Categories: ଫୁରସତ

୩ ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ତିନୋଟି ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ ନେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି। ଇରାକର ମୋସୁଲ ସହରରେ ଏମିତି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଯାହାର ୩ ଟି ପ୍ରାଇଭେଟ ଅଙ୍ଗ ରହିଛି। ଏହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମେଡିକାଲ ଭାଷାରେ ଏହାକୁ ଟ୍ରିପହେଲିଆ କୁହାଯାଏ।

ରିପୋର୍ଟ ଅନୁଯାୟୀ, ଇରାକର ମୋସୁଲ ସହରରେ ଜନ୍ମ ହୋଇଥିବା ଏହି ୩ ମାସର ଶିଶୁର ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ଡାକ୍ତରଙ୍କ ନିକଟକୁ ନେଇଥିଲେ। ଡାକ୍ତର ଦେଖିବା ପରେ ଏହା ଡାକ୍ତରୀ ବିଦ୍ୟାରେ ପ୍ରଥମ ଘଟଣା ବୋଲି କହିଥିଲେ। ଯେତେବେଳେ ଡାକ୍ତରମାନେ ଶିଶୁର ପରୀକ୍ଷା କଲେ ସେତେବେଳେ ଜଣାପଡ଼ିଥିଲା ଲିଙ୍ଗର ମୂଳରେ ଆଉ ଦୁଇଟି ଲିଙ୍ଗ ବାହାରିଛି। ଦ୍ୱିତୀୟଟି ଅଣ୍ଡକୋଷ ତଳେ ରହିଛି। ଡାକ୍ତରମାନେ ଏହାକୁ ବିରଳ ଘଟଣା ବୋଲି କହିଥିଲେ।

ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ସର୍ଜରୀରେ ଡକ୍ଟର ଶାକିର ସଲିମ ଜବାଲି ଏବଂ ଆୟାଦ ଅହମ୍ମଦ ଏହି ସୂଚନା ଦେଇଛନ୍ତି। ଏହା ଉପରେ ଅନୁସନ୍ଧାନ ଚାଲୁରହିଛି। ଏକ ଅଧ୍ୟୟନରେ କୁହାଯାଇଛି, ଏହି ସମସ୍ୟା ୫୦-୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖିବାକୁ ମିଳିଥାଏ।

ଡାକ୍ତରମାନେ ଜାଣିବାକୁ ପାଇଛନ୍ତି, ଅତିରିକ୍ତ ଲିଙ୍ଗରେ ମୂତ୍ରାଶୟ ନାହିଁ। ତେଣୁ ଏହାକୁ ଅପରେଶନ ଦ୍ୱାରା ବାହାର କରାଯାଇପାରିବ। ଡାକ୍ତରମାନେ କହିଛନ୍ତି, ୨୦୧୫ରେ ଭାରତରେ ଜଣେ ବାଳକଠାରେ ୩ଟି ଲିଙ୍ଗ ଥିବା ଜଣାପଡ଼ିଥିଲା। ଯାହାକି ମେଡିକାଲ ଜର୍ନାଲ ରେକର୍ଡରେ ସ୍ଥାନ ପାଇ ନାହିଁ।

Share