Categories: ଜାତୀୟ

ପ୍ରଥମ କରୋନା ଟିକା ନେଲେ ଏମ୍‌ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ

ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍‌ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍‌ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା ନୋଏଡା ସେକ୍ଟର ୨୭ର ଏକ ଡାକ୍ତରଖାନାରେ ପୂର୍ବାହ୍ନରେ ଟିକା ନେଇଥିବା ସୂଚନା ଦିଆଯାଇଛି। ଟିକା ନେବା ପରେ ତାଙ୍କୁ ଡାକ୍ତରଖାନାରେ ୩୦ ମିନିଟ ପର୍ଯ୍ୟନ୍ତ ନଜରରେ ରଖାଯାଇଥିଲା। ଜଣେ ଡାକ୍ତର ଭାବେ ଟିକା ନେଇଛି। ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି। ଟିକା ସୁରକ୍ଷିତ ଏବଂ ସମସ୍ତଙ୍କୁ ଟିକାକରଣ କରାଯିବା ଉଚିତ ବୋଲି ଡ. ଶର୍ମା କହିଛନ୍ତି। ସେହିପରି ତୃଣମୁଳ କଂଗ୍ରେସ ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀଙ୍କୁ ମଧ୍ୟ ରୋଗୀ କଲ୍ୟାଣ କମିଟିର ଏକ ଅଂଶ ଭାବେ ଟିକା ଦିଆଯାଇଛି।

Share