ପୁରୀରେ ନଦୀକୂଳିଆ ଲୋକେ ଛାନିଆ: କଣାସ ବ୍ଲକରେ ସ୍ଥିତି ଗମ୍ଭୀର

ପୁରୀ ଅଫିସ,୩୦। ୮: କରୋନା ଆତଙ୍କ ଥମି ନ ଥିବାବେଳେ ଆସୁଛି ବନ୍ୟା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏଭଳି ଦୁଃସ୍ଥିତିକୁ ସାମ୍ନା କରିବାକୁ ଯାଉଛନ୍ତି ଲୋକେ। ହୀରାକୁଦର ୪୬ଟି ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟା ଆସୁଛି। ବର୍ତ୍ତମାନ ପୁରୀ ଜିଲାର ବିଭିନ୍ନ ନଦୀ ଉଚ୍ଛୁଳୁଛି। ବନ୍ୟା ପାଣି ପହଞ୍ଚତ୍ଲେ ସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ଲୋକେ ଆଶଙ୍କା କଲେଣି। ଜିଲାର ନଦୀକୂଳିଆ ଲୋକେ ବେଶି ଛାନିଆ ହୋଇପଡ଼ିଛନ୍ତି। ବିଶେଷକରି କଣାସ ବ୍ଲକରେ ସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ଗଁା ଏପରିକି ଲୋକଙ୍କ ଘରେ ପାଣି ପଶିଛି। ବିଭିନ୍ନ ନଦୀବନ୍ଧର ଦୁର୍ବଳ ସ୍ଥାନରେ ଘାଈ ସୃଷ୍ଟି ଆଶଙ୍କା ଥିବାରୁ ଲୋକେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଦୁର୍ବଳ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା କୁହାଯାଇଛି।

ଦୟାନଦୀରେ ପୁରୀ ଜଳସେଚନ ବିଭାଗ ଅଧୀନ ନଦୀବନ୍ଧର ବିଭିନ୍ନ ସ୍ଥାନରେ ଘଳିଆ ପଡ଼ି ଘାଈ ସୃଷ୍ଟି ଯୋଗୁ ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦୟାନଦୀର ଖୋର୍ଦ୍ଧା ଡିଭିଜନ ଅଧୀନ ନଦୀବନ୍ଧ ଡେଇଁ କଣାସ ବ୍ଲକର ବିଭିନ୍ନ ଗଁାରେ ପାଣି ପଶିଛି। ବହୁ ଲୋକଙ୍କ ଘରେ ପାଣି ପଶିଥିବାରୁ ସେମାନେ ନାହିିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୁଣାନଦୀର କରମଳାସ୍ଥିତ ପୁରୁଣା ବ୍ରିଜରେ ରାଜଦଳ ଅଟକି ରହିଥିବାରୁ ଜଳ ନିଷ୍କାସନ ହେବାରେ ବାଧା ଉପୁଜୁଛି। ରାଜୁଆ ନଦୀ ବି ଫୁଲୁଛି। ତେଣୁ ସମ୍ଭାବ୍ୟ ବନ୍ୟାକୁ ନେଇ କଣାସ ବ୍ଲକବାସୀ ଭୟଭୀତ ହୋଇପଡ଼ିଛନ୍ତି। ସେହିପରି ଭାର୍ଗବୀ ନଦୀର ବିଦ୍ୟାଧରପୁର ଗଁା ପାଖ ବନ୍ଧରୁ ପାଣି ଝରୁଛି। ନିକଟବର୍ତ୍ତୀ ବିଦ୍ୟାଧରପୁର ଓ ଏହାର ନିକଟବର୍ତ୍ତୀ ସାହି ଲୋକେ ଚିନ୍ତାରେ ରହିଛନ୍ତି। ନଦୀରେ ଅଧିକ ପାଣି ହେଲେ ରାତିରେ ଘଳିଆ ଏବଂ ଘଳିଆରୁ ଘାଇ ସୃଷ୍ଟି ହେବା ନେଇ ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଶନିବାର ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ତଳମାଳ ପଞ୍ଚାୟତର ପୋଡ଼ାକେରା ବ୍ରିଜ୍‌ଠାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଜିଲାପାଳ ବଲଓ୍ବନ୍ତ ସିଂ ଏବଂ ଏସ୍‌ପି ଅଖିଳେଶ୍ୱର ସିଂ ଡେଲାଙ୍ଗ, କଣାସ, ପିପିଲି ପ୍ରଭୃତି ଅଞ୍ଚଳ ବୁଲି ବିଭିନ୍ନ ନଦୀର ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri