ପ୍ରଥମ ଭର୍ଚୁଆଲ କୋର୍ଟରୁମ୍‌ ଉଦ୍‌ଘାଟିତ

କଟକ ଅଫିସ,୨।୧୧: ଅନୁଗୋଳ ଓ ନୟାଗଡ଼ ଜିଲାରେ ରାଜ୍ୟର ପ୍ରଥମ ମଡେଲ ଭର୍ଚୁଆଲ କୋର୍ଟରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି ତଥା ଇ-କମିଟି ଚେୟାରମ୍ୟାନ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ପ୍ରଥମ ମଡେଲ ଭର୍ଚୁଆଲ କୋର୍ଟରୁମ୍‌କୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ଇ- କଷ୍ଟୋଡି ସାର୍ଟିଫିକେଟ ସିଷ୍ଟମ ଏବଂ କେସ୍‌ ସଂକ୍ରାନ୍ତ ସୂଚନା ପ୍ରଦାନ ଲାଗି ଅଟୋମେଟେଡ୍‌ ଇ-ମେଲ୍‌ ସର୍ଭିସର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଉଭୟ କୋର୍ଟରେ ଅବସ୍ଥାପିତ ଅନୁଗୋଳ ଜିଲାଜଜ୍‌ ଭାଗ୍ୟଲକ୍ଷ୍ମୀ ରଥ ଓ ନୟାଗଡ଼ ଜିଲାଜଜ୍‌ ରୂପଶ୍ରୀ ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ସେ କହିଥିଲେ, ଏହି ମହିଳା ବିଚାରପତି ଦ୍ୱୟ ସଭିଙ୍କ ପାଇଁ ରୋଲ୍‌ ମଡେଲ। ଇ-କୋର୍ଟରୁମ୍‌ ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଜନସାଧାରଣଙ୍କର ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଆସିବ। ସେହିପରି ଇ-କଷ୍ଟୋଡି ସାର୍ଟିଫିକେଟ ସିଷ୍ଟମ ଏବଂ ଅଟୋମେଟେଡ ଇ ମେଲ୍‌ ସର୍ଭିସ ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ କୋର୍ଟରୁମ୍‌ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଭର୍ଚୁଆଲ କୋର୍ଟ ରୁମ୍‌ ମାଧ୍ୟମରେ କିପରି ଏକାଧିକ କୋର୍ଟ ଯୋଡ଼ିିହୋଇପାରିବେ, ସେ ସମ୍ପର୍କରେ ଅବଗତ କରାଇଥିଲେ। ଆଗାମୀ ଦିନରେ ସମସ୍ତ ଜିଲାରେ ଭର୍ଚୁଆଲ କୋର୍ଟରୁମ୍‌ ଖୋଲାଯିବ। ଫଳରେ ମାମଲାଗୁଡ଼ିକ ପଡ଼ି ନ ରହି ଶୀଘ୍ର ସମାଧାନ ହୋଇପାରିବ ବୋଲି ମୁଖ୍ୟ ବିଚାରପତି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ବିଶ୍ୱଜିତ ମହାନ୍ତି, ହାଇକୋର୍ଟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମିଟି ଅଧ୍ୟକ୍ଷ ଜଷ୍ଟିସ ସଙ୍ଗମ କୁମାର ସାହୁ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏସିଏସ୍‌ ସଞ୍ଜୀବ ଚୋପ୍ରା, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ଆଇନଜୀବୀ ଓ ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri