ମାଛ ଧରା ଜାଲରେ ଲାଗିଲା ବ୍ୟାଗ ଭର୍ତ୍ତି ଅଚଳ ଟଙ୍କା

ବାରଙ୍ଗ,୨୨ା୭(ଡି.ଏନ.ଏ.): ପୁରୀ ମେନ କେନାଲରୁ ବୁଧବାର ବ୍ୟାଗ ଭର୍ତ୍ତି ଥିବା ଅଚଳ ଟଙ୍କା ମିଳିଛି। ଅପରାହ୍ନ ସମୟରେ ସ୍ଥାନୀୟ ଗ୍ରାମର ଜଣେ ମାଛଧରାଳି କେନାଲରେ ଜାଲ ପକାଉଥିଲେ। କିଛି ସମୟ ପରେ ଜାଲକୁ ଟାଣିବାବେଳେ ବହୁତ ଭାରି ଜଣାପଡିବାରୁ ବଡ଼ ମାଛ ପଡ଼ିଥିବାର ସନ୍ଦେହ କରି ଜାଲକୁ ଉପରକୁ ଆଣିଥିଲେ। ଜାଲକୁ ଖୋଲିବାପରେ ଦୁଇଟି ବ୍ୟାଗରେ କିଛି ଥିବାର ଦେଖିଥିଲେ। ବ୍ୟାଗକୁ ଖୋଲିବାପରେ ସେଥିରୁ ପୁରୁଣା ୫ ଶହ ଓ ୧ ହଜାର ଟଙ୍କାର ନୋଟ ବିଡ଼ା ମିଳିଥିଲା। ସମ୍ପୂର୍ଣ୍ଣ ଟଙ୍କା ଦେଖିବାବେଳେ ସବୁ ଅଚଳ ଥିବା ଜାଣିଥିଲେ।