ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରିଛି। ଜିଲାର ୫ ବ୍ଲକ ଅଞ୍ଚଳର ୪୭ ପଞ୍ଚାୟତରେ ବନ୍ୟା ଜଳ ଜମି ରହି ଖରିଫ ଚାଷ ସହ ପନିପରିବା ଫସଲକୁ ଉଜାଡ଼ି ଦେଇଛି। ଏବେ ସୁଦ୍ଧା ବନ୍ୟା ପ୍ରଭାବିତ ୧୧୮ ଗ୍ରାମ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବନ୍ୟା ଜଳ ରହିଛି। ଋଣ ଶୁଝିବା ଚିନ୍ତା ଏବେ ଚାଷୀଙ୍କ ମନକୁ ଘାରିଛି। ଚାଷ କ୍ଷତିର ଆକଳନ ଆସନ୍ତା ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ କପା, ସୂର୍ଯ୍ୟମୁଖୀ, ନଳିତା, ଆଖୁ ଆଦି ଉତ୍ପାଦନ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିଲା। ଏହାଦ୍ୱାରା ଆର୍ଥିକ ପ୍ରଗତି ମଧ୍ୟ ହେଉଥିଲା। ତେବେ ଦୁଇ ଦଶନ୍ଧି ଧରି କୃଷି ଏବେ ଲାଭଜନକ ଓ ଅର୍ଥ ଆମଦାନୀର ପଥ ହୋଇନାହିଁ। ଏହି ଜିଲାର ଅର୍ଥନୀତିକୁ ସୁଦୃଢ଼ ପାଇଁ ଅର୍ଥକରୀ ଫସଲର ଆବଶ୍ୟକତା ରହିଛି। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ସହ ଯୁବବର୍ଗଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଆବଶ୍ୟକ। ଜିଲାକୁ ଏକ ୟୁନିଟ୍‌ ଭାବେ ଗ୍ରହଣ କରି ଫସଲ ଉତ୍ପାଦନ କଲେ ଫସଲଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ଯୁବବର୍ଗଙ୍କୁ ନିଜ ଜିଲାରେ କର୍ମନିଯୁକ୍ତି ମିଳିବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ବାନାମ୍ବର ସାହୁ, ମୀର ଅବୁ ଓବେଦା, ଲକ୍ଷ୍ମୀକାନ୍ତ ନାୟକ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି, ଜିଲାର ଅଧିକାଂଶ ଯୁବବର୍ଗ ସୂତାକଳରେ କାମ କରୁଥିବା ଲକ୍ଷ୍ୟ କରାଯାଉଛି। ଏହି ଜିଲାରେ କପା ଚାଷ କଲେ କଞ୍ଚାମାଲର ଅଭାବ ରହିବ ନାହିଁ। ଫଳରେ ସୂତା ମିଲ ହୋଇପାରିବ। ସେହିପରି ବାଉଁଶ ପ୍ରତି ଗ୍ରାମରେ ଅଛି। ଭିତ୍ତିଭୂମି ଓ ପରିବେଶ ବାଉଁଶ ଚାଷ ପ୍ରତି ଅନୁକୂଳ ଅଛି। ଏହା ପ୍ରାକୃତିକ ବିପର୍ଯ୍ୟୟ ସହଣି ମଧ୍ୟ। ଜିଲାରେ ବ୍ୟାପକ ଭାବେ ବାଉଁଶ ଚାଷ ଦ୍ୱାରା ଆମେ କାଗଜକଳର ସ୍ବପ୍ନ ଦେଖିପାରିବା। ନଳିତା ଚାଷରେ କେନ୍ଦ୍ରାପଡ଼ା ଜିଲା ବହୁ ଅଗ୍ରଗତି କରିଥିଲା। ଏଥିପାଇଁ ଜଜାଙ୍ଗଠାରେ ଝୋଟ ଗବେଷଣାଗାର ହୋଇଥିଲା। ଏଠାରେ ମଧ୍ୟ ୩ ପ୍ରକାର ନଳିତାର ନୂତନ ବିହନ ଉତ୍ପାଦନ ହୋଇଥିଲା। ତେବେ ଝୋଟ ବିକ୍ରି ସମସ୍ୟା ହେବାରୁ ଏହି ଫସଲକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ପ୍ଲାଷ୍ଟିକ ପରିବର୍ତ୍ତେ ପରିବେଶ ଅନୁକୂଳ ଝୋଟ ଓ କପଡ଼ା ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି। ଝୋଟ କଳ ସ୍ଥାପନ ହେଲେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବା ସହ ଏକକ ଚାଷ କ୍ଷେତ୍ରରେ ଆମେ ସ୍ବାବଲମ୍ବୀ ହୋଇପାରିବା। ସାମୁଦ୍ରିକ ଝଡ଼, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଏହି ଜିଲାରେ ବ୍ୟାପକ ଭାବେ ଟମାଟୋ ଚାଷ ହେଉଛି। ତେବେ ଅଧିକ ଅମଳ ପରେ ବିକ୍ରି ନ ହେବାରୁ ରାସ୍ତାଘାଟରେ ଅଥବା କ୍ଷେତରେ ଫସଲକୁ ଚାଷୀ ନଷ୍ଟ କରୁଛନ୍ତି। ଜିଲାରେ ସସ୍‌ ତିଆରି କାରଖାନା ପାଇଁ ଆମେ ପ୍ରୋତ୍ସାହିତ କରିପାରିବା। ମାଛ, ଛେଳି, ମେଣ୍ଢା, କୁକୁଡ଼ା ଚାଷକୁ ବ୍ୟାପକ କରାଯାଇପାରିବ। ଏଥିପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ। ସେହିପରି କେତେକ କାରଣ ଯୋଗୁ ଏହି ଜିଲାରେ କୃଷି ଏବେ ଅର୍ଥ ରୋଜଗାର ପାଇଁ ଲାଭଦାୟକ ନୁହେଁ। ଜଳ ପରିଚାଳନା ଏଠାରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଜଳସେଚନ ଓ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଦରକାର। ପଞ୍ଚାୟତ ସ୍ତରରେ କୃଷି ଉତ୍ପାଦ ସଂରକ୍ଷଣ ପାଇଁ ଅଦ୍ୟାବଧି କୌଣସି ଶୀତଳଭଣ୍ଡାର ନାହିଁ। ଓୟୁଏଟିର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଏଠାରେ ସ୍ଥାପନ ହେଲେ ଯୁବବର୍ଗଙ୍କ ତାଲିମ ବ୍ୟବସ୍ଥାକୁ ସହଜ କରିହେବ। କୃଷିଜାତ ଶିଳ୍ପ ଉତ୍ପାଦର ବିକ୍ରି ପାଇଁ ମଣ୍ଡିର ଆବଶ୍ୟକତା ଅଛି। ଏବେ ରେଳପଥ ପାଇଁ ପରିବହନ ସୁବିଧା ମିଳିପାରିବ। ଜିଲା ବାହାରକୁ କୃଷି ଉତ୍ପାଦ ନ ଗଲେ ଆମ ଜିଲାର ଅର୍ଥନୀତି ସୁଧୁରିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କହିଛନ୍ତି, ଗତ ଆର୍ଥକ ବର୍ଷରେ ୧୧୨ ଓ ଚଳିତ ଆର୍ଥିକ ବର୍ଷରେ ୪୩ଟି କ୍ଷୁଦ୍ର ଶିଳ୍ପ ପ୍ରକଳ୍ପକୁ ମଞ୍ଜୁୁରୀ ମିଳିଛି। ଏଥିରେ କୃଷିଭିତ୍ତିକ କୌଣସି ପ୍ରକଳ୍ପ ପାଇଁ ଆବେଦନପତ୍ର ଆସିନାହିଁ। ଜିଲା କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ବିଭିନ୍ନ ଚାଷ ପାଇଁ ତାଲିମ ପ୍ରଦାନ ହେଉଛି। ତେବେ ଜିଲାର କୌଣସି ଏକ କୃଷିଭିତ୍ତିକ ଶିଳ୍ପ ପାଇଁ ଗୋଟିଏରୁ ଦୁଇଟି ଚାଷ ପ୍ରତି ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri