Posted inଫୁରସତ

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ରାଜ୍ୟର ସାଂସ୍କୃତିକ ଏବଂ ସାମାଜିକ ବିବିଧତା ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଠାରେ ଏମିତି କିଛି ରୀତିନୀତି ପ୍ରଚଳିତ, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ସମସ୍ତ ପରିବର୍ତ୍ତନ ସତ୍ତ୍ୱେ ଭାରତରେ ବିବାହ ବନ୍ଧନ ଅବିସ୍ମରଣୀୟ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି ରାଜସ୍ଥାନରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯାଇଛି। ଏହାକୁ ସମସ୍ତେ ଗ୍ରହଣ କରିନିଅନ୍ତି। ସମସ୍ତ ପକ୍ଷଙ୍କ ସହମତିରେ, ବ୍ୟକ୍ତି ଦ୍ୱିତୀୟ ବିବାହ କରିଥାନ୍ତି।

ରାଜସ୍ଥାନର ବାରମର୍‌ ଜିଲାରେ ଏକ ଗାଁ ଅଛି, ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ସ୍ବାମୀ ଦ୍ୱିତୀୟ ବିବାହ କରିବାକୁ ଲାଇସେନ୍ସ ପାଇଥା’ନ୍ତି। ଏହି ଗାଁର ନାମ ହେଉଛି ଡେରାସର। ବାରମର୍‌ ଗାଁଟି ମରୁଭୂମି ଅଞ୍ଚଳରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ।

ତେବେ ପ୍ରଶ୍ନ ଉଠେ ଏପରି ଦ୍ୱିତୀୟ ବିବାହ କରିବାର କାରଣ କ’ଣ? ବାରମର୍‌ ଜିଲାର ଅଧିକାଂଶ ଅଞ୍ଚଳ ମରୁଭୂମି। ଏଠାରେ ସୁଦୂର ଗ୍ରାମଗୁଡ଼ିକରେ ବହୁତ ଜଳ ଅଭାବ ଦେଖାଦେଇଥାଏ। ଗ୍ରୀଷ୍ମ ଋତୁରେ, ଏଠାରେ ପରିସ୍ଥିତି ବହୁତ ଖରାପ ହୋଇଯାଏ।

ଡେରାସର ଗାଁରେ ମହିଳାମାନେ ସାଧାରଣତଃ ପାଣି ଆଣିବା କାମ କରନ୍ତି। ଏଥିପାଇଁ ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂରରେ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କ ପାଇଁ ପାଣି ଆଣିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ପୁରୁଷମାନେ ଦ୍ୱିତୀୟ ବିବାହ କରିଥାନ୍ତି।

ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ଦ୍ୱିତୀୟ ଥର ବିବାହ କରନ୍ତି। ଫଳରେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ ବିଶ୍ରାମ ପାଇବାର ସୁଯୋଗ ପାଇଥାନ୍ତି। ଦ୍ୱିତୀୟ ସ୍ତ୍ରୀ ଘରର ଦୈନନ୍ଦିନ କାମ ସହ ପାଣି ଆଣିବା ପାଇଁ ଦୂରକୁ ଯାଇଥାନ୍ତି। ରାଜସ୍ଥାନରେ ଏପରି ଅନେକ ପ୍ରଥା ପ୍ରଚଳିତ ଅଛି, ଯାହା ଅତ୍ୟନ୍ତ ଅଜବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri