ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିବା ନେଇ ମଙ୍ଗଳବାର ଜବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଗ୍ରାମୀଣ) ସୋନାଲି ଦୁବେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୧ ତାରିଖରେ ମନୋଜ ଠାକୁର(୨୬) ନାମକ ଜଣେ ବ୍ୟକ୍ତି ଚାଷକାର୍ଯ୍ୟ ପାଇଁ ଜମିକୁ ଯାଇଥିବାବେଳେ ସାରେ ଆଉ ଫେରି ନ ଥିଲେ। ୨ ତାରିଖ ସକାଳେ ଦେଓରି ତାପରିଆ ଗ୍ରାମର ଏକ ଚାଷଜମିରୁ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ରକ୍ତଛିଟା ଲାଗିଥିବା ଏକ ଠେଙ୍ଗା ମଧ୍ୟ ପଡ଼ିଥିଲା। ଚରଗାଓଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କେହି ଜଣେ ଠେଙ୍ଗାରେ ପିଟି ପିଟି ମନୋଜଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରିଥିଲା। ଚରଗାଓଁ ଥାନା ଇନ୍‌ସ୍ପେକ୍ଟର ଅଭିଷେକ ପ୍ୟାସି କହିଛନ୍ତି, ହତ୍ୟାର ଗୋଟିଏ ଦିନ ପୂର୍ବରୁ ମନୋଜଙ୍କୁ ଶେଷଥର ପାଇଁ ତାଙ୍କ ପୁତୁରା ଧରମ ଠାକୁରଙ୍କ ସହ ଚରଗାଓଁର ଏକ ବଜାରରେ ଦେଖିବାକୁ ମିଳିଥିଲା। ସେତେବେଳେ ଉଭୟ ମଦ ଏବଂ ଚିକେନ କିଣୁଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା ବୋଲି ଅଭିଷେକ କହିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ଧରମଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା। ସୋମବାର ପୋଲିସ ଧରମଙ୍କୁ ଏହି ହତ୍ୟା ମାମଲାରେ ଜେରା କରିଥିଲା। ଜେରା ସମୟରେ ହତ୍ୟା ଦିନ ଦାଦା ମନୋଜଙ୍କ ସହ ମିଶି ଦେଓରି ତାପରିଆ ଗ୍ରାମର ଚାଷଜମିରେ ମଦ ଓ ଚିକେନର ପାର୍ଟି କରିଥିବା ନେଇ ଧରମ ସ୍ବୀକାର କରିଥିଲା। ହେଲେ ସେ ଉକ୍ତ ପାର୍ଟିରେ କୌଣସି ବିବାଦ କିମ୍ବା ମାରପିଟ ହୋଇଥିଲା ବୋଲି ମାନି ନ ଥିଲା। ପଚରାଉଚରାବେଳେ ଧରମ ପିନ୍ଧିଥିବା ଶାର୍ଟରେ ବାରମ୍ବାର ମାଛି ଆସି ବସୁଥିବା ନେଇ ପୋଲିସ ଦେଖିବାକୁ ପାଇଥିଲା। ଫଳରେ ତାଙ୍କ ଶାର୍ଟରେ ରକ୍ତଛିଟା ଲାଗିଥିବାର ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସ ଧରମଙ୍କ ଶାର୍ଟ କାଢ଼ି ଏହାର ଫରେନ୍ସିକ୍‌ ଯାଞ୍ଚ କରାଇଥିଲା। ଫରେନ୍ସିକ ରିପୋର୍ଟରେ ଧରମଙ୍କ ଶାର୍ଟରେ ଥିବା ରକ୍ତଛିଟାର ଦାଗ ହତ୍ୟାକାଣ୍ଡ ଘଟାଇଥିବା ଠେଙ୍ଗାର ରକ୍ତଦାଗ ସହ ମେଳ ଖାଇଥିଲା। ଏହି ପ୍ରମାଣକୁ ଆଧାର କରି ପୋଲିସ ମଙ୍ଗଳବାର ଧରମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦ ଏବଂ ଚିକେନ ପାର୍ଟି ସମୟରେ ମନୋଜ ନିଜ ପୁତୁରା ଧରମଙ୍କୁ କିଛି ଅର୍ଥ ଉଧାରରେ ମାଗିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଟଙ୍କା ଦେଣନେଣକୁ ନେଇ ବିବାଦ ଦେଖାଦେଇଥିଲା ଓ ଧରମ କ୍ରୋଧାନ୍ବିତ ହୋଇ ଦାଦା ମନୋଜଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ଏବଂ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ଜବଲପୁର ଗ୍ରାମୀଣ ଏଏସ୍‌ପି ସୋନାଲି ଦୁବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri