ପ୍ରଥମ ଦରମା ଟଙ୍କା ବୋଉ ଓ ନାନୀଙ୍କୁ ଦେଇଥିଲି

ସାହିତି୍ୟକ ସତ୍ୟନାରାୟଣ ଗନ୍ତାୟତ ନିଜ ପ୍ରଥମ ରୋଜଗାର
ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ହେଉଛି ମୋ ଜନ୍ମସ୍ଥାନ। ସ୍ଥାନୀୟ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୯ରେ ଏକାଦଶ ପାସ୍‌ କରିବା ପରେ ରାୟଗଡ଼ା କଲେଜରେ ସ୍ନାତକ ଯାଏ ପଢ଼ିଥିଲି। ତା’ପରେ ଇଣ୍ଟରଭ୍ୟୁ ଦେଇ ୧୯୮୩ ମସିହା ଅଗଷ୍ଟ ୧୧ ତାରିଖରୁ ଏଲ୍‌ଆଇସିର ଜୟପୁର ବ୍ରାଞ୍ଚରୁ ଆସିଷ୍ଟାଣ୍ଟ ପୋଷ୍ଟରୁ ମୋ ଚାକିରି ଜୀବନ ଆରମ୍ଭ କଲି। ସେତେବେଳେ ୭୦୦ଟଙ୍କା ଦରମା ମିଳୁଥିଲା। ତେବେ ପ୍ରଥମ ମାସର ଦରମା ସହ ପୂଜାଖର୍ଚ୍ଚ ବାବଦରେ ଆଡ୍‌ଭାନ୍ସରେ ଆଉ ୭୦୦ ଟଙ୍କା ମୁଁ ଅଫିସ୍‌ରୁ ଉଠାଇଥିଲି, ଯେଉଁ ଟଙ୍କାକୁ ଦଶ ମାସ ଭିତରେ ଶୁଝିବାର ସୁବିଧା ମୋତେ ଦିଆଯାଇଥିଲା। ମୋଟ ୧୪୦୦ ଟଙ୍କାରୁ ୪୦୦ ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ହଜାରେ ଟଙ୍କା ନେଇ ବୋଉ ଓ ମୋ ବଡ଼ ନାନୀ ହାତରେ ଦେଇଥିଲି। କାରଣ ମୁଁ ମାଟ୍ରିକ୍‌ ପଢ଼ିଲାବେଳେ ବାପାଙ୍କର ଅକାଳ ବିୟୋଗ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ବୋଉ ସହିତ ମୋଠାରୁ ଦଶ ବର୍ଷ ବଡ଼ ମୋ ନାନୀ ମୋତେ ଆଉ ମୋ ସାନ ଭାଇକୁ ମା’ ପରି ସ୍ନେହମମତା ଦେଇ ବଢ଼ାଇଥିଲେ। ତେଣୁ ଚାକିରିର ପ୍ରଥମ ଦରମା ପାଇବା ପରେ ଟଙ୍କାଟିକୁ ନେଇ ସେମାନଙ୍କ ହାତରେ ଦେବାରେ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳିଥିଲା। ବୋଉ ଓ ନାନୀ ସେଦିନ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ ବି କରିଥିଲେ। ସେମାନଙ୍କ ଆଶୀର୍ବାଦରୁ ଚାକିରି କ୍ଷେତ୍ରରେ କ୍ରମେ ପ୍ରମୋଶନ ପାଇ ଏବେ ମୁଁ ହାୟର୍‌ ଗ୍ରେଡ୍‌ ଆସିଷ୍ଟାଣ୍ଟ ଭାବେ ରାୟଗଡ଼ା ଏଲ୍‌ଆଇସି କାର୍ଯ୍ୟାଳୟରେ କାର୍ଯ୍ୟରତ। ଆଉ ମାତ୍ର ଅଢ଼େଇ ବର୍ଷ ବାକି ଅଛି ଚାକିରିରୁ ଅବସର ନେବାକୁ। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଦୁର୍ଭାଗ୍ୟବଶତଃ ଆମେ ତିନି ଭାଇ ଭଉଣୀ ଥିଲୁ ବର୍ଦ୍ଧିଷ୍ଣୁ ଚଳତ୍‌ଶକ୍ତିହୀନତାର ଶିକାର। ହେଲେ ଏହି ଶାରୀରିକ ଅକ୍ଷମତା କେବେ ବି ଆମର ପଥ ଅବରୋଧ କରିପାରିନି। ନିଜ ଚେଷ୍ଟiରେ ଆମେ ତିନି ଜଣଯାକ ପାଠରେ ଯେମିତି ଭଲ ଥିଲୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେମିତି ପାରଦର୍ଶିତା ଦେଖାଉଥିଲୁ। ମୋ ସାନଭାଇ ଶିବପ୍ରସାଦ ଗନ୍ତାୟତ ଜଣେ ଲୋକପ୍ରିୟ ବ୍ୟଙ୍ଗ ଲେଖକ। ବଡ଼ ନାନୀ ନିର୍ମଳା ଗନ୍ତାୟତ ‘ସମ୍ପାଦକ ସମୀପେଷୁ’ଓ ‘ସବୁ ରାତିର ଜହ୍ନ’ ଶୀର୍ଷକ ଦୁଇଟି ବହିର ଲେଖିକା। ହେଲେ ସେମାନେ ଏବେ କେହି ମୋ ପାଖରେ ନାହାନ୍ତି। ବୋଉ, ନାନୀ ଆଉ ସାନ ଭାଇ ସମସ୍ତେ ଆରପାରିକୁ ଚାଲିଗଲେଣି। କେବଳ ଧର୍ମପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ଏବେ ମୋ ପରିବାର। ତେବେ ଚାକିରି କରି ରୋଜଗାର କରିବାର ବହୁ ପୂର୍ବରୁ ଅର୍ଥାତ୍‌ ତୃତୀୟ ଶ୍ରେଣୀରୁ ମୁଁ ବୃତ୍ତି ଆକାରରେ ମଧ୍ୟ କେତେ ଟଙ୍କା ପାଇଛି। ତୃତୀୟରେ ୭ ଟଙ୍କା, ପଞ୍ଚମରେ ୯ ଟଙ୍କା ଆଉ ସପ୍ତମରେ ୨୦ ଟଙ୍କା ଲେଖାଏଁ ମୁଁ ବୃତ୍ତି ପାଇଥିଲି। ଆଉ ସେ ସବୁ ଟଙ୍କାକୁ ନେଇ ମୋ ଜେଜେମା’ଙ୍କ ହାତରେ ଦେଇଥିଲି। ଜେଜେମା’ ସେହି ଟଙ୍କାକୁ ଘର ଖର୍ଚ୍ଚରେ ହିଁ ଲଗାଉଥିଲେ, ଯାହା ମୋ ପାଇଁ ବି ଖୁସିର ବିଷୟ ଥିଲା। ତେବେ କେବଳ ପାଠ ନୁହେଁ, ବତ୍କୃତା ପ୍ରତିଯୋଗିତାରେ ଭାଗ ନେବା ସହ କବିତା ଲେଖିବା ମଧ୍ୟ ମୁଁ ଖୁବ୍‌ କମ୍‌ ବୟସରୁ ଆରମ୍ଭ କରି ଦେଇଥିଲି। ଏପରିକି ଆକାଶବାଣୀର ଯୁବବାଣୀ ବିଭାଗରେ କବିତା ପାଠକରି ମୁଁ ପ୍ରଥମ ଥର ପାଇଁ ୫୦ ଟଙ୍କାର ଏକ ଚେକ୍‌ ପାଇଥିଲି। ଆଉ ଯାହାକୁ ପାଇବା ପରେ ପ୍ରଥମ କରି ମୋ ନାଁରେ ଏକ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିଥିଲି, ଯାହା ଥିଲା ମୋ ପାଇଁ ଏକ ଅଭୁଲା ସ୍ମୃତି। ଏବେ ମୁଁ କବିତା ଓ ସ୍ତମ୍ଭ ରଚନା ସହିତ ନିବନ୍ଧ, ଅଣୁଗଳ୍ପ, ଅନୁବାଦ ଲେଖିବା ସଙ୍ଗେସଙ୍ଗେ ଆଲୋଚନା ତଥା କବିତା ସମୀକ୍ଷା ମଧ୍ୟ କରୁଛି। ସେହିପରି ମୋର ‘ଥୁଣ୍ଟାଗଛ’, ‘ଛବିର ମଣିଷ’ ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ ହୋଇ ବହୁ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବି ହୋଇସାରିଛି। ତା’ଛଡ଼ା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଭାବେ ଦୁଇଥର ମନୋନୀତ ହୋଇ ଏବଂ ରାୟଗଡ଼ା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଭାବେ ମୁଁ ପାଠକଙ୍କଠାରୁ ଅନେକ ପ୍ରଶଂସା ମଧ୍ୟ ପାଇଛି। ଭଗବାନଙ୍କ ଆଶୀର୍ବାଦ ଥିଲେ ଆଗକୁ ବି ଲେଖାଲେଖିର ଏହିଧାରା ଏମିତି ଜାରି ରହିବ ବୋଲି ମୋର ଆଶା ମଧ୍ୟ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri