୪୮ବର୍ଷର ସ୍ମୃତି ବଖାଣୁଛି ବନ୍ୟା ଆଶ୍ରୟସ୍ଥଳୀ

ବାରିପଦା,୨୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମାଟିରେ ନିର୍ମାଣ ହୋଇଛି ବନ୍ୟା ଆଶ୍ରୟସ୍ଥଳୀ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁପକ୍ଷୀ ଏଠାରେ ଆଶ୍ରୟ ନେଇଥାନ୍ତି। କାଳକ୍ରମେ ଏହି ଆଶ୍ରୟସ୍ଥଳୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ୪୮ବର୍ଷ ଧରି ଆଶ୍ରୟସ୍ଥଳୀର ସ୍ମୃତି ବଖାଣୁଛନ୍ତି ଅଞ୍ଚଳବାସୀ। ହେଲେ ଆଶ୍ରୟସ୍ଥଳୀ ନିର୍ମାଣର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ ।
ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବଡ଼ସାହି ବ୍ଲକ ଶିଆଳିଘାଟି ପଞ୍ଚାୟତ ବାଘୁଆପାଳ ଗ୍ରାମରେ ରହିଛି ଏହି ବନ୍ୟା ଆଶ୍ରୟସ୍ଥଳୀ। ବୁଢ଼ାବଳଙ୍ଗର ଉଦ୍‌ବୃତ୍ତ ଜଳ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। ୧୯୭୩ରେ ହୋଇ ଥିବା ବନ୍ୟାରେ ଅନେକ ଧନଜୀବନ ହାନି ହୋଇଥିଲା। ବାଘୁଆପାଳ ଗ୍ରାମଟି ସମ୍ପୂର୍ଣ୍ଣ ବାଲିଚର ହୋଇପଡ଼ିଥିଲା। ଗ୍ରାମରେ ମାତ୍ର ହାତଗଣତି ୩/୪ଟି ପକ୍କାଘର ଥିବାରୁ ଗାଁ ଲୋକେ ଉକ୍ତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। ଖବର ପ୍ରଚାରିତ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲୀରୁ ଏକ ସ୍ବତନ୍ତ୍ର ଟିମ୍‌ ପରିଦର୍ଶନରେ ଆସିଥିଲେ। ଅଞ୍ଚଳବାସୀଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ୧୦ଫୁଟ ଉଚ୍ଚ ଓ ୮୦ ଫୁଟ ଲମ୍ବ ଏବଂ ଓସାର ବିଶିଷ୍ଟ ବର୍ଗକ୍ଷେତ୍ର ସଦୃଶ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କଲେ। ଚାରିପଟେ ପଥର ପ୍ୟାକିଂ ଦେଇ ମାଟିରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ସ୍ଥିର ହେଲା। ୨ ବର୍ଷ ପରେ ୧୯୭୫ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ନଦୀରେ ଜଳ ବୃଦ୍ଧି ପାଇଲେ ବାଘୁଆପାଳ, ପତରାପଦା, ମାଙ୍କଡ଼ାପାଳ ଓ ଭଞ୍ଜବାଟୀ ଆଦି ଆଖପାଖ ଗ୍ରାମର ଲୋକ ଓ ଗୃହପାଳିତ ପ୍ରାଣୀ ଏଠାରେ ଆଶ୍ରୟ ନେଉଥିଲେ। ଗ୍ରାମର ୭୫ ବର୍ଷୀୟ ଦେବେନ୍ଦ୍ର ପାତ୍ର କୁହନ୍ତି, ବନ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକେ ପଲିଥିନ ତମ୍ବୁ ଟାଣି ରହୁଥିଲେ। ପ୍ରାକ୍ତନ ଶିକ୍ଷକ ରାଧାକୃଷ୍ଣ ପାତ୍ର କୁହନ୍ତି, ପୂର୍ବରୁ ବୁଢାବଳଙ୍ଗ ନଦୀ ଗର୍ଭରେ ତିନୋଟି ରାଜସ୍ବ ଗ୍ରାମ ମୁକ୍ତାପୁର, ନୀଳକଣ୍ଠପୁର ଓ କୁଆପାଳ ଗ୍ରାମ ଲୀନ ହୋଇଯାଇଛି। ଅନେକ ମୃତାହତ ହୋଇଥିବା ବେଳେ ଗାଁଗୁଡ଼ିକରେ ବାଲିର ପାହାଡ଼ ଛିଡ଼ା ହୋଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିରିଶ ଚନ୍ଦ୍ର ଗିରି କୁହନ୍ତି, ଦ୍ବୀପ ସଦୃଶ ଗ୍ରାମରେ ଛାତ ଘର ବିଶିଷ୍ଟ ବନ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ଅନେକ ଲୋକ ଗାଁ ଛାଡ଼ି ଉଚ୍ଚ ସ୍ଥାନକୁ ପଳାଇ ଯାଇଛନ୍ତି। ଗାଁରେ ପକ୍କା ଘର ହୋଇଥିଲେ ମଧ୍ୟ ୨୦୧୩ ବନ୍ୟାରେ ସମସ୍ତଙ୍କ ଘରେ ପାଣି ପଶିଥିଲା। ଏକ ବୃହତ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗ୍ରାମବାସୀ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିିଥିବା ୫-ଟି ସଚିବଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀ ଅଭିଯୋଗ କରିଥିବା ନେଇ ପ୍ରକାଶ କରିଛନ୍ତି। ବାଘୁଆପାଳ ଗାଁକୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ମାନଚିତ୍ରରେ କେବଳ ଏହି ଗାଁର ନାମ ସ୍ଥାନିତ ହୋଇ ରହିବ ବୋଲି ଗ୍ରାମର ଆନନ୍ଦ ଶଙ୍କର ପାତ୍ର, ପ୍ରଫୁଲ୍ଲ ପାତ୍ର, କୁଳମଣି ଗିରି,ଦୀନେଶ ଜେନା ଓ ରାଧାକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି କୁହନ୍ତି, ଖୁବ୍‌ଶୀଘ୍ର ବଡ଼ସାହି ବିଡିଓ ଏବଂ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri