ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର ଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ମଧ୍ୟ ସୁବିଧା ନାହିଁ। କହିବାକୁ ଗଲେ ବିକାଶର ଚିହ୍ନବର୍ଣ୍ଣ ବି ଏହି ଗ୍ରାମରେ ପଡ଼ିନାହିଁ। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ରାତିରେ ବାଧ୍ୟ ହୋଇ ଜଙ୍ଗଲକୁ ଯାଇ ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି। ଦିନସାରା ମୂଲ ଲାଗିବାକୁ ବାହାରକୁ ଚାଲିଯାଉଥିବାରୁ ଫେରିବା ପରେ ରାତିରେ ବାଧ୍ୟ ହୋଇ ପାଣି ଆଣିବାକୁ ବାହାରନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ପଞ୍ଚାୟତର ଲୁରୁ ଗ୍ରାମରେ।
ଗାଁରେ ପାଖାପାଖି ୨୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ପିଇବା ପାଣି ଟୋପାଏ ନାହିଁ। ଯେଉଁଥିପାଇଁ ପାଇଁ ରାତିରେ ଜଙ୍ଗଲରୁ ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଜଙ୍ଗଲକୁ ରାତିରେ ଯାଇ ଅତ୍ୟନ୍ତ ଦୂଷିତ ପାଣି, ଯେଉଁ ପାଣିରେ ସାପ, ବେଙ୍ଗ, ବିଭିନ୍ନ ପୋକ ମାଛି ରହୁଛନ୍ତି ସେହି ପାଣି ହିଁ ଗ୍ରାମବାସୀ ବ୍ୟବହାର ପାଇଁ ଆଣୁଛନ୍ତି। ଗାଁରେ ଦୀର୍ଘ ଦିନ ହେଲା ବିଦ୍ୟୁତ ମଧ୍ୟ ନାହଁ। ଅନ୍ଧାରରେ ବିତୁଛି ଏମାନଙ୍କ ଜୀବନ। ପିଲାଙ୍କ ପାଠପଢା ପାଇଁ ଭରସା ଡିବିରି ଆଲୁଅ। ଦୀପରେ ଜାଳି ରୋଷେଇ, ପିଲାଙ୍କ ପାଠପଢା ମଧ୍ୟ ହୋଇଥାଏ। ଦୀପରେ ତେଲ ସରିଲେ ପୁଣି ଅନ୍ଧାର ରାଇଜକୁ ଫେରିଯାଆନ୍ତି ଗ୍ରାମବାସୀ। ସ୍ଥାନୀୟ ମହିଳାମାନେ କହଛନ୍ତି ଯେ ରାତିରେ ପିଇବା ପାଣି ପାଇଁ ଜଙ୍ଗଲକୁ ଆସୁଛୁ। ପାଣି ଆଣିବା ପାଇଁ ଯିବାବେଳେ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ରାଜନେତା, ନେତା ସମସ୍ତଙ୍କୁ କହି କହି ନିରାଶ ହୋଇଛୁ। ବାଧ୍ୟ ହୋଇ ଏହି ଦୂଷିତ ପାଣିକୁ ନେଇ ବ୍ୟବହାର କରୁଛୁ। ଏହି ପାଣି ବ୍ୟବହାର ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ ଭଲ ରାସ୍ତା ନାହିଁ। ଭଗବାନଙ୍କ ଭରସାରେ ଜୀବନ ବିତାଉଛୁ। ସରକାରଙ୍କୁ ଏ ନେଇ ବାରମ୍ବାର ଅବଗତ କରାଇଛୁ। କିନ୍ତୁ ଆମ ଆଦିବାସୀ ଲୋକେ ବୋଲି ଦୃଷ୍ଟି ଦେଉନାହାନ୍ତି ବୋଲି ଗ୍ରାମର ଜନିତ ଭୂୟାଁ, ଜିର୍ମିୟ ଗମାଙ୍ଗ ପ୍ରମୁଖ କହିଛନ୍ତି। ସେହିପରି ପକ୍କା ଘର ପାଇଁ ମଧ୍ୟ ବାରମ୍ବାର ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ତଥାପି ଘର କଥା ଛାଡ଼ନ୍ତୁ କେବେ ମଧ୍ୟ ଅଧିକାରୀ ଗାଁକୁ ଆସିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଶିକ୍ଷା ପାଇଁ ମଧ୍ୟ ଗାଁର ଛୋଟ ଛୋଟ ପିଲାମାନଙ୍କୁ ଅନ୍ୟ ଗ୍ରାମକୁ ଯିବାକୁ ପଡେ ବୋଲି ସଞ୍ଜୟ ଭୂୟାଁ, ଲୁଖ ଭୂୟାଁ ପ୍ରମୁଖ ଗାଁର ଯୁବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri