ଶତାବ୍ଦୀର ପ୍ରଥମ ଧୂମକେତୁ

କରୋନା କାଳରେ ସମସ୍ତେ ଘର ଭିତରେ ବନ୍ଦ ରହୁଥିବା ବେଳେ ପ୍ରକୃତି ଆମ ପାଇଁ ତାହାର ସୁନ୍ଦର ଦୃଶ୍ୟର ଦ୍ୱାର ଖୋଲିଦେଇଛି। ପ୍ରାୟ ୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଧୂମକେତୁ ବା ଲଞ୍ଜାତାରା କହିଲେ ଆମେ ଆକାଶରେ ଦେଖାଯାଉଥିବା ଗୋଟିଏ ବିରାଟ ଲାଞ୍ଜ ଥିବା ତାରାଟିଏ ଯାହା କଦବା କ୍ୱଚିତ ଦେଖାଯାଏ। ଏଭଳି ଏକ ଆକସ୍ମିକ ଘଟଣାରେ ବିଶ୍ୱ ବୈଜ୍ଞାନିକମାନେ ହଠାତ୍‌ ଉତ୍ସାହିତ ହୋଇପଡିଛନ୍ତି। ଚଳିତ ଶତାବ୍ଦୀରେ ଖାଲି ଆଖିକୁ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ। ଗତ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍‌ ବଫ୍‌’ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା। ସେତେବେଳେ ଭୁବନେଶ୍ୱରସ୍ଥ ପଠାଣି ସାମନ୍ତ ପ୍ଲାନିଟାରିୟମ ତରଫରୁ ନିଆଯାଇଥିବା ଫଟୋଗୁଡିକ ବହୁତ ଲୋକପ୍ରିୟ ହୋଇଥିଲା। ଏଠାରେ କୁହାଯାଇପାରେ ଯେ ସୂର୍ଯ୍ୟ ପାଖକୁ ସବୁ ବର୍ଷ କିଛି ଧୂମକେତୁ ଆସୁଥିଲେ ମଧ୍ୟ ସେଗୁଡିକ ଆମକୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ।
ଧୂମକେତୁଗୁଡିକ ପଥର, ବରଫ ଏବଂ ଧୂଳିର ଏକ ପିଣ୍ଡ, ଯାହା ସୂର୍ଯ୍ୟଙ୍କୁ ପରିକ୍ରମା କରେ। ଲକ୍ଷ ଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଅତ୍ୟଧିକ ଉପବୃତ୍ତାକାର କକ୍ଷପଥରେ ବୁଲୁଛନ୍ତି। ଏହି କକ୍ଷପଥଗୁଡିକ ବୃହସ୍ପତି ଗ୍ରହରୁ ହୋଇ ପ୍ଲୁଟୋଠାରୁ କେତେ କୋଟି କିଲୋମିଟର ବ୍ୟାପି ରହିଛି। ସୂର୍ଯ୍ୟ ଚାରିପାଖରେ ଥରେ ବୁଲିବାକୁ ଅଳ୍ପ କିଛି ବର୍ଷ ଲାଗୁଥିବା ବେଳେ ଆଉ କେତେକଙ୍କୁ ଅନେକ ବର୍ଷ ଲାଗିଥାଏ। ତେଣୁ କିଛି ଧୂମକେତୁ ଥରେ ସୂର୍ଯ୍ୟ ନିକଟକୁ ଆସି ଦେଖାଦେଇ ଚାଲିଗଲେ ଆଉ ଥରେ ଫେରିବାକୁ ସେମାନେ ଅନେକ ବର୍ଷ ନିଅନ୍ତି। ‘ହାଲି ଧୂମକେତୁ’ ପ୍ରତି ୭୬ବର୍ଷ ବ୍ୟବଧାନରେ ଆମକୁ ଦେଖାଯାଏ। ଏହା ପୁଣି ୨୦୬୧ ମସିହାରେ ଦେଖାଯିବ। ଅତ୍ୟନ୍ତ ଥଣ୍ଡା ଅବସ୍ଥାରେ ଧୂମକେତୁଗୁଡିକ କିଛି କିଲୋମିଟର ବ୍ୟାସର ଖୁବ୍‌ ଛୋଟ ଆକାର ତଥା କଠିନ ଅବସ୍ଥାରେ ଥାଆନ୍ତି। ସୂର୍ଯ୍ୟର ନିକଟକୁ ଆସିଲେ ଏହା ତରଳି ଯାଏ। ବାଷ୍ପ ଓ ଧୂଳିରେ ତାହାର ଏକ ବିରାଟ ଲାଞ୍ଜ ସୃଷ୍ଟି ହୁଏ ଓ ପୃଥିବୀରୁ ଦେଖିବା ସହଜ ହୁଏ। ଅନେକ ଛୋଟ ଧୂମକେତୁ ସୂର୍ଯ୍ୟର ନିକଟକୁ ଆସି ଭାଙ୍ଗିଯିବାର ଦୃଷ୍ଟାନ୍ତ ମଧ୍ୟ ରହିଛି।
ଗତ ମାର୍ଚ୍ଚ ୨୭ ତାରିଖରେ NEOWISE ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଆବିଷ୍କାର ହୋଇଥିବା ଅଜ୍ଞାତ ବସ୍ତୁଟି ଏକ ଧୂମକେତୁ ବୋଲି ପରେ ବୈଜ୍ଞାନିକମାନେ ଜାଣିପାରିଛନ୍ତି। ଏହାକୁ ‘ସି/୨୦୨୦ ଏଫ୩’ ନାମରେ ତାଲିକାଭୁକ୍ତ କରାଯାଇଛି। ସେତେବେଳେ ତାହା ସୂର୍ଯ୍ୟଠାରୁ ୩୧.୨ କୋଟି କି.ମି. ଦୂରରେ ଥିଲା ଏବଂ ଏହା କେବଳ ଅତି ବଡ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହେଉଥିଲା। ଜୁଲାଇ ମାସରେ ଧୂମକେତୁ ଖାଲି ଆଖିରେ ଦେଖାଯିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଆଶାବାଦୀ ଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଆସିଥିବା ଅନ୍ୟ ଦୁଇଟି ବଡ ଧୂମକେତୁ ‘ଆଟ୍ଲାସ’ ଓ ‘ସ୍ବାନ୍‌’ ଖାଲି ଆଖିରେ ଦେଖା ନ ଯିବା ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ହତାଶ କରିଥିଲା।
ଏବର୍ଷର ତୃତୀୟ ବଡ ଧୂମକେତୁ ଖାଲି ଆଖିରେ ଦେଖାଯିବ ବୋଲି ଅନେକ ଜ୍ୟୋତିର୍ବିଜ୍ଞାନୀ ଅନୁମାନ କରିଥିଲେ, ତାହା ଏବେ ସତ ହେବାକୁ ଯାଉଛି। ଗତ ଜୁନ୍‌ ମାସରୁ ଅନେକ ଦେଶର ବୈଜ୍ଞାନିକମାନେ ଏହାକୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବା ସହ ଏହାର ସୁନ୍ଦର ଫଟୋ ଉଠାଇଲେଣି। ଏହା ଏବେ ସାଧାରଣ ଦୂରବୀକ୍ଷଣ ଯନ୍ତ୍ର ଓ ବାଇନାକୁଲାରରେ ଦେଖାଗଲାଣି। ଆଲୋକ ଓ ବାୟୁ ପ୍ରଦୂଷଣ ନ ଥିବା କିଛି ସ୍ଥାନରେ ଏହା ଖାଲି ଆଖିରେ ଦେଖାଯାଇଛି। ଏପରି କି ମହାକାଶରେ ଥିବା ସ୍ପେଶ ଷ୍ଟେଶନ (ISS) ଥିବା ବୈଜ୍ଞାନିକମାନେ ଏହାକୁ ଦେଖିଛନ୍ତି ଓ ଏହାର ସୁନ୍ଦର ଫଟୋ ଉଠାଇଛନ୍ତି। ଜୁଲାଇ ୩ ତାରିଖରେ ସୂର୍ଯ୍ୟଠାରୁ ୪.୪ କୋଟି କି.ମି. ଦୂରରେ ଥିବା ଧୂମକେତୁଟି ସୂର୍ଯ୍ୟଙ୍କ ସବୁଠାରୁ ନିକଟକୁ ଆସିଥିଲା। ସୂର୍ଯ୍ୟର ଉତ୍ତାପ ଓ ସୌର ପବନରେ ଏହାର ଗୋଟିଏ ବିରାଟ ଲାଞ୍ଜ ସୃଷ୍ଟି ହୋଇଛି। ଧୂମକେତୁଟି ଏବେ ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଦେଖାଯାଉଥିବା ଧୂମକେତୁ ‘ସି/୨୦୨୦ ଏଫ୩’ ଧୀରେ ଧୀରେ ଉପର ଆଡକୁ ଗତି କରି ମାସ ଶେଷରେ ଦିଗବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ଦେଖାଯିବ। ସେହି ସମୟରେ ଏହା ସପ୍ତର୍ଷିମଣ୍ଡଳର ନିକଟରେ ରହିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଜୁଲାଇ ୧୦ ତାରିଖ ପରଠାରୁ ଏହାର ଉଜ୍ଜ୍ୱଳତା କମି କମି ଜୁଲାଇ ୩୦ ପରେ ଏହା ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଜୁଲାଇ ୨୨ ତାରିଖରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ସେତେବେଳେ ତାହାର ଦୂରତା ପୃଥିବୀଠାରୁ ପ୍ରାୟ ୧୦.୩ କୋଟି ରହିବ।
ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଆକାଶ ମେଘମୁକ୍ତ ଓ କମ୍‌ ସହର ଆଲୋକ ରହିଲେ ଧୂମକେତୁଟି ଜୁଲାଇ ମାସ ୧୨-୨୦ ତାରିଖ ଭିତରେ ଖାଲି ଆଖିରେ ଦେଖିହେବ। ସାଧାରଣ ଦୂରବୀକ୍ଷଣ ଯନ୍ତ୍ର ଓ ବାଇନାକୁଲାରରେ ଏହା ନିଶ୍ଚୟ ଦେଖାଯିବ।
ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁକୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରୀଛାତ୍ର ଏପରି ଏକ ବିରଳ ସୁଯୋଗ ହାତଛଡା କରନ୍ତୁ ନାହିଁ।

ଡ. ଶୁଭେନ୍ଦୁ ପଟ୍ଟନାୟକ
-ଉପ ନିର୍ଦ୍ଦେଶକ
ପଠାଣି ସାମନ୍ତ ପ୍ଲାନିଟାରିୟମ ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୭୦୦୩୨୮୨


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri