Categories: ଫୁରସତ

ସିଜିନ୍‌ର ପ୍ରଥମ ଆମ୍ବ ଯାହାକୁ ମିଳିଛି ‘z+’ ସୁରକ୍ଷା

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଆଜି ବି ସେମିତି ଏକ ଫଟୋ ଭାଇରାଲ ହେଉଛି, ଯାହା ଦେଖିବା ପରେ ଖୁବ୍‌ ଜୋରରେ ହସିବେ। ସାଧାରଣତଃ ଆମେ ପିଲାଦିନେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରିଥାଉ। କିନ୍ତୁ ପାଚିଲେ ଏହା ବହୁତ ସ୍ବାଦିଷ୍ଟ। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହୁମାଛି ଫଣା ଉପରେ ଆମ୍ବ ଝୁଲୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ପଟୋ ଦେଖି ୟୁଜରମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

Ipsvijrk ନାମକ ଏକ ଟୁଇଟର ହ୍ୟାଣ୍ଡେଲଲେ ଫଟୋଟି ଶେୟାର କରାଯାଇଛି। ଫଟୋ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ଋତୁର ପ୍ରଥମ ଆମ୍ବ, ଯାହା ମଧ୍ୟ ‘Z’ ସୁରକ୍ଷା ସହିତ।

 

ମହୁମାଛି କେତେ ବିପଜ୍ଜନକ ତାହା ସମସ୍ତେ ଜାଣୁ। ମହୁମାଛିଙ୍କୁ ଅସୁବିଧାରେ ପକାଇଲେ ତାହା ବହୁତ ଯନ୍ତ୍ରଣା ଦିଏ। ଏଭଳି ପରିସ୍ଥିତିରେ ଅନେକ ମହୁମାଛି ଆମ୍ବକୁ ସୁରକ୍ଷା ଦେଉଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫଟୋକୁ ୩୦ ହଜାରରୁ ଅଧିକ ଲାଇକ ମିଳିଛି। ସେହିପରି ଅନେକ ୟୁଜର ମଜାଳିଆ କମେଣ୍ଟ ଦେଇଛନ୍ତି।

Share