Posted inଫୁରସତ

ପେଟ୍ରୋଲ ପମ୍ପରୁ ହୋଇଥିଲା ପ୍ରଥମ ରୋଜଗାର

ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ପଞ୍ଚମ ସନ୍ତାନର ଜୀବନ କେତେ ଦୁର୍ବିଷହ ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ବୁଝିପାରିବ। ସେତେବେଳେ ବାବାଙ୍କ ଅବସରକାଳୀନ ଭତ୍ତା ହିଁ ଥିଲା ଆମ ପରିବାରର ମୁଖ୍ୟ ଆୟ। ଅବଶ୍ୟ ଅନେକ ଜମିଜମା ଥିଲା, କିନ୍ତୁ ପୁରୁଣା ଚାଷରୁ ଅମଳ ହେଉଥିବା ଧାନକୁ ବିକ୍ରିକରି ପୁଣି ନୂଆ ଚାଷ କରାଯାଉଥିଲା। ମୋଟାମୋଟି କହିବାକୁ ଗଲେ, ନା ଲାଭ ନା କ୍ଷତିରେ ଚାଲୁଥିଲା ଆମର ଚାଷ ବ୍ୟବସାୟ। ଯଦି କେଉଁ ବର୍ଷ ଅଦିନିଆ ବର୍ଷା ବା ମରୁଡ଼ି ହେଲା ତ ସବୁ ଶେଷ। ଏମିତି ଏକ ଅନିଶ୍ଚିତତା ମଧ୍ୟରେ ମୋର ପିଲାଦିନ କଟିଥିଲା। କଲେଜ ମାଡୁ ମାଡୁ ଜାଣି ଯାଇଥିଲୁ କି ଜୀବନରେ ନିଜକୁ ନିଜେ ମଣିଷ ହେବାକୁ ପଡ଼ିବ। ଚାରି ଭାଇ ମଧ୍ୟରୁ ସେତେବେଳେ କେହି ଜଣେ ବି ଚାକିରି କରି ନ ଥାନ୍ତି। ମଝିଆଁ ଭାଇ ପ୍ରାଇଭେଟ କଲେଜରେ ଅଧ୍ୟାପକ ତାହା ପୁଣି ନାମକୁ ମାତ୍ର ଦରମାରେ। ସାନ ମଝିଆ ଭାଇ (ମୋ ଉପର ଭାଇ) ଭୁବନେଶ୍ୱରରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥାନ୍ତି। ବିନା କିଛି ଆର୍ଥିକ ସାହାଯ୍ୟରେ ଭାଇ ପରୀକ୍ଷା ପାଇଁ ଚେଷ୍ଟା କରୁଥାନ୍ତି। ଏସବୁ ଦେଖି ମୋର କିଛି ମାତ୍ରାରେ ହୃଦୟଙ୍ଗମ ହୋଇଯାଇଥିଲା ଯେ ପାଠପଢ଼ା ସରିଲେ ମୋତେ ମଧ୍ୟ ଚାକିରି ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ପୋଷ୍ଟ ଗ୍ରାଜୁଏଶନ ପରୀକ୍ଷା ସରିଯାଇଥାଏ। କିଛିଦିନ ପାଠପଢ଼ାରେ ଶିଥିଳ ହୋଇଯାଇଥିଲି। ପ୍ରାୟ ସମୟ କ୍ରିକେଟ ଖେଳରେ ଆଉ ବଜାରରେ ଖଟି କରୁ କରୁ ବିତୁଥିଲା। ହଠାତ ଦିନେ ସାନ ମଝିଆ ଭାଇ କହିଲେ, କେତେଦିନ ଏମିତି ବାଳୁଙ୍ଗା ହୋଇ ବୁଲୁଥିବୁ। ଏଇ ଖେଳ ଆଉ ସାଙ୍ଗ ସହ ଖଟିରେ ପେଟ ପୂରେନି। ସରକାରୀ ଚାକିରିଟିଏ କଲେ ନିଜେ ଭଲରେ ରହିବା ସହ ଘରର ସମସ୍ତେ ଖୁସିରେ ରହିବେ। ଆଉ ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ ଓ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିବ। ପାରିବୁ ତ? ଜୀବନରେ ଯଦି କିଛି ଗୋଟେ ବଡ଼ କରି ଦେଖେଇବାର ଅଛି, ମଣିଷ ହେବାର ଇଚ୍ଛା ଅଛି, ତେବେ ମୋ ସହ ଭୁବନେଶ୍ୱର ଚାଲ। ଭାଇଙ୍କର ସେଇ ପଦୁଟିଏ କଥା ମୋ ମନରେ ସରକାରୀ ଚାକିରି କରିବା ପାଇଁ ଜୋସ୍‌ ଭରିଦେଲା। ତାଙ୍କ କଥା ମାନି ଭୁବନେଶ୍ୱରରେ ପାଦଦେବା ପରେ ତାଙ୍କର ଦୟନୀୟ ଆର୍ଥିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଭାଇ ସେତେବେଳେ ଟ୍ୟୁଶନ କରି ଘରଭଡା ଦେବା ସହ ନିଜର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ। ମୁଁ ଆସି ତାଙ୍କ ଉପରେ ଆଉ ଗୋଟେ ବୋଝ ହୋଇଗଲି। ସେତେବେଳେ ସଙ୍ଗେସଙ୍ଗେ ଟ୍ୟୁଶନ ମିଳିବା ସହଜ ନ ଥିଲା। ତେଣୁ କିଛି ନା କିଛି କାମ କରିବା ନିହାତି ଜରୁରୀ ହୋଇପଡିଲା। ଦିନେ ଭାଇଙ୍କର ଜଣେ ସାଙ୍ଗ ଭାଇଙ୍କୁ ପଚାରିଲେ, ରାଜୁ ତୋ ସାନଭାଇ ତ କମର୍ସରେ ପୋଷ୍ଟ ଗ୍ରାଜୁଏଟ, ତୃପ୍ତି ପେଟ୍ରୋଲ ପମ୍ପରେ ମ୍ୟାନେଜର ଦରକାର ଅଛି କହିଲେ ତାକୁ ରଖିଦେବି। ମ୍ୟାନେଜର ପୋଷ୍ଟ କଥା ଶୁଣି ଭାଇ ରାଜି ହୋଇଗଲେ। ତହିଁ ପରଦିନ ମୁଁ ତୃପ୍ତି ପେଟ୍ରୋଲ ପମ୍ପରେ ପହଞ୍ଚତ୍ଗଲି। କିନ୍ତୁ ତୃପ୍ତି ପେଟ୍ରୋଲ ପମ୍ପରେ ମ୍ୟାନେଜର ପୋଷ୍ଟ ନୁହେଁ; ବରଂ ଚାରି ଚକିଆ ଗାଡ଼ିରେ ପେଟ୍ରୋଲ ଭରିବା ପାଇଁ ଲୋକର ଦରକାର ଥିଲା। ତାହା ବି ପୁଣି ଦୈନିକ ଚୁକ୍ତି ଭିତ୍ତିରେ। ବିରସ ମନରେ ଫେରିଆସିବା ପାଇଁ ଚିନ୍ତା କରୁଥିଲି। କିନ୍ତୁ ଭାଇଙ୍କର ସେତେବେଳର ଆର୍ଥିକ ପରିସ୍ଥିତିର ଚିତ୍ର ମୋ ଆଖି ଆଗରେ ନାଚି ଉଠିଲା। ଜୀବନରେ ଅନେକ ନିଷ୍ପତ୍ତି ଅଚାନକ ନେବାକୁ ପଡ଼େ। ଭୁଲ୍‌ ଠିକ୍‌ କିଛି ଆଗପଛ ନ ଭାବି ହାତ ପାଆନ୍ତାରେ ମିଳୁଥିବା କାମଟି କରିବା ପାଇଁ ରାଜି ହୋଇଗଲି। ସେଦିନ ପେଟ୍ରୋଲ ପମ୍ପରେ ଦିନସାରା ଛିଡା ହୋଇ ପେଟ୍ରୋଲ ଭରିବା ପରେ ରାତି ଦଶଟାରେ ମୋତେ ମିଳିଥିଲା କୋଡ଼ିଏ ଟଙ୍କା; ମୋ ଜୀବନର ପ୍ରଥମ ରୋଜଗାର। ଦୁଇଟି ଦଶ ଟଙ୍କିଆ ନୋଟ୍‌କୁ ହାତରେ ଧରୁଧରୁ ଆଖିରେ ଆଖିଏ ଲୁହ ଜମାଟ ବାନ୍ଧି ସାରିଥାଏ। ସେହି ମୁହୂର୍ତ୍ତରେ ମନ ଭିତରେ ଯେଉଁ ଅନନ୍ୟ ସୁଖାନୁଭୂତି ଅନୁଭବ କରିଥିଲି ତାହା କେବେ ଏ ଜୀବନରେ ଭୁଲି ପାରିବି ନାହିଁ। ରାତିରେ ଘରେ ପହଞ୍ଚତ୍ ଭାଇଙ୍କ ହାତରେ ଦଶଟଙ୍କିଆ ନୋଟ୍‌ ଦୁଇଟି ଧରାଇ ଦେଇ ପେଟ୍ରୋଲ ପମ୍ପର ଚାକିରି ବିଷୟରେ ସବୁ ସତସତ କହିଦେଲି। ନୋଟ୍‌ ଦୁଇଟି ଧରି ଭାଇ ମୋ ମୁହଁକୁ ସ୍ତବ୍ଧ ହୋଇ ଅନେଇଥାନ୍ତି। ଛାତି ଭିତରେ କୁହୁଳି ଉଠୁଥିବା କୋହ ସବୁ ଆଖିରେ ତାଙ୍କର ଲୁହ ରୂପେ ଜମାଟ ବାନ୍ଧିସାରିଥାଏ। କିଛି ସମୟର ନୀରବତା ପରେ ମୋ ମୁଣ୍ଡରେ ହାତ ରଖି କହିଲେ ଜୀବନର ପ୍ରଥମ ପରୀକ୍ଷାରେ ତୁ ପାସ୍‌ ହୋଇଗଲୁ। ତୋର ବି ସମୟ ଆସିବ, ଦେଖିବୁ ତୁ ଦିନେ ଏଇ ରାଜଧାନୀର ରାଜରାସ୍ତାରେ ଚାରି ଚକିଆ ଧରି ବୁଲିବୁ। ଭାଇଙ୍କର ଆଶୀର୍ବାଦରୁ ସେଦିନର ଭବିଷ୍ୟତବାଣୀ ଆଜି ସତ ହୋଇଛି। ପେଟ୍ରୋଲ ପମ୍ପରୁ ଆରମ୍ଭ ହୋଇଥିବା ସେଇ ଚାକିରି ଆଜି ଓଡ଼ିଶା ରାଜ୍ୟ ମୁଖ୍ୟ ବିଭାଗୀୟ ଦପ୍ତର ଉପବିଭାଗ ଅଧିକାରୀ ପଦବୀରେ ପହଞ୍ଚତ୍ ପାରିଛି। ଆଜି ବି ଏକା ସଙ୍ଗେ ଦୁଇଟି ଦଶ ଟଙ୍କିଆ ନୋଟ୍‌ ଦେଖିଲେ ପ୍ରଥମ ରୋଜଗାରର ଶିହରଣ ମୋ ତାଳରୁ ତଳିପା ଯାଏ ଖେଳିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri