Categories: ଜାତୀୟ

ଦିଲ୍ଲୀ ପହଞ୍ଚିଲା କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ,୧୨ ।୧: ରାଜଧାନୀ ଦିଲ୍ଲୀରେ କରୋନା ଭ୍ୟାକ୍ସିନ ପହଞ୍ଚିଯାଇଛି । ଏହାସହ ୧୬ ଜାନୁୟାରୀରେ ଦେଶବ୍ୟାପି ଆରମ୍ଭ ହେବାକୁ ଥିବା କରୋନା ଟିକାକରଣ ପାଇଁ କାଉଣ୍ଟଡାଉନ ବି ଆରମ୍ଭ ହୋଇଗଲାଣି । ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଦେଶର ବିଭିନ୍ନ ଭାଗକୁ କରୋନା ଭ୍ୟାକ୍ସିନ ପଠାଇବା କାମ ଆରମ୍ଭ କରାଯିବ । ମଙ୍ଗଳବାର ସକାଳୁ ବିଶେଷ ବିମାନ ଯୋଗେ ପୁଣେରୁ ଭ୍ୟାକ୍ସିନ ସପ୍ଲାଇ ଆରମ୍ଭ କରାଯାଇଛି । ଏହା ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଏବେ ଏହାକୁ କୋଲ୍ଡ ଷ୍ଟୋରେଜକୁ ପଠାଇ ଦିଆଯିବ । ଟିକାକରଣ ସମୟରେ ଏହା କେନ୍ଦ୍ରକୁ ପଠାଇ ଦିଆଯିବ । ଟିକାକରଣ ସମୟରେ ଏହା କେନ୍ଦ୍ରକୁ ପଠାଇ ଦିଆଯିବ । ସୂଚନାଯୋଗ୍ୟ, ଭାରତ ସରକାର ଅଫିସିୟାଲି ପ୍ରଥମେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ୧.୧ କୋଟି ଡୋଜ ଭ୍ୟାକ୍ସିନ ଅର୍ଡର ଦେଇଥିଲେ । ଏହାପରେ ମଙ୍ଗଳବାର ଏହାର ସପ୍ଲାଇ କାମ ଆରମ୍ଭ ହୋଇଯାଇଛି । ସିରମ ଇନଷ୍ଟିଚ୍ୟୁଟରୁ ଦେଶର ପ୍ରାୟ ୧୩ ସହରକୁ ଏହା ପଠାଯାଉଛି ।

Share