Posted inଜାତୀୟ

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇ ସୂତ୍ରରୁ ଜଣାପଡିଛି ଯେ, ଉଭୟ ଖେଳାଳିଙ୍କୁ ଖୁବ୍‌ଶୀଘ୍ର ଆଶ୍ୱସ୍ତି ମିଳିବ।

ନିକଟରେ ବଜରଙ୍ଗ ପୁନିଆ ଏବଂ ଭିନେଶ କଂଗ୍ରେସରେ ଯୋଗ ଦେଇଛନ୍ତି। ହରିୟାଣାର ଜୁଲାନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଭିନେଶ ଟିକେଟ୍‌ ପାଇଛନ୍ତି। ଏଥି ସହିତ ବଜରଙ୍ଗ ପୁନିଆଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ବି କରାଯାଇଛି।

ରେଳବାଇର ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ‘ଯଦିଓ ରେଳ କର୍ମଚାରୀ ଇସ୍ତଫା ଦେବାର ତିନିମାସ ପରେ ଏକ ବିଜ୍ଞପ୍ତି ପ୍ରଦାନ କରିବାର ବ୍ୟବସ୍ଥା ଅଛି, ଏହି ନିୟମ ଏହି ଦୁଇ ଖେଳାଳିଙ୍କୁ ମୁକ୍ତ କରିବା ଦିଗରେ ଆସିବ ନାହିଁ କାରଣ ଏହି କ୍ଷେତ୍ରରେ ଆମେ ଆଶ୍ୱସ୍ତି ଦେବାକୁ ନିଷ୍ପତ୍ତି ନେଇଛୁ। ଆଦର୍ଶ ରେଳ ସୂତ୍ରରୁ ପ୍ରକାଶ ଯେ, ଉଭୟ ଖେଳାଳି ବୋଧହୁଏ ଆଜି କିମ୍ବା ଯଥାଶୀଘ୍ର ଆଶ୍ୱସ୍ତି ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…

ଜାଲ୍‌ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍‌ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର...

କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୪ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ...

ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର

ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଡିନର୍‌ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୧୪।୧୦: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାଗ ନେବାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗତ...

ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏହି ଦିନ ଶପଥ ନେବେ ଓମାର ଅବଦୁଲ୍ଲା

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ୧୬ ଅକ୍ଟୋବରରେ ଶପଥ ଗ୍ରହଣ କରିବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଶପଥ ସମାରୋହ ପାଇଁ...

ଲୋକଙ୍କୁ ହାତ ଯୋଡି ଏମିତି ଅନୁରୋଧ କଲେ ଭାଜପା ଏମ୍‌ପି ବ୍ରିଜଭୂଷଣ

ନୂଆଦିଲ୍ଲୀ,୧୪।୧୦: ବାହରାଇଚ ଘଟଣାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ପ୍ରତିକ୍ରିୟା ରଖିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସେ ନିବେଦନ...

କାନାଡା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲା ଭାରତ: ରାଜନୈତିକ ଅଭିଳାଷ ପୂରଣ ପାଇଁ…

ନୂଆଦିଲ୍ଲୀ,୧୪।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ...

ହରିୟାଣାରେ କଂଗ୍ରେସକୁ ଝଟକା: ଦଳ ଛାଡିଲେ ଏହି ବଡ଼ ନେତା

ଚଣ୍ଡିଗଡ,୧୪।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦୀପକ ବାବରିଆ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri