ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି ଅନୁଗୋଳରେ ମହିଳା ପ୍ରାର୍ଥୀ ଦେଇ ନ ଥିଲା। ହେଲେ ଚଳିତ ନିର୍ବାଚନରେ ଦଳ ଏକ ଭିନ୍ନ ରଣନୀତି ଆପଣାଇବା ସହ ଅନୁଗୋଳରେ ଗୋଳିଆ ଧରିଥିବା ରାଜନୀତିକୁ ସଫା କରିବାର ପ୍ରୟାସ କରିଛି। ଦଳ ଏଠାରେ ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ରଜନୀକାନ୍ତଙ୍କୁ ବଦଳାଇବା ପାଇଁ ନିର୍ବାଚନମଣ୍ଡଳୀରେ ଉଠୁଥିବା ସ୍ବରକୁ ସମ୍ମାନ ଦେବା ସହ ରଜନୀକାନ୍ତ ଓ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ନିରାଶ କରି ନ ଥିବା ଆଲୋଚନା ହେଉଛି।

ଅନୁଗୋଳ ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରେ ବିଜେଡିର ପ୍ରଥମ ପ୍ରାର୍ଥୀ ଥିଲେ ଅଦ୍ୱୈତ ପ୍ରସାଦ ସିଂହ। ତାଙ୍କ ପରେ ପୁଅ ରଜନୀକାନ୍ତ ୨୦୦୪ରୁ ଲଗାତର ୪ଥର ବିଧାୟକ ନିର୍ବାଚିତ ହୋଇଆସିଛନ୍ତି। ହେଲେ ୨୦୨୪ ନିର୍ବାଚନ ପାଇଁ ଏଠାରେ ପ୍ରାର୍ଥୀ ଘୋଷଣାକୁ ଦଳ ଦୀର୍ଘଦିନ ଧରି ଝୁଲାଇ ରଖିଥିଲା। ଏଥିରୁ ଦଳ କିଛି ଭିନ୍ନ ପନ୍ଥା ଆପଣାଇବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା। ତେବେ ୫ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ବୁଧବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳରୁ ସଂଯୁକ୍ତା ସିଂହଙ୍କ ନାମ ଘୋଷଣା କରିବା ଉକ୍ତ ଚର୍ଚ୍ଚାକୁ ସତ୍ୟ ସାବ୍ୟସ୍ତ କରିଛି। ମୁଖ୍ୟମନ୍ତ୍ରୀ ଅନୁଗୋଳରୁ ସଂଯୁକ୍ତାଙ୍କ ନାମ ଘୋଷଣା କରିବା ପରେ ରଜନୀକାନ୍ତଙ୍କ ସମର୍ଥକମାନେ ସହରରେ ଆତଶବାଜୀ ଫୁଟାଇ ଏହାକୁ ସ୍ବାଗତ କରିଛନ୍ତି। ସଂଯୁକ୍ତାଙ୍କ ନିକଟକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଥିପାଇଁ ସଂଯୁକ୍ତା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଅନୁଗୋଳ ପର୍ଯ୍ୟବେକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ସଂଯୁକ୍ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରଜନୀକାନ୍ତଙ୍କ ବିପକ୍ଷଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ପରିବାରବାଦ୍‌ ରାଜନୀତିକୁ ପୁନଃ ଆପଣାଇଥିବା ସେମାନେ କହିଛନ୍ତି। ତେବେ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦଳ କିପରି ବୁଝାଇ ନିର୍ବାଚନକୁ ସମ୍ମୁଖୀନ ହେବ ତାହାକୁ ନେଇ ଅନୁଗୋଳରେ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri