ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ

ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ମୃତଦେହ ପଡିରହିଛି ା ଜିଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଜିଲାସ୍ତରୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।
ପ୍ରକାଶ ଯେ, ଥଣ୍ଡା ଓ ଜ୍ୱର ଭଲ ନ ହେବାରୁ ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କୁ ଶୁକ୍ରବାର ସକାଳେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚତ୍ଲା ବେଳକୁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ସହିତ ଡାକ୍ତରଖାନା ଆସିଥିବା ପରିବାର ଲୋକଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରା ଯାଇଥିଲା । ପରୀକ୍ଷାରୁ ମହିଳାଙ୍କ ପରିବାରର ୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ପରେ ଶୁଖା ଗ୍ରାମର ଅନ୍ୟ ୨ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିବାରୁ ମୃତ ମହିଳାଙ୍କ ସ୍ବାବ୍‌ ନମୁନା ନିଆ ଯାଇଥିଲା । ରିପୋର୍ଟରୁ ମୃତ ମହିଳା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶୁଖା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ା କୋଭିଡ୍‌ ଗାଇଡ ଲାଇନ ଅନୁଯାୟୀ କରୋନାରେ କେହି ମୃତ୍ୟୁବରଣ କଲେ ପ୍ରଶାସନ ମୃତଦେହ ସତ୍କାର କରାଇବ ା କିନ୍ତୁ ଦୀର୍ଘ ୯ ଘଣ୍ଟା ଧରି ଡାକ୍ତରଖାନା ପରିସରରେ ମୃତଦେହ ପଡି ରହଥିଲେ ହେଁ ପ୍ରଶାସନର ନିଦ ଭାଙ୍ଗିନାହିଁ ା ଏହାକୁ ନେଇ ଉତ୍ତେଜନା ଲାଗି ରହିଛି ା ଖବର ଲେଖା ହେବା ପର୍ଯ୍ୟନ୍ତ ରାମପୁର ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଓ ଡୁଙ୍ଗୁରିପାଲି ଆଇଆଇସି ଭାନୁପ୍ରସାଦ ଯାଦବ ଉପସ୍ଥିତ ଥିଲେ ମଧ୍ୟ ମୃତଦେହକୁ ଉଠାଯାଇ ପାରିନାହିଁ । ଏ ସମ୍ପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପାର୍ଥ ପ୍ରତିମା ପଣ୍ଡାଙ୍କୁ ପଚାରିବାରୁ ଆମେ ପୂର୍ବାହ୍ନ ୧୦ଟାରୁ ମୃତଦେହକୁ ସିଲ୍‌ କରି ରଖିଛୁ । ଡାକ୍ତରଖାନାକୁ ସାନିଟାଇଜ୍‌ କରିଛୁ । ମୃତଦେହ ସତ୍କାର କାମ ପ୍ରଶାସନର ବୋଲି ଡାକ୍ତର ପଣ୍ଡା କହିଥିଲେ । ଅପରପକ୍ଷରେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ କି ଘରୋଇ ଭ୍ୟାନ୍‌ର ଡ୍ରାଇଭର ରାଜି ହେଉ ନ ଥିବା କୁହାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri