Posted inଫୁରସତ

ପ୍ରଥମ ରୋଜଗାରରେ ମିଳିଥିଲା ୨୫ ଟଙ୍କାର ଚେକ୍‌: ପରେ ତାକୁ ନେଇ…

ଏକ କୁଳୀନ ବ୍ରାହ୍ମଣ ପରିବାରର ମୁଁ ଥିଲି ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଷଷ୍ଠ ସନ୍ତାନ। ମୋ ଉପରେ ଦୁଇ ଭାଇ ଓ ତିନି ଭଉଣୀ ବଡ଼ ଥିଲେ। ହାଇସ୍କୁଲ ଶିକ୍ଷା ଶେଷ ହେବାପରେ ଆନନ୍ଦପୁର କଲେଜରେ ପାଠପଢ଼ି ପରେ ରେଭେନ୍ସା କଲେଜରେ ଓଡ଼ିଆ ଭାଷା ସାହିତ୍ୟରେ ଉପାଧ୍ୟ୍ୟୁତ୍ତର ଶିକ୍ଷାଲାଭ କରୁଥାଏ। ପ୍ରତ୍ୟେକ ମାସ ଘରୁ ଅଶୀ ହେଉ କି ଶହେ ଟଙ୍କା ଭାଇ ପଠାନ୍ତି। ବେଳେବେଳେ ଟଙ୍କା ନ ଥିଲେ ନ୍ୟୁ ପିଜି ହଷ୍ଟେଲର ମ୍ୟାନେଜର ବିଶ୍ୱନାଥ କର ମତେ ବିନା ଅର୍ଥରେ ଖାଇବାକୁ ଦେଇଥାନ୍ତି। ସେ ସମୟରେ କବିତା ଲେଖିବାର ଝୁଙ୍କ ମୋ ଭିତରେ ଖୁବ୍‌ ଥିଲା। ଥରେ ଯୁବବାଣୀରେ କବିତାଟିଏ ଲେଖି ଆବୃତ୍ତି କରିଥିଲି; ଯେଉଁଥିପାଇଁ ୨୫ ଟଙ୍କାର ଏକ ଚେକ୍‌ ମିଳିଥିଲା। ଏକଥା ମୋ ସାଙ୍ଗସାଥୀ ଓ ଘରଲୋକ ଜାଣିବା ପରେ ଖୁବ୍‌ ଖୁସି ହୋଇଯାଇଥିଲେ। ପଇସା ଅଭାବ ଯୋଗୁ ବହୁତ ଦିନରୁ ବହି କିଣିପାରୁ ନ ଥିଲି। ତେଣୁ ଏହି ଟଙ୍କାରେ ପ୍ରଥମେ କଲେଜ ଛକରେ ଥିବା ହାଫ୍‌ ରେଟ୍‌ ବହି ଦୋକାନରୁ କେତୋଟି ଆବଶ୍ୟକୀୟ ବହି କିଣିଥିଲି। ତା’ପରେ କଲେଜ ଗେଟ୍‌ ପାଖରେ ଥିବା ଚାଟ୍‌ ଦୋକାନରୁ ପ୍ଲେଟ୍‌ ପିଛା ୨୫ ପଇସା ଦେଇ ଆମେ ତିନି ବନ୍ଧୁ ୭୫ ପଇସାର ଚାଟ୍‌ ଖାଇଥିଲୁ। ଏସବୁ କଥା ପୋଷ୍ଟ କାର୍ଡରେ ଲେଖି ଘରଲୋକଙ୍କୁ ଜଣାଇଥିଲି। ଘରଲୋକେ ରେଡିଓରୁ ମୋ କବିତା ଶୁଣି ଭାରି ଖୁସି ହୋଇଥିଲେ। ବାପା କାଳେ କାନ୍ଦି ପକାଇଥିଲେ। କେବଳ ସେତିକି ନୁହେଁ, ମୋ ବାପା ଓ ନନା ଆନନ୍ଦପୁର ଅଞ୍ଚଳର ସମସ୍ତ ପରିଚିତ ବ୍ୟକ୍ତିଙ୍କୁ ମୋ ରେଡିଓ ପ୍ରୋଗ୍ରାମ ସମ୍ପର୍କରେ ସୂଚନା ଦେଇ, ମୋ ପ୍ରତି ସେମାନଙ୍କ ମତ ଓ ମନ୍ତବ୍ୟ ସବୁକୁ ଚିଠି ମାଧ୍ୟମରେ ଲେଖି ମୋତେ ଜଣାଇଥିଲେ। ସେତେବେଳର ପୋଲିସ ଡିଜି ଶ୍ୟାମସୁନ୍ଦର ପାଢ଼ୀ କଟକ ଆକାଶବାଣୀରୁ ମୋ କବିତା ଶୁଣି ଖୁବ୍‌ ଖୁସି ହୋଇ ତାଙ୍କର ଏକ ଇଂଲିଶ କବିତା ସଂକଳନ ‘ରିପଲ୍ସ’ ମତେ ଉପହାର ସ୍ବରୂପ ଦେଇଥିଲେ। ତା’ସହିତ ମୋତେ ଅନେକ ଉତ୍ସାହପୂର୍ଣ୍ଣ ଚିଠି ଦେଇଥିଲେ; ଯାହା ଏବେ ମଧ୍ୟ ମୋ ପାଖରେ ଅଛି। ସେଥର ଛୁଟିରେ ଆସିବା ପରେ ବାପା ଖୁବ୍‌ ପ୍ରେରଣା ଦେଇଥିଲେ। ଏବେ ବି ସେ କଥା ମନେପଡ଼ିଲେ ସେଇ ଅତୀତ ହିଁ ମୋ ଉପରେ ସବାର ହୋଇ ମତେ ମୋ ଛାତ୍ର ଜୀବନକୁ, ସେଇ କଲେଜ ଛକକୁ ନେଇଯାଏ। ଏବେ ତ ଅଧ୍ୟାପନାରୁ ଅବସର ଗ୍ରହଣ କରିସାରିଛି ହେଲେ ଯୁବକ ବେଳର ସେହି ସ୍ମୃତି ଏବେ ବି ମତେ ବେଦମ କରିଦିଏ।
ମୋର ଲେଖକୀୟ ଜୀବନ ପିଲାଟିବେଳୁ ଥିଲେ ହେଁ ବିଧିବଦ୍ଧ ଭାବେ ମୋର ପ୍ରଥମ ପୁସ୍ତକ ”କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଲାବଣ୍ୟବତୀ“ ୧୯୯୨ ମସିହାରେ କଟକର ନାଳନ୍ଦା ପବ୍ଲିଶର୍ସ ପ୍ରକାଶ କରିଥିଲା। ମୁଁ ଲେଖିଥିବା ପୁସ୍ତକ ମଧ୍ୟରେ ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ, ସାହିତି୍ୟକ ଭିତ୍ତିଭୂମି : ଧରା ଓ ଧାରା, କବି ଦୀନକୃଷ୍ଣ ଓ ରସକଲ୍ଲୋଳ, କବି ଅଭିମନ୍ୟୁ ଓ ବିଦଗ୍ଧ ଚିନ୍ତାମଣି, କବି ଗଙ୍ଗାଧର ଓ ପ୍ରଣୟ ବଲ୍ଲରୀ ତଥା ସାହିତ୍ୟର ଗଠନ ରୀତି ସହିତ କବିବର ରାଧାନାଥଙ୍କ ଦରବାର ଓ ଉଷା ଖଣ୍ଡକାବ୍ୟକୁ ମୂଳ ଲେଖା ସହିତ ସମ୍ପାଦନା କରିଛି। ଏତଦ୍‌ବ୍ୟତୀତ ‘ଯେତେ ଦୂରେ ଥାଅ ପଛେ’ ଓ ‘ସବା ବଡ଼ଭାଇ’ ନାମରେ ଦୁଇଟି କବିତା ସଂକଳନ ପ୍ରକାଶ ପାଇଛି। ୧୯୭୫ ମସିହାରେ ସ୍ବର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜାତୀୟ ଜରୁରୀ ପରିସ୍ଥିତି ସମୟରେ ଏଗାର ମାସ ଜେଲ ଜୀବନକୁ ନେଇ ମୁଁ ମୋର ଆତ୍ମଜୀବନୀ ରଚନାରେ ଏବେ ପ୍ରବୃତ୍ତ ଅଛି l


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri