ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨ଟି ଗେଟ୍‌ ଦେଇ ଏହି ବନ୍ୟାଜଳ ନିଷ୍କାସନ ହେଉଛି। ହୀରାକୁଦ ତଳମୁଣ୍ଡ ମହାନଦୀ ଅବବାହିକାରେ ଥିବା ସମ୍ବଲପୁର ସହିତ ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ଫୁଲବାଣୀ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର  ଆଦି ୧୨ଟି ଜିଲାର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଧୀକ୍ଷଣ ଯନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଛି।

ସେହିପରି ଏହି ସମୟରେ ନଦୀ ଗର୍ଭକୁ ମତ୍ସଜୀବୀଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି। ସୂଚନାନୁଯାୟୀ, ଶନିବାର ଅପରାହ୍ନ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୮.୫୪ ଫୁଟରେ ପହଞ୍ଚିଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୫,୦୦୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ଓ ଚାଷ ପାଇଁ ବିଭିନ୍ନ କେନାଲ ଆଦି ଦେଇ ୨୦,୭୭୨ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେହିପରି ଗତ ୨୪ ଘଣ୍ଟାରେ ଉପମୁଣ୍ଡରେ ୩.୪୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳମୁଣ୍ଡରେ ୦୦.୬୮ ମିମି ବର୍ଷା ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?