ସମୁଦ୍ରରେ ହ୍ରାସ ପାଉଛି ମତ୍ସ୍ୟ ସମ୍ପଦ

ପାରାଦୀପ,୬ା୪(ସ୍ବ.ପ୍ର.): ଅଣସଙ୍ଗଠିତ କ୍ଷେତ୍ରରେ ସର୍ବାଧିକ ରୋଜଗାର ମାଧ୍ୟମ ଥିବା ମତ୍ସ୍ୟ ଶିଳ୍ପ ଏବେ ବିପଦରେ। କାରଣ ସମୁଦ୍ରରେ ଏବେ ମାଛ ବଂଶ ଲୋପ ପାଇବାରେ ଲାଗିଛି। ଯେଉଁଥିପାଇଁ ସମୁଦ୍ରରେ ମାଛଧରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ରୋଜଗାର ବିହୀନ ହେବାରେ ଲାଗିଛନ୍ତି। ଏପରିକି ଅନେକ ମାଛଧରା ବୋଟ୍‌ ଆଉ ସମୁଦ୍ରକୁ ଯାଉନାହିଁ। କେତେଗୋଟି ମାଛଧରା ବନ୍ଦର ପୋତାଶ୍ରୟରେ ଓ ଆଉ କେତେକ ବୋଟ୍‌ ଡ୍ରାଏଡକ୍‌ (ବୋଟ ମରାମତି ହେଉଥିବା ସ୍ଥାନ)ରେ ଅଛି। ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ୫୫୯ଟି ଚଳନକ୍ଷମ ବୋଟ ମଧ୍ୟରୁ ଏବେ ମାତ୍ର ୧୦ ପ୍ରତିଶତ ବୋଟ୍‌ ସମୁଦ୍ରରେ ମାଛ ଧରିବା ପାଇଁ ଯାଇଛନ୍ତି ବୋଲି ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ର ସମ୍ପାଦକ ଅରବିନ୍ଦ ସ୍ବାଇଁ କହିଛନ୍ତି। ଆସନ୍ତା ୧୫ ତାରିଖରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବୋଟ୍‌ ୨ମାସ ବନ୍ଦ ରହିବ ବୋଲି ସେ କହିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ବୋଟ୍‌ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉ ନ ଥିବା ପ୍ରସଙ୍ଗରେ ସେ କୁହନ୍ତି, ବର୍ତ୍ତମାନ ପୂର୍ବ ପରି ମାଛ ଉତ୍ପାଦନ ହେଉନାହିଁ। ତେଲ ଦର ବଢିଛି। ଯେତିକି ଖର୍ଚ୍ଚ ହେବ ସେହି ପରିମାଣରେ ମାଛ ଉତ୍ପାଦନ ନ ହେଲେ ମାଲିକମାନଙ୍କର ବିପୁଳ କ୍ଷତି ହେଉଛି। ସେଥିପାଇଁ ମାଲିକମାନେ ଆପଣାଛାଏଁ ବୋଟ୍‌ ବନ୍ଦ କରିଦେଲେଣି। ଦକ୍ଷିଣା ପବନ ଯୋଗୁ ମାଛ ଗଭୀର ଜଳକୁ ପଳାଇଛନ୍ତି ବୋଲି ସାମୁଦ୍ରିକ ମତ୍ସ୍ୟଜୀବୀ ଟି. ବି. ରାମଣା କୁହନ୍ତି।
ଏକଦା ମତ୍ସ୍ୟଜୀବୀ ସମୁଦ୍ରରେ ୧୨ମାସ ମାଛ ଧରୁଥିଲେ। ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ବର୍ଦ୍ଧିତ ପ୍ରଦୂଷଣ ଯୋଗୁ ଅନେକ ମାଛବଂଶ ଲୋପ ପାଇଲାଣି ବୋଲି କୁହନ୍ତି ପରିବେଶବିତ୍‌ ଇଂ. ଅମରେଶ ନରେଶ ସାମନ୍ତ। ଅନ୍ୟତମ ପ୍ରମୁଖ କାରଣ ହେଲା ମତ୍ସ୍ୟଜୀବୀମାନେ ଅଧିକ ମାଛ ଧରିବା ପାଇଁ ବିଭିନ୍ନ କୌଶଳ ଯଥା ରିଂ ଜାଲ, ଫାଶୀ ଜାଲ ବ୍ୟବହାର କରୁଛନ୍ତି। ଯାହାଦ୍ୱାରା ମା’ ମାଛ ସହ ଯାଆଁଳ ମଧ୍ୟ ନଷ୍ଟ ହୋଇଯାଉଛନ୍ତି। ଲୋପ ବା ହ୍ରାସ ମାଛ ମଧ୍ୟରେ ଇଲିଶ, ତେଲିଆ ବୋରେଇ, ଟୁନା, କାଉ, କେତେକ ପ୍ରଜାତିର ଚିଙ୍ଗୁଡ଼ି ଆଦି ଅନ୍ତର୍ଭୁକ୍ତ। ନଦୀ ମୁହାଣଗୁଡ଼ିକ ଏବେ ଅଧିକ ଚଳଚଞ୍ଚଳ। ଯେଉଁଥିପାଇଁ ମାଛ ପ୍ରଜନନ, ଅଣ୍ଡାଦାନ ଭଳି ଜୀବନଚକ୍ର ଠିକ୍‌ ଭାବେ କରି ପାରୁନାହାନ୍ତି ବୋଲି କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ କୁହନ୍ତି। ପାରାଦୀପ ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡା କୁହନ୍ତି। ଓଡ଼ିଶାର କୌଣସି ଶିଳ୍ପ ଏତେ ଲୋକଙ୍କୁ ରୋଜଗାର ଦେଇ ନାହାନ୍ତି। ଏହି ମତ୍ସ୍ୟ ଶିଳ୍ପର ଭବିଷ୍ୟତ ପାଇଁ ସରକାର କେତେକ ପଦକ୍ଷେପ ନେବା ନିହାତି ଜରୁରୀ। ଡିଜେଲ ରିହାତି, ଶୀତଳଭଣ୍ଡାର, କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ରିହାତି ଦରକାର। କାରଣ ଏଥିରୁ ବୈଦେଶିକ ପୁଞ୍ଜି ସରକାର ପାଉଛନ୍ତି। ୨୦୨୨-୨୩ରେ କେବଳ ପାରାଦୀପ ମାଛଧରାବନ୍ଦରରୁ ୨୦୦୬୦୨ ମେଟ୍ରିକ୍‌ ଟନ୍‌ ମାଛ ବିଦେଶକୁ ରପ୍ତାନି ହୋଇଥିବା ସେ କୁହନ୍ତି।
ଅପରପକ୍ଷେ ଗତ ମାର୍ଚ୍ଚ ୩୦ରେ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଡାୟରି ମନ୍ତ୍ରଣାଳୟ ଡେପୁଟି କମିଶନର ସଞ୍ଜୟ ପାଣ୍ଡେ ଏକ ସର୍କୁଲାର (ଚିଠି ନଂ. ୩୦୦୩୫) ସମଗ୍ର ଦେଶପାଇଁ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମତେ ପୂର୍ବ ଭାରତର ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର ସମୁଦ୍ର ଉପକୂଳରେ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ ଦିନ ସାମୁଦ୍ରିକ କଟକଣା ଲାଗୁ ହେବ। ସେହିପରି ପଶ୍ଚିମ ଭାରତର ଗୁଜରାଟ, ଡାମନ ଡିୟୁ, କର୍ନାଟକ, ଗୋଆ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଲାକ୍ଷାଦ୍ୱୀପ ଉପକୂଳ ପାଇଁ ଜୁନ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୬୧ଦିନ କଟକଣା ଜାରି କରାଯିବ। ମାଛବଂଶ ବୃଦ୍ଧି ପାଇଁ ଏହି କଟକଣା ଲାଗୁ ହୋଇଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri