Posted inଫୁରସତ

ବିଶ୍ୱର ୫ ବିପଜ୍ଜନକ ଦ୍ୱୀପପୁଞ୍ଜ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସହ ସମାନ

ପ୍ରାୟତଃ ଲୋକେ ପ୍ରକୃତିର ଚମତ୍କାର ଦୃଶ୍ୟ ଦେଖିବାକୁ କିମ୍ବା ଛୁଟି କଟାଇବାକୁ ଦ୍ୱୀପପୁଞ୍ଜକୁ ବୁଲି ଯାଆନ୍ତି। ତେବେ ଦ୍ୱୀପର ମଧ୍ୟ ଏପରି ସୌନ୍ଦର୍ଯ୍ୟ ଯାହା କାହାକୁ ମଧ୍ୟ ଆକର୍ଷିତ କରିପାରେ। ମାତ୍ର ଏପରି ଦ୍ୱୀପ ଅଛି ଯେଉଁଠିକୁ ଯିବା ମୃତ୍ୟୁ ସଙ୍ଗେ ସମାନ। ଏହି ଦ୍ୱୀପ ଅତ୍ୟନ୍ତ ବିପଦଜନକ। ତେବେ ଜାଣନ୍ତୁ ବିଶ୍ୱର ୫ଟି ଦ୍ୱୀପପୁଞ୍ଜ ବିଷୟରେ ଯେଉଁଠାକୁ ଯିବା ଅର୍ଥ ମୃତ୍ୟୁକୁ ପାଖକୁ ଡାକିବା।

ମିଆକେଜିମା ଇଜୁ: ଏହି ଦ୍ୱୀପ ହେଉଛି ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଦ୍ୱୀପପୁଞ୍ଜ। ଏଥିରେ ବିଷାକ୍ତ ଗ୍ୟାସର ପରିମାଣ ସାଧାରଣ ଅପେକ୍ଷା ବହୁତ ଉଚ୍ଚ ସ୍ତରରେ ଥାଏ। ଏହି କାରଣରୁ, ଏଠାରେ ଥିବା ଲୋକମାନେ ସବୁବେଳେ ମାସ୍କ ପିନ୍ଧନ୍ତି । ପୂର୍ବରୁ ଏଠାରେ ଅନେକ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିଛି । ୨୦୦୦ ମସିହାରେ ମଧ୍ୟ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଲାଭା ସହିତ ବିପୁଳ ପରିମାଣର ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା।

ପ୍ରୋଗ୍ଲିଆ: ଏହି ଦ୍ୱୀପକୁ ‘ମୃତ୍ୟୁ ଦ୍ୱୀପ’ କୁହାଯାଏ। କୁହାଯାଏ ଯେ, ଶହ ଶହ ବର୍ଷ ପୂର୍ବେ ଏହି ଦ୍ୱୀପରେ ଲକ୍ଷ ଲକ୍ଷ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ସେହି ଦିନଠାରୁ, ଏହି ଦ୍ୱୀପଟି ସମ୍ପୂର୍ଣ୍ଣ ଶୂନଶାନ ହୋଇଗଲା। ଏହାକୁ ଭୂତ ଦ୍ୱୀପ ମଧ୍ୟ କୁହାଯାଏ। ଏହି ଦ୍ୱୀପକୁ ଆସୁଥିବା ଲୋକେ ଜୀବନ୍ତ ଫେରି ନ ଥାନ୍ତି।

ରି ୟୁନିୟନ ଦ୍ୱୀପ: ଏହି ଦୁନିଆର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ, କିନ୍ତୁ ଏଠାକୁ ଯିବା ଅତ୍ୟନ୍ତ ବିପଜ୍ଜନକ। କାରଣ ସାର୍କ ମାଛ ଲୋକମାନଙ୍କୁ ମାରିଦିଏ। ନିରାପତ୍ତା ପାଇଁ ଦ୍ୱୀପପୁଞ୍ଜର ଅଧାରୁ ଅଧିକ ସମୁଦ୍ର କୂଳକୁ ଯିବା ନିଷେଧ କରାଯାଇଛି।

କାରିବିଆନ ସମୁଦ୍ର ମଧ୍ୟରେ ଅବସ୍ଥିତ ସାବା ଦ୍ୱୀପ ଦେଖିବାକୁ ବହୁତ ସୁନ୍ଦର । ମାତ୍ର ୧୩ ବର୍ଗ କିଲୋମିଟର ବ୍ୟାପି ଏହି ଦ୍ୱୀପରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି। ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ବିଶ୍ୱାସ କରାଯାଏ ଯେ , ଏଠାରେ ଯେକୌଣସି ସମୟରେ ଏକ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ହୋଇପାରେ।

ଗ୍ରୁଇନାର୍ଡ ଦ୍ୱୀପ: ସ୍କଟଲ୍ୟାଣ୍ଡର ମଧ୍ୟରେ ଏହି ଦ୍ୱିପ ଅବସ୍ଥିତ, ଏହା ମଧ୍ୟ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଏହି ଦ୍ୱୀପରେ ଆନ୍ଥ୍ରାକ୍ସ ନାମକ ଏକ ବିଷାକ୍ତ ଗ୍ୟାସ ପରୀକ୍ଷା କରିଥିଲା। ଯେଉଁ କାରଣରୁ ଏହି ସ୍ଥାନ ବିଷାକ୍ତ ହୋଇଯାଇଥିଲା। ଯଦି କେହି ଏହି ଗ୍ୟାସର କବଳରେ ଆସନ୍ତି, ତେବେ ତାଙ୍କର ମୃତ୍ୟୁ ପ୍ରାୟ ନିଶ୍ଚିତ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲାଇସେନ୍ସ ଫି ୧୦% ବୃଦ୍ଧି, ମହଙ୍ଗା ହୋଇପାରେ ମଦ ଦର

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ମଦ ଏବେ ମହଙ୍ଗା ହୋଇପାରେ । ନୂତନ ଉତ୍ପାଦ ନୀତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ଦିଲ୍ଲୀ ସରକାର “ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ” ବର୍ଗରେ୨୦୨୬-୨୭ଆର୍ଥିକ…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri