Posted inଖେଳ

କରୋନା ପାଇଁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନ ପ୍ରଥମ ଗେମ୍‌ ସ୍ଥଗିତ

ମର୍ସିଲି, ୧୯ା୮ (ଏପି)-କରୋନା ଭାଇରସ୍‌ କାରଣରୁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନର ପ୍ରଥମ ଗେମ୍‌କୁ ମଙ୍ଗଳବାର ସ୍ଥଗିତ ରଖାଯାଇଛି। ସେଣ୍ଟ୍‌-ଏଟିନି ବିପକ୍ଷ ଘରୋଇ ଗେମ୍‌ ମର୍ସିଲି ଶୁକ୍ରବାର ଖେଳିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏହାକୁ ସେପ୍ଟେମ୍ବର ୧୬ କିମ୍ବା ୧୭ରେ ଖେଳାଯିବାକୁ ସ୍ଥିର କରାଯାଇଛି। ମର୍ସିଲି ଫୁଟ୍‌ବଲ ଦଳର ୩ଜଣ ଖେଳାଳି ଓ ଷ୍ଟାଫ୍‌ କରୋନା ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ଫ୍ରାନ୍ସର ନ୍ୟାଶନାଲ କୋଭିଡ୍‌ କମିଶନଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଫ୍ରେଞ୍ଚ୍‌ ଲିଗ୍‌ ତରଫରୁ କୁହାଯାଇଛି। ମଙ୍ଗଳବାର ଫ୍ରେଞ୍ଚ୍‌ କ୍ଲବ ନାଇମ୍ସର ଦୁଇ ଜଣ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ସାନି ଟେଷ୍ଟିଂ ପୂର୍ବରୁ ଏହାର ଷ୍ଟାଫ୍‌ଙ୍କୁ ଆଇସୋଲେଶନରେ ରଖାଯାଇଛି। ନାଇମ୍ସ ନିଜ ଗ୍ରାଉଣ୍ଡରେ ରବିବାର ବ୍ରେଷ୍ଟ ବିପକ୍ଷ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଲିସ୍‌ବନ୍‌ରେ ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପାଇଁ ପ୍ୟାରିସ ସେଣ୍ଟ୍‌ ଜର୍ମେନ ଓ ଲିଅନ ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ଥର ଫ୍ରାନ୍ସର ଦୁଇଟି ଦଳ ଏହି ପର୍ଯ୍ୟାୟରେ ଖେଳିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

ପିତାଙ୍କ ଅସମୟରେ ଦେହାନ୍ତ, ଘୁଞ୍ଚିଯିବକି ରିଙ୍କୁ-ପ୍ରିୟାଙ୍କ ବିବାହ? ଜାଣନ୍ତୁ କେବେ ହାତକୁ ଦି ହାତ ହୋଇଥାଆନ୍ତେ କ୍ରିକେଟର

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ତାଙ୍କ ଭାବି ପତ୍ନୀ ପ୍ରିୟା ସରୋଜଙ୍କ ପରିବାର ବର୍ତ୍ତମାନ ଏକ ଦୁଃଖଦ ଘଟଣା ପାଇଁ ଦୁଃଖରେ ଅଛନ୍ତି। ୨୭…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri