‘ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଘୁମୁସରରୁ ଆରମ୍ଭ ହୋଇଥିଲା’

ଭଞ୍ଜନଗର,୧୧ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା ବୋଲି କହିଥିଲେ। ୧୮୭୦ ମସିହା ସେପ୍ଟେମ୍ବର ମାସ ୧୧ରେ ତତ୍କାଳୀନ ରସଲକୋଣ୍ଡା ବର୍ତ୍ତମାନର ଭଞ୍ଜନଗର ଠାକୁରାଣୀ ପଡ଼ିଆରେ ଘୁମୁସରର ଭାଷା ପ୍ରେମୀ, ନେତୃସ୍ଥାନୀୟ ବ୍ୟକ୍ତିଗଣ ଓଡିଆ ଭାଷା ଉପରେ ତେଲୁଗୁ ଭାଷାର ପ୍ରଚଳନକୁ ବିରୋଧ କରି ପ୍ରତିବାଦ ସଭା କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ରୂପ ନେଇ ଏକ ବିରାଟ ଜନଆନ୍ଦୋଳନର ରୂପ ନେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା।

ଉକ୍ତ ଐତିହାସିକ ପ୍ରଥମ ଦିନର ଘଟଣା ଏବଂ ଦିବସକୁ ସ୍ମରଣ କରି ଘୁମୁସର ବିକାଶ ପରିଷଦ ତରଫରୁ ଆଜି ଘୁମୁସର ଦିବସ ପାଳନ ହୋଇଥିଲା ବୋଲି ବକ୍ତାମାନେ କହିଥିଲେ। ଆଉ କିଛି ବକ୍ତା ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ଘୁମୁସରର ଅବଦାନ ଦୃଷ୍ଟିରୁ ଏହା ଜିଲା ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ରଖିଥିବାରୁ ତୁରନ୍ତ ସରକାର ଏହାକୁ ଜିଲା ଘୋଷଣା ପାଇଁ ଦାବି ମଧ୍ୟ କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକରା ବିଷୋୟୀ, ଉପେନ୍ଦ୍ର ଭଞ୍ଜଙ୍କ ସମେତ ଘୁମୁସର ଇତିହାସ ଓ ଏହାର ସାଂସ୍କୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ବୋଲି କହିଥିଲେ। ଘୁମୁସରର ବିକାଶ ପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ। ପାଠ୍ୟକ୍ରମରେ ମଧ୍ୟ ଘୁମୁସର ଇତିହାସ ଉପରେ ଅଧିକ ପାଠ କିଭଳି ସ୍ଥାନିତ କରାଯିବ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ ନାୟକ କହିଥିଲେ। ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଉତ୍ସବରେ ସଭାପତିତ୍ୱ କରିଥିଲେ।

ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଓଡ଼ିଶା କୃଷି ବିଶବିଦ୍ୟାଳୟର ପୂର୍ବତନ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ, ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ , ଆକାଶବାଣୀ ଭୁବନେଶ୍ୱର କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘୁମୁସର ଇତିହାସ ଉପରେ କହିଥିଲେ। କବି ପ୍ରଶାନ୍ତ କୁମାର ମହାନ୍ତି, ଇ. ଯାମିନୀକାନ୍ତ ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ରବି ଦାସଙ୍କ ନିର୍ଦ୍ଦେଶନାରେ ରୀତି ସ୍ନିଗ୍ଧା ପ୍ରଧାନ ଓ ଉଦିତ ଦାସଙ୍କ କଣ୍ଠରେ ରେକର୍ଡ ହୋଇଥିବା ଘୁମୁସର ବନ୍ଦନା ସଙ୍ଗୀତ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ଅପରାହ୍ନ ଅଧିବେଶନରେ ବରିଷ୍ଠ ଐତିହାସିକ ଡ ଶ୍ୟାମା ପ୍ରସାଦ ମିଶ୍ର, ବ୍ରଜ କିଶୋର ତ୍ରିପାଠୀ, ଡ ବାଲ୍ମିକୀ ପଟ୍ଟନାୟକ, ବାୟାମନୁ ଚର୍ଚ୍ଚି, ଡ ଅନତ ରାମ କର କୌଣ୍ଡିନ୍ୟ, ବ୍ରଜକିଶୋର ପାଢ଼ୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ମନ୍ମଥ ଶତପଥୀ, ଡ. ସ୍ଥିତଧି ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରକାଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ବେହେରା, ରବି ନାରାୟଣ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri