ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ):  ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ ୯ଦିନ ବିମାନ ଉଡ଼ିବା ନେଇ ଧାର୍ଯ୍ୟ ହୋଇଛି।

ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନବନ୍ଦରକୁ ବିମାନ ଉଡ଼ିଥିଲା। ଭୁବନେଶ୍ୱରରୁ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ୧ ଘଣ୍ଟା ସମୟ ଲାଗୁଛି। ସେଠାରେ ୨୦ ମିନିଟ୍‌ ରହଣି ପରେ ପୁଣି ବିମାନ ଭୁବନେଶ୍ୱର ଫେରିବ।