ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିବା ନେଇ ମଙ୍ଗଳବାର ଜବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଗ୍ରାମୀଣ) ସୋନାଲି ଦୁବେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୧ ତାରିଖରେ ମନୋଜ ଠାକୁର(୨୬) ନାମକ ଜଣେ ବ୍ୟକ୍ତି ଚାଷକାର୍ଯ୍ୟ ପାଇଁ ଜମିକୁ ଯାଇଥିବାବେଳେ ସାରେ ଆଉ ଫେରି ନ ଥିଲେ। ୨ ତାରିଖ ସକାଳେ ଦେଓରି ତାପରିଆ ଗ୍ରାମର ଏକ ଚାଷଜମିରୁ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ରକ୍ତଛିଟା ଲାଗିଥିବା ଏକ ଠେଙ୍ଗା ମଧ୍ୟ ପଡ଼ିଥିଲା। ଚରଗାଓଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କେହି ଜଣେ ଠେଙ୍ଗାରେ ପିଟି ପିଟି ମନୋଜଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରିଥିଲା। ଚରଗାଓଁ ଥାନା ଇନ୍‌ସ୍ପେକ୍ଟର ଅଭିଷେକ ପ୍ୟାସି କହିଛନ୍ତି, ହତ୍ୟାର ଗୋଟିଏ ଦିନ ପୂର୍ବରୁ ମନୋଜଙ୍କୁ ଶେଷଥର ପାଇଁ ତାଙ୍କ ପୁତୁରା ଧରମ ଠାକୁରଙ୍କ ସହ ଚରଗାଓଁର ଏକ ବଜାରରେ ଦେଖିବାକୁ ମିଳିଥିଲା। ସେତେବେଳେ ଉଭୟ ମଦ ଏବଂ ଚିକେନ କିଣୁଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା ବୋଲି ଅଭିଷେକ କହିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ଧରମଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ସୋମବାର ପୋଲିସ ଧରମଙ୍କୁ ଏହି ହତ୍ୟା ମାମଲାରେ ଜେରା କରିଥିଲା। ଜେରା ସମୟରେ ହତ୍ୟା ଦିନ ଦାଦା ମନୋଜଙ୍କ ସହ ମିଶି ଦେଓରି ତାପରିଆ ଗ୍ରାମର ଚାଷଜମିରେ ମଦ ଓ ଚିକେନର ପାର୍ଟି କରିଥିବା ନେଇ ଧରମ ସ୍ବୀକାର କରିଥିଲା। ହେଲେ ସେ ଉକ୍ତ ପାର୍ଟିରେ କୌଣସି ବିବାଦ କିମ୍ବା ମାରପିଟ ହୋଇଥିଲା ବୋଲି ମାନି ନ ଥିଲା। ପଚରାଉଚରାବେଳେ ଧରମ ପିନ୍ଧିଥିବା ଶାର୍ଟରେ ବାରମ୍ବାର ମାଛି ଆସି ବସୁଥିବା ନେଇ ପୋଲିସ ଦେଖିବାକୁ ପାଇଥିଲା। ଫଳରେ ତାଙ୍କ ଶାର୍ଟରେ ରକ୍ତଛିଟା ଲାଗିଥିବାର ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସ ଧରମଙ୍କ ଶାର୍ଟ କାଢ଼ି ଏହାର ଫରେନ୍ସିକ୍‌ ଯାଞ୍ଚ କରାଇଥିଲା। ଫରେନ୍ସିକ ରିପୋର୍ଟରେ ଧରମଙ୍କ ଶାର୍ଟରେ ଥିବା ରକ୍ତଛିଟାର ଦାଗ ହତ୍ୟାକାଣ୍ଡ ଘଟାଇଥିବା ଠେଙ୍ଗାର ରକ୍ତଦାଗ ସହ ମେଳ ଖାଇଥିଲା। ଏହି ପ୍ରମାଣକୁ ଆଧାର କରି ପୋଲିସ ମଙ୍ଗଳବାର ଧରମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦ ଏବଂ ଚିକେନ ପାର୍ଟି ସମୟରେ ମନୋଜ ନିଜ ପୁତୁରା ଧରମଙ୍କୁ କିଛି ଅର୍ଥ ଉଧାରରେ ମାଗିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଟଙ୍କା ଦେଣନେଣକୁ ନେଇ ବିବାଦ ଦେଖାଦେଇଥିଲା ଓ ଧରମ କ୍ରୋଧାନ୍ବିତ ହୋଇ ଦାଦା ମନୋଜଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ଏବଂ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ଜବଲପୁର ଗ୍ରାମୀଣ ଏଏସ୍‌ପି ସୋନାଲି ଦୁବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri