ପ୍ରଥମ ଡୋଜ୍‌ ଟିକାକରଣ ୨କୋଟି ଟପିଲା

ଭୁବନେଶ୍ୱର୧୮।୯,(ବ୍ୟୁରୋ): ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦିନକୁ ୩ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଦିଆଯାଉଛି। ଫଳରେ ଶୁକ୍ରବାର ଟିକାକରଣରେ ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ୨କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍‌ ନେଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି। ସ୍ବାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ଓ ଲୋକଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି ବୋଲି ବିଭାଗ କହିଛି। କୋଓ୍ବିନ ପୋର୍ଟାଲ ତଥ୍ୟାନୁସାରେ, ଓଡ଼ିଶାରେ ଏଯାଏ ୨,୭୦,୨୨,୫୦୪ ଡୋଜ୍‌ ଟିକାକରଣ ହୋଇଛି। ୨,୦୦,୮୬,୯୨୮ଜଣ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ପାଖାପାଖି ୭୦ଲକ୍ଷ ହିତାଧିକାରୀ ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ କରିଛନ୍ତି। ବର୍ତ୍ତମାନ ରାଜ୍ୟର ୧,୬୧୪ କେନ୍ଦ୍ରରେ ଟିକା ଦିଆଯାଉଛି। ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ୧,୫୭୬ ଟିକା କେନ୍ଦ୍ର ରହିଥିବାବେଳେ ୩୮ ଘରୋଇ ଟିକାକରଣ କେନ୍ଦ୍ର ଚାଲୁଛି।
ତେବେ ଦ୍ୱିତୀୟ ଡୋଜ୍‌ ଟିକାକରଣ କମ୍‌ ହୋଇଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ଟିକାର ଅଭାବ ନାହିଁ। ହେଲେ ପ୍ରଥମ ଡୋଜ୍‌ ନେବା ପରେ ଆଉ ଦ୍ୱିତୀୟ ଡୋଜ୍‌ ନେବାକୁ ଲୋକେ ଭୁଲିଯାଉଛନ୍ତି। ରାଜ୍ୟରେ ୬୪% ଲୋକ ପ୍ରଥମ ଡୋଜ୍‌ ନେଇ ସାରିଥିବାବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ତେଣୁ ୨ୟ ଡୋଜ୍‌ ନେଇ ନ ଥିବା ଲୋକଙ୍କ ତାଲିକା ଜିଲା ସ୍ତରରେ ପ୍ରକାଶ କରାଯିବ। ଭୁବନେଶ୍ୱର ଓ ଗଞ୍ଜାମରେ କେବଳ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ରାଜ୍ୟର ଅନ୍ୟସବୁ ଜିଲାରେ କୋଭିଶିଲ୍ଡ ଦିଆଯାଉଛି। କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ୧ ମାସ ଅନ୍ତର ରହୁଥିବାବେଳେ କୋଭିଶିଲ୍ଡରେ ୧୨ରୁ ୧୬ ସପ୍ତାହ ରହୁଛି। ଫଳରେ କୋଭାକ୍ସିନଠାରୁ ଅଧିକ ସଂଖ୍ୟକ କୋଭିଶିଲ୍ଡ ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ନେବାକୁ ଭୁଲିଯାଉଛନ୍ତି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ସେମାନଙ୍କୁ କେନ୍ଦ୍ରକୁ ଆଣି ଟିକା ଦେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ସେ କହିଛନ୍ତି, ଦ୍ୱିତୀୟ ଡୋଜ୍‌ ନେବାର ୩ଦିନ ପୂର୍ବରୁ ସେମାନଙ୍କୁ ମେସେଜ ଯାଉଛି। ଏଥିସହ ଟିକା ପାଇଁ ନିର୍ଦ୍ଧାରିତ ଦିନ ବି ମେସେଜ ଯାଉଛି। ଏହାପରେ ବି ନ ଆସିଲେ ସେମାନଙ୍କ ନିକଟକୁ ବାରମ୍ବାର ମେସେଜ ଯାଉଛି। ଏହାସତ୍ତ୍ୱେ ଯେଉଁ ଅନୁପାତରେ ଲୋକେ ପ୍ରଥମ ଡୋଜ୍‌ ନେବାକୁ ଆସୁଛନ୍ତି, ସେହି ଅନୁସାରେ ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁନାହାନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ବ୍ୟାପକ ସଚେତନ କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri