ପ୍ରଥମ ଡୋଜ୍‌ ଟିକାକରଣ ୨କୋଟି ଟପିଲା

ଭୁବନେଶ୍ୱର୧୮।୯,(ବ୍ୟୁରୋ): ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦିନକୁ ୩ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଦିଆଯାଉଛି। ଫଳରେ ଶୁକ୍ରବାର ଟିକାକରଣରେ ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ୨କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍‌ ନେଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି। ସ୍ବାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ଓ ଲୋକଙ୍କ ସହଯୋଗ ଯୋଗୁ ଏହି ସଫଳତା ମିଳିଛି ବୋଲି ବିଭାଗ କହିଛି। କୋଓ୍ବିନ ପୋର୍ଟାଲ ତଥ୍ୟାନୁସାରେ, ଓଡ଼ିଶାରେ ଏଯାଏ ୨,୭୦,୨୨,୫୦୪ ଡୋଜ୍‌ ଟିକାକରଣ ହୋଇଛି। ୨,୦୦,୮୬,୯୨୮ଜଣ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ପାଖାପାଖି ୭୦ଲକ୍ଷ ହିତାଧିକାରୀ ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ କରିଛନ୍ତି। ବର୍ତ୍ତମାନ ରାଜ୍ୟର ୧,୬୧୪ କେନ୍ଦ୍ରରେ ଟିକା ଦିଆଯାଉଛି। ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ୧,୫୭୬ ଟିକା କେନ୍ଦ୍ର ରହିଥିବାବେଳେ ୩୮ ଘରୋଇ ଟିକାକରଣ କେନ୍ଦ୍ର ଚାଲୁଛି।
ତେବେ ଦ୍ୱିତୀୟ ଡୋଜ୍‌ ଟିକାକରଣ କମ୍‌ ହୋଇଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ଟିକାର ଅଭାବ ନାହିଁ। ହେଲେ ପ୍ରଥମ ଡୋଜ୍‌ ନେବା ପରେ ଆଉ ଦ୍ୱିତୀୟ ଡୋଜ୍‌ ନେବାକୁ ଲୋକେ ଭୁଲିଯାଉଛନ୍ତି। ରାଜ୍ୟରେ ୬୪% ଲୋକ ପ୍ରଥମ ଡୋଜ୍‌ ନେଇ ସାରିଥିବାବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ତେଣୁ ୨ୟ ଡୋଜ୍‌ ନେଇ ନ ଥିବା ଲୋକଙ୍କ ତାଲିକା ଜିଲା ସ୍ତରରେ ପ୍ରକାଶ କରାଯିବ। ଭୁବନେଶ୍ୱର ଓ ଗଞ୍ଜାମରେ କେବଳ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ରାଜ୍ୟର ଅନ୍ୟସବୁ ଜିଲାରେ କୋଭିଶିଲ୍ଡ ଦିଆଯାଉଛି। କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ୧ ମାସ ଅନ୍ତର ରହୁଥିବାବେଳେ କୋଭିଶିଲ୍ଡରେ ୧୨ରୁ ୧୬ ସପ୍ତାହ ରହୁଛି। ଫଳରେ କୋଭାକ୍ସିନଠାରୁ ଅଧିକ ସଂଖ୍ୟକ କୋଭିଶିଲ୍ଡ ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ନେବାକୁ ଭୁଲିଯାଉଛନ୍ତି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ସେମାନଙ୍କୁ କେନ୍ଦ୍ରକୁ ଆଣି ଟିକା ଦେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ସେ କହିଛନ୍ତି, ଦ୍ୱିତୀୟ ଡୋଜ୍‌ ନେବାର ୩ଦିନ ପୂର୍ବରୁ ସେମାନଙ୍କୁ ମେସେଜ ଯାଉଛି। ଏଥିସହ ଟିକା ପାଇଁ ନିର୍ଦ୍ଧାରିତ ଦିନ ବି ମେସେଜ ଯାଉଛି। ଏହାପରେ ବି ନ ଆସିଲେ ସେମାନଙ୍କ ନିକଟକୁ ବାରମ୍ବାର ମେସେଜ ଯାଉଛି। ଏହାସତ୍ତ୍ୱେ ଯେଉଁ ଅନୁପାତରେ ଲୋକେ ପ୍ରଥମ ଡୋଜ୍‌ ନେବାକୁ ଆସୁଛନ୍ତି, ସେହି ଅନୁସାରେ ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁନାହାନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ବ୍ୟାପକ ସଚେତନ କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri