ମାଛ ବଦଳାଇଦେଲା ମତ୍ସଜୀବୀଙ୍କ ଭାଗ୍ୟ, ଏକାଥରକେ ଲକ୍ଷପତି

ଚାନ୍ଦବାଲି ଅଫିସ,୨୩।୭: ଭଦ୍ରକ ଜିଲା ଧାମରା ଚାନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୩୨ କିଲୋ ଓଜନର ତେଲିଆ ମାଛ ପଡ଼ିଛି। ଏହାକୁ ସେ ୩ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି । ଚାନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଞ୍ଚଳର ହାଫିଜ ଉଲ୍ଲାଙ୍କ ମାଛଧରା ବୋଟରେ ଏହି ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା। ମାଛ ଧରାଯିବା ପରେ ଏହାକୁ କୋଲକାତାର ଏକ କମ୍ପାନୀ ୩ ଲକ୍ଷ ୧୦ହଜାର ଟଙ୍କାରେ କିଣିଛି । ଲକ୍ଷାଧିକ ଟଙ୍କାରେ ମାଛ ବିକ୍ରି କରିଥିବାରୁ ମତ୍ସ୍ୟଜୀବୀ ବହୁତ ଖୁସି ଅଛନ୍ତି।