ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି ଅନୁଗୋଳରେ ମହିଳା ପ୍ରାର୍ଥୀ ଦେଇ ନ ଥିଲା। ହେଲେ ଚଳିତ ନିର୍ବାଚନରେ ଦଳ ଏକ ଭିନ୍ନ ରଣନୀତି ଆପଣାଇବା ସହ ଅନୁଗୋଳରେ ଗୋଳିଆ ଧରିଥିବା ରାଜନୀତିକୁ ସଫା କରିବାର ପ୍ରୟାସ କରିଛି। ଦଳ ଏଠାରେ ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ରଜନୀକାନ୍ତଙ୍କୁ ବଦଳାଇବା ପାଇଁ ନିର୍ବାଚନମଣ୍ଡଳୀରେ ଉଠୁଥିବା ସ୍ବରକୁ ସମ୍ମାନ ଦେବା ସହ ରଜନୀକାନ୍ତ ଓ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ନିରାଶ କରି ନ ଥିବା ଆଲୋଚନା ହେଉଛି।

ଅନୁଗୋଳ ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରେ ବିଜେଡିର ପ୍ରଥମ ପ୍ରାର୍ଥୀ ଥିଲେ ଅଦ୍ୱୈତ ପ୍ରସାଦ ସିଂହ। ତାଙ୍କ ପରେ ପୁଅ ରଜନୀକାନ୍ତ ୨୦୦୪ରୁ ଲଗାତର ୪ଥର ବିଧାୟକ ନିର୍ବାଚିତ ହୋଇଆସିଛନ୍ତି। ହେଲେ ୨୦୨୪ ନିର୍ବାଚନ ପାଇଁ ଏଠାରେ ପ୍ରାର୍ଥୀ ଘୋଷଣାକୁ ଦଳ ଦୀର୍ଘଦିନ ଧରି ଝୁଲାଇ ରଖିଥିଲା। ଏଥିରୁ ଦଳ କିଛି ଭିନ୍ନ ପନ୍ଥା ଆପଣାଇବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା। ତେବେ ୫ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ବୁଧବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳରୁ ସଂଯୁକ୍ତା ସିଂହଙ୍କ ନାମ ଘୋଷଣା କରିବା ଉକ୍ତ ଚର୍ଚ୍ଚାକୁ ସତ୍ୟ ସାବ୍ୟସ୍ତ କରିଛି। ମୁଖ୍ୟମନ୍ତ୍ରୀ ଅନୁଗୋଳରୁ ସଂଯୁକ୍ତାଙ୍କ ନାମ ଘୋଷଣା କରିବା ପରେ ରଜନୀକାନ୍ତଙ୍କ ସମର୍ଥକମାନେ ସହରରେ ଆତଶବାଜୀ ଫୁଟାଇ ଏହାକୁ ସ୍ବାଗତ କରିଛନ୍ତି। ସଂଯୁକ୍ତାଙ୍କ ନିକଟକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଥିପାଇଁ ସଂଯୁକ୍ତା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଅନୁଗୋଳ ପର୍ଯ୍ୟବେକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ସଂଯୁକ୍ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରଜନୀକାନ୍ତଙ୍କ ବିପକ୍ଷଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ପରିବାରବାଦ୍‌ ରାଜନୀତିକୁ ପୁନଃ ଆପଣାଇଥିବା ସେମାନେ କହିଛନ୍ତି। ତେବେ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦଳ କିପରି ବୁଝାଇ ନିର୍ବାଚନକୁ ସମ୍ମୁଖୀନ ହେବ ତାହାକୁ ନେଇ ଅନୁଗୋଳରେ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri