କଇଁଛ ଦିବସ ପାଳିବାକୁ ବନ ବିଭାଗ ଭୁଲିଗଲା

ରାଜନଗର, ୨୪।୫(ଡି.ଏନ.ଏ.): ଅଲିଭ୍‌ରିଡେଲ କଇଁଛଙ୍କ ଅନ୍ତୁଡିଶାଳ ପାଇଁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୭୫ ମସିହା ପରଠାରୁ ଅଲିଭ୍‌ରିଡେଲ କଇଁଛଙ୍କ ରହସ୍ୟମୟ ଜୀବନଶୈଳୀ ବଙ୍ଗୋପସାଗର ନାସୀ-୨ ସମେତ ସାତଭାୟା, ଅଗରନାସୀ ବେଳାଭୂମିରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ବିରଳ ଅଲିଭରିଡେଲ କଇଁଛମାନଙ୍କ ସୁରକ୍ଷା ପାଇଁ ମେ ୨୩ ତାରିଖକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। କଇଁଛଙ୍କ ସୁରକ୍ଷା ଓ ସେମାନଙ୍କ ବାସସ୍ଥାନ ନିରପଦ ରଖିବା ପାଇଁ ଏହି ଦିବସରେ ସଚେତନତା ସୃଷ୍ଟି କରାଯିବା କଥା। ବିଡମ୍ବନାର ବିଷୟ ଅନ୍ତୁଡ଼ିଶାଳା ଦାୟିତ୍ୱରେ ଥିବା ରାଜନଗର ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ ଏହି ଦିବସ ପାଳନ କରାଯାଇନାହିଁ। ଏହାକୁ ନେଇ ପରିବେଶବିତ୍‌ ଓ କଇଁଛ ବିଷାରଦଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଲରିଡେଲ କଇଁଛଙ୍କ ଆଗମନ ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ସେମାନଙ୍କ ପ୍ରଜନନ ପ୍ରକ୍ରିୟା ଓ ମା’ କଇଁଛମାନଙ୍କ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳ ରାଶିକୁ ଅତିକ୍ରମ କରି ବେଳାଭୂମିରେ ଅଣ୍ଡା ଦେବା ପ୍ରାକୃତିକ ଦୃଶ୍ୟ ବେଶ ମନ ମୁଗ୍ଧକର। ଏହାଛଡ଼ା ଅଲିଭରିଡେଲ କଇଁଛଙ୍କ ଆଗମନ ଯୋଗୁ ସାମୁଦ୍ରିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। କଇଁଛମାନଙ୍କ ଆଗମନରେ ବନ ବିଭାଗ ପକ୍ଷରୁ ୭ ମାସ ଧରି ସାମୁଦ୍ରିକ କଟକଣା ଯୋଗୁ ମାଛ ଧରିବା ବନ୍ଦ କରାଯାଇଥାଏ। ଫଳରେ ଏହି ଅଞ୍ଚଳରେ ସାମୁଦ୍ରିକ ମାଛ ବଂଶ ବୃଦ୍ଧି ପାଇଥାଏ। ପ୍ଲାଷ୍ଟକ୍‌ ଓ ଜାଲ ଯୋଗୁ ସମୁଦ୍ର ପ୍ରଦୂଷିତ ହେଉଥିବାରୁ ଏହାକୁ ଖାଇ କଇଁଛଙ୍କ ଅକାଳ ମୃତ୍ୟୁ ହୋଇଥାଏ। ଏ ସମ୍ପର୍କରେ ରାଜନଗର ଅତିରିକ୍ତ ବନ ସଂରକ୍ଷକ ପୁନମ୍‌ ହୀରା ହଁାସଦାଙ୍କୁ ପଚାରିବାରେ ଉପର ସ୍ଥରରୁ କଇଁଛ ଦିବସ ପାଳନ ପାଇଁ କୌଣସି ନିର୍ଦ୍ଦେଶ ଆସି ନ ଥିଲା। ତେଣୁ ଏହି ଦିବସ ପାଳନ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri