ସୁଧୁରୁଛି ବନ୍ୟା ସ୍ଥିତି

ଅନୁଗୋଳ ଅଫିସ,୧୯ା୮: ଅନୁଗୋଳ ଜିଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମହାନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାପାଣି ଗୁରୁବାର କମୁଥିବା ଦେଖିବାକୁ ମିଳିଛି। କିନ୍ତୁ ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା କମିନାହିଁ। ବହୁ ଅଞ୍ଚଳ ପାଣି ଘେରରେ ରହିଥିବାରୁ ଲୋକେ ଖାଦ୍ୟ, ପାନୀୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷ ଜମି ବୁଡ଼ି ରହିଥିବା ବେଳେ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ବିପନ୍ନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ତେବେ ବନ୍ୟା ବିପନ୍ନଙ୍କ ନିକଟରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସାହାଯ୍ୟ ସହଯୋଗ କରୁଥିବାରୁ ଅଧିକ ଅସୁବିଧା ହେବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଉଛି।
ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୋଳ ବ୍ଲକର ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବିପନ୍ନଙ୍କ ପାଇଁ ହୋଇଥିବା ଦୁଇଟି ଅସ୍ଥାୟୀ ଶିବିରରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ବନ୍ୟା ମୁକାବିଲାରେ ଯେଉଁଭଳି କୌଣସି ସମସ୍ୟା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଠିକ୍‌ ଭାବେ ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିଥିଲେ। ଅସୁସ୍ଥ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ମେଡିକାଲ ଟିମ୍‌କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କୁ ପାଖରେ ପାଇ ଅନେକ ବିପନ୍ନ ସେମାନଙ୍କ ସମସ୍ୟା ଜଣାଇଥିଲେ। ସେମାନଙ୍କ ଉଜୁଡା ଘରକୁ କିପରି ମରାମତି କରିବେ ସେ ନେଇ ସହାୟତା ଯୋଗାଇ ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବନ୍ୟା ପାଣି କମିବା ପରେ ପ୍ରଶାସନ ଓ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ଜିଲାପାଳ ବିପନ୍ନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଅନୁଗୋଳ ଉପ ଜିଲାପାଳ ବାଇତୁରା ଦୀପ, ତହସିଲଦାର ବିମଳ ଲେଙ୍କାଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଆଠମଲ୍ଲିକ ବ୍ଲକର କୁଦଗାଁରେ ଫସି ରହିଥିବା ୩୦ ଲୋକଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭିଟାମାଟି ଛାଡି ଆସିବାକୁ ଅମଙ୍ଗ ହେଉଥିବା ଲୋକଙ୍କୁ ପ୍ରଶାସନ ବୁଝାଶୁଝା କରି ସ୍ଥାନାନ୍ତର କରିଛି। ଉପଜିଲାପାଳ ତରଣୀ ସୁନା କୁଦଗାଁ ପଞ୍ଚାୟତରେ ଆଶ୍ରୟ ନେଇଥିବା ବିପନ୍ନଙ୍କ ନିକଟରେ ପହଞ୍ଚି ସମସ୍ୟା ବୁଝିବା ସହିତ ବନ୍ୟାସ୍ଥିତି ବୁଲି ଦେଖିଥିଲେ। ଅଧିକ ସହାୟତା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ବନ ବିଭାଗ, ରାଜସ୍ବ ବିଭାଗ ସହ ଜିଲାର ଜରୁରିକାଳୀନ ବିଭାଗ ସଜାଗ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri