Posted inଫୁରସତ

ବିଶ୍ୱର ୫ ବିପଜ୍ଜନକ ଦ୍ୱୀପପୁଞ୍ଜ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସହ ସମାନ

ପ୍ରାୟତଃ ଲୋକେ ପ୍ରକୃତିର ଚମତ୍କାର ଦୃଶ୍ୟ ଦେଖିବାକୁ କିମ୍ବା ଛୁଟି କଟାଇବାକୁ ଦ୍ୱୀପପୁଞ୍ଜକୁ ବୁଲି ଯାଆନ୍ତି। ତେବେ ଦ୍ୱୀପର ମଧ୍ୟ ଏପରି ସୌନ୍ଦର୍ଯ୍ୟ ଯାହା କାହାକୁ ମଧ୍ୟ ଆକର୍ଷିତ କରିପାରେ। ମାତ୍ର ଏପରି ଦ୍ୱୀପ ଅଛି ଯେଉଁଠିକୁ ଯିବା ମୃତ୍ୟୁ ସଙ୍ଗେ ସମାନ। ଏହି ଦ୍ୱୀପ ଅତ୍ୟନ୍ତ ବିପଦଜନକ। ତେବେ ଜାଣନ୍ତୁ ବିଶ୍ୱର ୫ଟି ଦ୍ୱୀପପୁଞ୍ଜ ବିଷୟରେ ଯେଉଁଠାକୁ ଯିବା ଅର୍ଥ ମୃତ୍ୟୁକୁ ପାଖକୁ ଡାକିବା।

ମିଆକେଜିମା ଇଜୁ: ଏହି ଦ୍ୱୀପ ହେଉଛି ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଦ୍ୱୀପପୁଞ୍ଜ। ଏଥିରେ ବିଷାକ୍ତ ଗ୍ୟାସର ପରିମାଣ ସାଧାରଣ ଅପେକ୍ଷା ବହୁତ ଉଚ୍ଚ ସ୍ତରରେ ଥାଏ। ଏହି କାରଣରୁ, ଏଠାରେ ଥିବା ଲୋକମାନେ ସବୁବେଳେ ମାସ୍କ ପିନ୍ଧନ୍ତି । ପୂର୍ବରୁ ଏଠାରେ ଅନେକ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିଛି । ୨୦୦୦ ମସିହାରେ ମଧ୍ୟ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଲାଭା ସହିତ ବିପୁଳ ପରିମାଣର ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା।

ପ୍ରୋଗ୍ଲିଆ: ଏହି ଦ୍ୱୀପକୁ ‘ମୃତ୍ୟୁ ଦ୍ୱୀପ’ କୁହାଯାଏ। କୁହାଯାଏ ଯେ, ଶହ ଶହ ବର୍ଷ ପୂର୍ବେ ଏହି ଦ୍ୱୀପରେ ଲକ୍ଷ ଲକ୍ଷ ଲୋକ ଜୀବନ୍ତ ଦଗ୍ଧ ହୋଇଥିଲେ। ସେହି ଦିନଠାରୁ, ଏହି ଦ୍ୱୀପଟି ସମ୍ପୂର୍ଣ୍ଣ ଶୂନଶାନ ହୋଇଗଲା। ଏହାକୁ ଭୂତ ଦ୍ୱୀପ ମଧ୍ୟ କୁହାଯାଏ। ଏହି ଦ୍ୱୀପକୁ ଆସୁଥିବା ଲୋକେ ଜୀବନ୍ତ ଫେରି ନ ଥାନ୍ତି।

ରି ୟୁନିୟନ ଦ୍ୱୀପ: ଏହି ଦୁନିଆର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ, କିନ୍ତୁ ଏଠାକୁ ଯିବା ଅତ୍ୟନ୍ତ ବିପଜ୍ଜନକ। କାରଣ ସାର୍କ ମାଛ ଲୋକମାନଙ୍କୁ ମାରିଦିଏ। ନିରାପତ୍ତା ପାଇଁ ଦ୍ୱୀପପୁଞ୍ଜର ଅଧାରୁ ଅଧିକ ସମୁଦ୍ର କୂଳକୁ ଯିବା ନିଷେଧ କରାଯାଇଛି।

କାରିବିଆନ ସମୁଦ୍ର ମଧ୍ୟରେ ଅବସ୍ଥିତ ସାବା ଦ୍ୱୀପ ଦେଖିବାକୁ ବହୁତ ସୁନ୍ଦର । ମାତ୍ର ୧୩ ବର୍ଗ କିଲୋମିଟର ବ୍ୟାପି ଏହି ଦ୍ୱୀପରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି। ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ବିଶ୍ୱାସ କରାଯାଏ ଯେ , ଏଠାରେ ଯେକୌଣସି ସମୟରେ ଏକ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ହୋଇପାରେ।

ଗ୍ରୁଇନାର୍ଡ ଦ୍ୱୀପ: ସ୍କଟଲ୍ୟାଣ୍ଡର ମଧ୍ୟରେ ଏହି ଦ୍ୱିପ ଅବସ୍ଥିତ, ଏହା ମଧ୍ୟ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଏହି ଦ୍ୱୀପରେ ଆନ୍ଥ୍ରାକ୍ସ ନାମକ ଏକ ବିଷାକ୍ତ ଗ୍ୟାସ ପରୀକ୍ଷା କରିଥିଲା। ଯେଉଁ କାରଣରୁ ଏହି ସ୍ଥାନ ବିଷାକ୍ତ ହୋଇଯାଇଥିଲା। ଯଦି କେହି ଏହି ଗ୍ୟାସର କବଳରେ ଆସନ୍ତି, ତେବେ ତାଙ୍କର ମୃତ୍ୟୁ ପ୍ରାୟ ନିଶ୍ଚିତ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri