Posted inଜାତୀୟ

ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ

ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍‌ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ଗୋଟିଏ ପରିବାରର ଭଉଣୀ ଭାଇ, ଯାହାକି ବିଶ୍ୱରେ ପ୍ରଥମ। ପୂର୍ବରୁ ଆର୍‌. ପ୍ରଜ୍ଞାନନ୍ଦ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିସାରିଥିଲେ। ଏବେ ତାଙ୍କ ବଡ଼ ଭଉଣୀ ଆର୍‌. ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ପରିବାରର ଭଉଣୀ ଭାଇ ଗ୍ରାଣ୍ଡମାଷ୍ଟର ଜିତିବା ଏହା ବିଶ୍ୱରେ ପ୍ରଥମ ଦୃଷ୍ଟାନ୍ତ। ସ୍ପେନ୍‌ରେ ଅନୁଷ୍ଠିତ ଆଇଭିଇଏଲ୍‌ ଲୋବ୍ରେଗାଟ ଓପନ ଚେସ୍‌ରେ ଚମତ୍କାର ଆରମ୍ଭ କରି ବୈଶାଳୀ ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାର ସମସ୍ତ ଔପଚାରିକତା ପୂରଣ କରିଛନ୍ତି। ଶୁକ୍ରବାର ସେ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ମ୍ୟାଜିକ୍‌ ୨୫୦୦ ରେଟିଂ ପଏଣ୍ଟ ପୂରଣ କରିବା ସହ ଏହି ସଫଳତା ପାଇଛନ୍ତି। ଚେନ୍ନାଇଭିତ୍ତିକ ୨୨ ବର୍ଷୀୟା ବୈଶାଳୀ ସ୍ପେନ୍‌ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ତୁର୍କୀ ଫିଡେମାଷ୍ଟର ତାମେର ତାରିକ ସେଲବେସଙ୍କୁ ହରାଇବା ସହ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ପଥ ପରିଷ୍କାର କରିଥିଲେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ ପାଇଁ ଖେଳାଳିଙ୍କୁ ୩ଟି ଗ୍ରାଣ୍ଡମାଷ୍ଟର ନର୍ମ ସହ ୨୫୦୦ ଇଲୋ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହୋଇଥାଏ। ବୈଶାଳୀ ଗତ ଅକ୍ଟୋବରରେ ଅନୁଷ୍ଠିତ କାତାର ମାଷ୍ଟର୍ସ ଟୁର୍ନାମେଣ୍ଟରେ ତୃତୀୟ ଜିଏମ୍‌ ନର୍ମ ପୂରଣ କରିଥିଲେ। ଟାଇଟଲ ପାଇଁ ତାଙ୍କୁ କେବଳ ୨୫୦୦ ରେଟିଂ ସ୍ପର୍ଶ କରିବା ଆବଶ୍ୟକ ହେଉଥିଲା, ଯାହାକି ସେ ସ୍ପେନ୍‌ ଟୁର୍ନାମେଣ୍ଟରେ ହାସଲ କରିଛନ୍ତି।
ଭାରତର ତୃତୀୟ ମହିଳା ଖେଳାଳିଭାବେ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ପାଇଛନ୍ତି ବୈଶାଳୀ। ତାଙ୍କ ପୂର୍ବରୁ କୋନେରୁ ହମ୍ପି ଓ ଡି. ହାରିକା ଏହି ଟାଇଟଲ ହାସଲର କୃତିତ୍ୱ ଅର୍ଜନ କରିଛନ୍ତି। ବୈଶାଳୀ ଭାରତର ୮୪ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। କେବଳ ଗ୍ରାଣ୍ଡମାଷ୍ଟର ଟାଇଟଲ ନୁହେଁ, ବିଶ୍ୱର ପ୍ରଥମ ଭଉଣୀ ଭାଇ ଭାବେ ସମ୍ମାନଜନକ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାଲିଫାଇଂ ଇଭେଣ୍ଟରୂପେ ପରିଚିତ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ୨୦୨୪ ଏପ୍ରିଲରେ ଟରଣ୍ଟୋରେ ଅନୁଷ୍ଠିତ ହେବ। ବୈଶାଳୀଙ୍କ ସାନଭାଇ ପ୍ରଜ୍ଞାନନ୍ଦ ୨୦୧୮ରେ ମାତ୍ର ୧୨ ବର୍ଷ ବୟସରରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ। ଚେସ୍‌ ଲିଜେଣ୍ଡ ବିଶ୍ୱନାଥନ ଆନନ୍ଦ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ପ୍ଲାଟ୍‌ଫର୍ମ ‘ଏକ୍ସ’ ମାଧ୍ୟମରେ ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୈଶାଳୀ ତାଙ୍କ ବାପା ରମେଶବାବୁଙ୍କଠାରୁ ଚେସ୍‌ ଶିଖିବା ଆରମ୍ଭ କରିଥିଲେ। ରମେଶବାବୁ ନିଜେ ମଧ୍ୟ ଜଣେ ଚେସ୍‌ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri