କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଗମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୧୮ା୮: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଛି। ଯଦିଓ ହାଇ ଫ୍ଲଡ ଲେବୁଲକୁ ଏହି ଜଳସ୍ତର ଛୁଇଁନାହିଁ, ତେବେ ପାଣି ପରିମାଣ ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ହୋଇଛି। ଲୁଣା, କରାଣ୍ଡିଆ ଦ୍ୱୀପାଞ୍ଚଳର ସମସ୍ତ ୧୩ ଗ୍ରାମ ଅଦ୍ୟାବଧି ପାଣି ଘେରରେ ରହିଛନ୍ତି। ସେହିପରି ଲୁଣା, କରାଣ୍ଡିଆ, ପାଇକା, ଚିତ୍ରୋପତ୍ଳାର ବିଭିନ୍ନ ନଦୀ ବନ୍ଧରେ ଏବେ ସୁଦ୍ଧା ୧୭ଟି ସ୍ଥାନରେ ଘଳିଆ ପଡିଛି। ଜଳସେଚନ ବିଭାଗ, ଜିଲା ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏହାର ମରାମତି କରାଯାଉଛି।

ଅଦ୍ୟାବଧି ଜିଲାର ୩୪ ପଞ୍ଚାୟତର ୮୬ ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଜିଲାର ୧୦୫ ଗ୍ରାମରେ ବନ୍ୟା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ସହ ମହାନଦୀର ବନ୍ୟା ଜଳ ସୋମବାର ଏହି ଜିଲାର ୬ ନଦୀରେ ପ୍ରବାହିତ ହୋଇଥିଲା। ମଙ୍ଗଳବାର ଏହାର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ବିଭିନ୍ନ ସ୍ଥାନରେ ବିପଦସଙ୍କେତ ଉପରେ ଜଳ ପ୍ରବାହିତ ହୋଇଛି। ଲୁଣା ନଦୀର ଦାନପୁର ଠାରେ ୩୨.୫୫ ଫୁଟ ବିପଦ ସଙ୍କେତ ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ୩୭.୮୦ ଫୁଟରେ ପହଞ୍ଚତ୍ଛି। ଏଠାରେ ୨୦୧୧ ମସିହାରେ ସର୍ବୋଚ୍ଚ ୩୮.୮୦ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା। ସେହିପରି ଏହି ନଦୀର ମାର୍ଶାଘାଇରେ ୨୨ ଫୁଟ ବିପଦ ସଙ୍କେତ ଥିବା ବେଳେ ୨୫.୪୦ ଫୁଟ, ଡେରାବିଶ ବ୍ଲକର ବସୁପୁରରେ ୨୬.୮୫ ଫୁଟ ଥିବାବେଳେ ୩୪.୮୦ ଫୁଟ, ପୂବାଂଶରେ ୩୫ ଫୁଟ ବିପଦ ସଙ୍କେତ ଥିବା ବେଳେ ୪୦.୨୦ ଫୁଟରେ ଜଳ ପ୍ରବାହିତ ହେଉଛି। ଚିତ୍ରୋପତ୍ଳା ନଦୀ ପାଟକୁରାଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୮ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୨୧.୫୦ ଫୁଟ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୨୮.୦୫ ଫୁଟ ହୋଇଥିଲା। ଏହି ସ୍ଥାନରେ ସର୍ବାଧିକ ୨୮.୫୦ ଫୁଟ ଜଳସ୍ତର ରହିଥିବା ରେକର୍ଡ ଅଛି।

ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅଦ୍ୟାବଧି ବିପଦ ସଙ୍କେତ ଟପିନାହିଁ। ତେବେ କେନ୍ଦ୍ରାପଡ଼ାର ଇନ୍ଦୁପୁରଠାରେ ବିପଦ ସଙ୍କେତ ୮.୨୩ ମିଟର ଥିବା ବେଳେ ଏଠାରେ ୭.୮ ମିଟର ରହିଛି। ସେହିପରି ଅଳଭାଠାରେ ୪.୮୮ ମିଟର ଥିବା ବେଳେ ଏବେ ୪.୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୮ଟା ସୁଦ୍ଧା ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି। ମୋଟ ୮୬ ପଞ୍ଚାୟତର ୮୯,୯୮୩ ଅଧିବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି। ୮୨ଟି ଗ୍ରାମକୁ ବନ୍ୟା ଜଳ ଛୁଇଁଛି। ୫୩୬୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୯ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି। ସେହିପରି ମୋଟ ୧୩,୭୫୯ଟି ଗୃହପାଳିତ ପଶୁ ବନ୍ୟା ଜଳ ଘେରରେ ଅଛନ୍ତି। ୨୧ଟି କଚ୍ଚା ଘର ଭାଙ୍ଗିଛି। ବନ୍ୟାସ୍ଥିତିର ନିରୀକ୍ଷଣ କରୁଥିବା ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବନ୍ୟା ସ୍ଥିତି ଗମ୍ଭୀର ଅଛି। ଏହାକୁ ପ୍ରଶାସନିକ ସ୍ତରରେ ମୁକାବିଲା କରାଯାଉଛି। ଏହି ବନ୍ୟାରେ ଜଣେ ହେଲେ ମୃତ୍ୟୁ ମୁଖରେ ନ ପଡିବା ପାଇଁ ସ୍ଥାନାନ୍ତରକୁ ଗୁରୁତ୍ୱ ଦିଆଯାଇଛି। ମଙ୍ଗଳବାରଠାରୁ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି। ଏଥିପାଇଁ ବୋଟ, ଡଙ୍ଗା ଆଦି ଉପଯୋଗ କରାଯାଉଥିବା ବେଳେ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ, ପୋଲିସ ଓ ସମସ୍ତ ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି। ମୋଟ ୧୦୫ଟିରେ ବନ୍ୟା ଜଳ ପ୍ରବେଶ କରିବ ବୋଲି ଆକଳନ କରାଯାଇଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡିଥିବା ସ୍ଥାନରେ ମରାମତି କରାଯାଉଛି। ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଆଦି ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ବନ୍ୟା ଜଳସ୍ତର ହ୍ରାସ ପାଇବା ସମ୍ଭାବନା ଥିବାରୁ ଜିଲାବାସୀ ବନ୍ୟା କ୍ଷତି ଭୟରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri