ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବ୍ରହ୍ମପୁର ଅଫିସ,୧୩।୩: ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୩୧ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର କରାଯାଇ ବୀମା କମ୍ପାନୀଗୁଡିକୁ ୬ କୋଟି ୫୯ ଲକ୍ଷ ୫୫ ହଜାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗଞ୍ଜାମ ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଜିଲା ଆଇନସେବା ପ୍ରାଧିକରଣ ସଚିବ କୈଳାସ ସାହୁଙ୍କ ପରିଚାଳନାରେ ମୋଟ ୫ଟି ବେଞ୍ଚ ବସିଥିଲା। ପ୍ରତ୍ୟେକ ବେଞ୍ଚରେ ବିଚାର ବିଭାଗୀୟ ଅଧିକାରୀ ଓ ୨ ଜଣ ସଭ୍ୟ ଉପସ୍ଥିତ ଥିଲେ। ପରିବାର ଅଦାଲତରେ ୬୨ଟି ମାମଲାର ଶୁଣାଣି କରାଯାଇଥିବା ବେଳେ ସେମାନଙ୍କର ବୈବାହିକ କଳହର ଅନ୍ତଃ ଘଟାଇ ପୁଣି ଖୁସିରେ ଜୀବନଯାପନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ୫୦ ଚେକ୍‌ ବାଉନ୍ସ ମାମଲାର ବିଚାର କରାଯାଇ ୧ କୋଟି ୭ ଲକ୍ଷ ୪୪ ହଜାର ୩୬୭ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୮୪ ଫୌଜଦାରି ମକଦ୍ଦମା ସାମାଧାନ କରାଯାଇଥିଲା। ଏଥିରେ ପ୍ରଥମ ଅତିରିକ୍ତ ଜିଲା ଜଜ୍‌ ସଂଘମିତ୍ରା ଶର୍ମା, ଦ୍ୱିତୀୟ ଅତିରିକ୍ତ ଜିଲା ଜଜ୍‌ ରାଜଶ୍ରୀ ମହାପାତ୍ର, ତୃତୀୟ ଅତିରିକ୍ତ ଜିଲା ଜଜ୍‌ ଅଳ୍ପନା ସ୍ବାଇଁ ମୋଟର ଦୁର୍ଘଟଣାଜନିତ ମକଦ୍ଦମା ସମାଧାନରେ ଅଂଶଗ୍ରହଣ କରିଥିଲେ। ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମରେଶ ନାୟକ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri