟି ହାତୀ ଅସୁସ୍ଥ ଥିବା ଲୋକେ ଆଲୋଚନା କରୁଛନ୍ତି। ତେଣୁ ବାଘ ପରେ ଏଠାରେ ହାତୀଙ୍କ ଜୀବନ ବିପଦରେ ପଡ଼ିଥିବା ସୂଚନା ମିଳୁଛି।

ସୁରକ୍ଷା ଦେବାର ସମୟ ଆସିଛି
ସାତକୋଶିଆରେ ବାଘ ପରେ ଏବେ ଐତିହ୍ୟପ୍ରାଣୀ ଗଜରାଜ ବିପଦରେ ପଡ଼ିଛନ୍ତି। ବନ ବିଭାଗ ଏହାର ପ୍ରତିକାର ନ କଲେ ହାତୀ ପ୍ରକଳ୍ପ ମଧ୍ୟ ଧୀରେ ଧୀରେ ଅସ୍ତିତ୍ୱ ହରାଇବ। ହାତୀ ବଂଶର ସୁରକ୍ଷା ପାଇଁ ଏବେ ସମୟ ଆସିଛି। ଦକ୍ଷ ବନ ଅଧିକାରୀଙ୍କୁ ଏଠାରେ ନିଯୁକ୍ତ କରାଯିବା ଦରକାର।
-ଅଶୋକ ଶତପଥୀ, ଅନୁଗୋଳ

ଖାଦ୍ୟ ଅଭାବ ଦେଖାଦେଉଛି
ଜଙ୍ଗଲରେ ହାତୀପଲ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବାଉଁଶ ଗଛ, ଓସ୍ତ, ବର, ଶାଳ ଆଦି ଗଛ ଏବେ କମିବାରେ ଲାଗିଲାଣି। ହାତୀ ଖାଦ୍ୟ ଅନ୍ବେଷଣରେ କୋର୍‌ ଜଙ୍ଗଲରୁ ବାହାରକୁ ଆସୁଥିବା ବେଳେ ବନ କର୍ମଚାରୀଙ୍କ ଜାଣତରେ ହାତୀକୁ ଶିକାର କରାଯାଉଛି।
-ସୁଶୀଲ ପ୍ରଧାନ, ଟାଇଁସି

ହାତୀ ଦେଖିବା ସ୍ବପ୍ନ ହୋଇଯିବ
ସାତକୋଶିଆରେ ହାତୀ ମଡ଼କ ଦେଖାଦେଇଛି। ଏକାଧିକ ଅସୁସ୍ଥ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି କେତୋଟି ଅସୁସ୍ଥ ହୋଇ ଘୂରି ବୁଲୁଛନ୍ତି। ଶିକାରୀ ସକ୍ରିୟ ରହିଥିବାବେଳେ ଅସୁସ୍ଥଙ୍କ ଚିକିତ୍ସାରେ ଅଭିଜ୍ଞ ଡାକ୍ତରଙ୍କୁ ଲଗାଯାଉ ନାହିଁ। ସରକାର ଷ୍ଟାଟେଜି ଫୋର୍ସ କଥା ଭୁଲିଗଲେଣି। ଏପରି ହେଲେ ସାତକୋଶିଆରେ ହାତୀ ଦେଖିବା ସ୍ବପ୍ନ ହୋଇଯିବ।
-ସ୍ବପ୍ନା ଷଡ଼ଙ୍ଗୀ, ଅନୁଗୋଳ

ଗୁରୁତ୍ୱର ସହ କାର୍ଯ୍ୟ କରାଯାଉଛି
ସାତକୋଶିଆରେ ହାତୀଙ୍କ ଖାଦ୍ୟର ଅଭାବ ନାହିଁ। ଚିକିତ୍ସାକୁ ନେଇ ଯେଉଁ ଆପତ୍ତି ଉଠୁଛି, ତାହା ମଧ୍ୟ ଠିକ୍‌ ନୁହେଁ। ସୂଚନା ପାଇବା ମାତ୍ରେ ଡାକ୍ତରୀ ଟିମ୍‌ ପହଞ୍ଚତ୍ ଚିକିତ୍ସା କରୁଛନ୍ତି। ହାତୀ ମୃତ୍ୟୁ ରୋକିବାକୁ ବନ ବିଭାଗ ଗୁରୁତ୍ୱର ସହ କାର୍ଯ୍ୟ ଜାରି ରଖିଛି।
-ଡ. ସରୋଜ ପଣ୍ଡା, ସାତକୋଶିଆ ଡିଏଫ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri